*ଓ ପି ଏସ ସି ରେ କୃତିତ୍ୱ ଅର୍ଜନ କଲେ ତୁକଲାର ଝିଅ ଲୋପାମୁଦ୍ରା*
ନୂଆପଡ଼ା( ଓମ୍ ପ୍ରକାଶ ଚୌଧୁରୀ) ଓଡ଼ିଶା ପ୍ରଶାସନିକ ସେବା, ଆୟୁର୍ବେଦ ମେଡିକାଲ ପରୀକ୍ଷାରେ ୭୬ ରେଙ୍କ ତଥା କେଟାଗୋରି ରେଙ୍କ୍ ରେ ପ୍ରଥମ ସ୍ଥାନ ରଖି କୃତକାର୍ଯ୍ୟ ହୋଇଛନ୍ତି ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ଲୋପାମୁଦ୍ରା ବାଗ। ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ଲୋପାମୁଦ୍ରା ୨୦୨୩ ମସିହାରେ ଅଲ୍ ଇଣ୍ଡିଆ ଆୟୁଷ ପୋଷ୍ଟ ଗ୍ରାଜୁଏଟ ଏଣ୍ଟ୍ରାସ ଟେଷ୍ଟ ରେ ଅଲ୍ ଓଡ଼ିଶା ଏସ ସି ରେଙ୍କ ରେ ଦ୍ଵିତୀୟ ହୋଇ ବର୍ତ୍ତମାନ ଗୋପବନ୍ଧୁ ଆୟୁର୍ବେଦ ଏବଂ ଚିକିତ୍ସାଳୟରେ ସ୍ନାତକୋତ୍ତର କାୟ ଚିକିତ୍ସା ବିଭାଗରେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷା ଜାରି ରଖିଛନ୍ତି। ତାଙ୍କର ଦୃଢ଼ ମନୋବଳ ଓ କଠୋର ପରିଶ୍ରମ ତାଙ୍କୁ ସଫଳତା ଆଣି ଦେଇଛି । ଲୋକଙ୍କ ସେବା କରିବା ପାଇଁ ତାଙ୍କରି ଇଚ୍ଛା ଛୋଟ ବେଳୁ ରହିଛି ବୋଲି ସେ କହିଛନ୍ତି। ତାଙ୍କର ବାପା ସର୍ଗୀ ବାଗ ଜଣେ ଅବସର ପ୍ରାପ୍ତ ଶିକ୍ଷକ ଓ ମାଆ ଶକୁନ୍ତଳା ବାଗ ଜଣେ ସୁ ଗୃହିଣୀ। ପିତା ମାତାଙ୍କ ଆଶୀର୍ବାଦ ଓ ପ୍ରୋତ୍ସାହନ ତାଙ୍କ ପାଇଁ ପ୍ରେରଣା ଯୋଗାଇଛି ବୋଲି ସେ ପ୍ରକାଶ କରନ୍ତି।