କୋରାପୁଟ: କଂଗ୍ରେସ ଦଳ ଦାଖଲ କଲେ ସପ୍ତଗିରି , କୃଷ୍ଣ ଓ ରାମ ଆଜି କଂଗ୍ରେସ ଦଳ ନିଜର ପାରମ୍ପରିକ ଭୋଟରଙ୍କୁ ସାଥିରେ ନେଇ ସାଂସଦ ତଥା ବିଧାୟକ ସିଟ୍ ପାଇଁ ନାମାଙ୍କନ ଦାଖିଲ କରିଛି। କୋରାପୁଟ ଜିଲ୍ଲାପାଳ ଅଫିସ ରେ ବର୍ତ୍ତମାନ ସାଂସଦ ଶ୍ରୀ ସପ୍ତଗିରି ଉଳ୍ଲାକା ନିଜର ନାମାଙ୍କନ ଦାଖଲ କରିଥିଲେ। ସ୍ଥାନୀୟ ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଶ୍ରୀ କୃଷ୍ଣ କୁଲଦୀପ ଓ ଶ୍ରୀ ରାମ କାଡାମ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ।

