କଂଗ୍ରେସ ର ବିଶାଳ କର୍ମୀ ସମବେଶ

2024 ନିର୍ବାଚନକୁ ନେଇ କଂଗ୍ରେସ ର ବିଶାଳ କର୍ମୀ ସମବେଶ

କୋରାପୁଟ ( k venkat Rao):କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ଆମ୍ପାବାଲି ଓଏମସି ଛକ ନିକଟରେ କଂଗ୍ରେସର ବିଶାଳ ସମାବେଶର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସଂସାଦ ଜୟରାମ ପାଙ୍ଗି, ପଟାଙ୍ଗି କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମ ,ଲୋକପ୍ରିୟ ସମାଜସେବୀ କାର୍ତ୍ତିକ ଖିଲ, ବ୍ଲକ ସଭାପତିଅର୍ଜୁନ ବାଙ୍କା, ଶଙ୍କର ପଟ୍ଟନାୟକ, ଶୂକ୍ରା ଖରା, ଗୋବିନ୍ଦ ଖରା, ସାଧୁ ବାଙ୍କା, ପେଟୁର ପଞ୍ଚାୟତ ଶୋଭାପିତି ମଜେସ ଗଣ୍ଡେରୀ,ରାଜ ପୁଟ ସରପଞ୍ଚ ପିତାମ୍ବର କିରସାନି,ଯୋଗ ଦେଇ ଏକ ବିଶାଳ କର୍ମୀ ସମବେଶ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ସମାବେଶ ରେ ପଟାଙ୍ଗି କଂଗ୍ରେସ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର କାଡ଼ାମ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିପୁଳ ପରିମାଣ ଭୋଟରେ ବିଜୟୀ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ନିବେଦନ କରିବା ସହ ୨୪ ବର୍ଷ ଧରି ରାଜ୍ୟରେ ଆପାରଗ ବିଜେଡି ଶାସନ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିବା ସହ ଶିଳ୍ପ କାରଖାନାର ପ୍ରତିଷ୍ଠା ନ କରି ବେକାର ଯୁବକ ଯୁବତିଙ୍କୁ ଦାଦନ ପଠାଇ କୃଷିି ଓ କୃଷକଙ୍କୁ ଅଣଦେଖା କରି କେବଳ ଭୋଟ ଜିତିବା ପାଇଁ ଯୋଜନାମାନ ତିଆରି କରି ଟଙ୍କା ଲୋଭ ଦେଖାଇ ଭୋଟ କିଣିବା ଲୋକଙ୍କୁ ଭୁଆଁ ବୁଲାଉଥିବା କଥା ଲୋକଙ୍କୁ ଅବଗତ କରିବା ସହ କେନ୍ଦ୍ରରେ ବିଜେପି ସରକାର ଅହେତୁକ ଦରବୃଦ୍ଧି ସହ ସରକାରଙ୍କୁ ପ୍ରତ୍ୟାକ୍ଷାନ କରିବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୋରାପୁଟ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବହୁତ ସଂଖ୍ୟାରେ ଭୋଟ୍ ଦେଇ ଜିତାଇବା ପାଇଁ କର୍ମୀ ମାନଙ୍କୁ ନିବେଦନ କରିଥିଲେ।

ଏହି ସମାବେଶରେ ପୂର୍ବତନ ସାଂସଦ ଜେୟରାମ ପାଙ୍ଗି ନିଜ ଅଭିଭାଷଣ ରେ 46 ବର୍ଷ ପରେ କଂଗ୍ରେସ ରେ ଯୋଗ ଦେଇଥବା କହିବା ସହ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ଗରଜିଥିଲ, ଟଙ୍କାକୁ ପ୍ରଲୋଭନ ନ ହଇ କଂଗ୍ରେସ ସରକାର ଙ୍କୁ ଜିତାଇବା ପାଇ ଅନୁରୋଧ କରଥିଲେ, ଏହି ଅବସରରେ ଚାରି ଗୋଟି ପଂଚାୟତର 58 ଗ୍ରାମର ହଜାର, ହଜାର ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । 20 ଖଣ୍ଡ ଗ୍ରାମର ବିଜେପି, ବିଜେଡି ଛାଡି ସତାଧିକ କର୍ମୀ ହାତ ଚିହ୍ନ ରେ ସାମିଲ ହାଇଛନ୍ତି. କୋରାପୁଟ ନିର୍ବାଚନି ମଣ୍ଡଳିରେ ପାଞ୍ଚୋଟି ବିଧାନ ସଭା କଂଗ୍ରେସ ନିଜର ଦଖଲ କରିବ ବୋଳି ଦୃଢୋକ୍ତି କରିଛି ଜାତୀୟ କଂଗ୍ରେସ.

Leave a Reply

Your email address will not be published. Required fields are marked *