ଓ ଏ ଏସ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଜିଲ୍ଲା ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି

ଓ ଏ ଏସ ପ୍ରଶାସନିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇ ଜିଲ୍ଲା ଏବଂ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଲିପ୍ସା

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବସ୍ତିଙ୍ଗିଆର ଝିଅ ଲିପ୍ସା କହଁର ଓଡିଶା ପ୍ରଶାସନିକ ସେବାରେ ୬୬୩ ରେଙ୍କରଖି କନ୍ଧମାଳ ତଥା ଚକାପାଦ ବ୍ଲକ ବସ୍ତିଙ୍ଗିଆ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି l ସୂଚନା ଅନୁସାରେ ବାପା ଭୁଲେଶ୍ଵର କହଁର,ସମାଜ ମଙ୍ଗଳ ଅଧିକାରୀ ଭାବରେ କରାପୁଟ ଏବଂ ନୟାଗଡ଼ ଜିଲ୍ଲା ରେ କାର୍ଯ୍ୟରତ ଥିଲେ ବର୍ତମାନ ଅବସର ଗ୍ରହଣ କରିଛନ୍ତି, ମା ସୁକାନ୍ତି କହଁର ଜଣେ ଗୃହିଣୀ ତାଙ୍କ ଗେଲା ଝିଅ ଲିପ୍ସା କହଁର l ଲିପ୍ସା ନିଜର ଶିକ୍ଷା କ୍ଷେତ୍ରରେ ବାଲିଗୁଡା ଉଚ୍ଚ ବିଦ୍ୟାଳୟରୁ ଉତୀର୍ଣ୍ଣ ହୋଇ ରୟାଲ କଲେଜ ଅଫ ସାଇନ୍ସ ଏଣ୍ଡ ଟେକ୍ନିକାଲ +୨ ବିଜ୍ଞାନ ଏବଂ ଟ୍ରେଇଡେଣ୍ଟ କଲେଜରେ ଇଲେକଟ୍ରନିକ୍ସ ଏଣ୍ଡ କମ୍ୟୁନିକେସନରେ ବିଟେକ କରିଛନ୍ତି l ଏହା ପରେ ଲିପ୍ସା ଫୁଲବାଣୀ କପରେଟିବ ସୋସାଇଟି ଇନକ୍ସପେକ୍ଟର ଭାବରେ କାର୍ଯ୍ୟରତ ଥିଲେ l ଗାଁ ଝିଅ ଲିପ୍ସା କୌଣସି ଏକ କୋଚିଂ ବା ପ୍ରଶିକ୍ଷଣ ନ ନେଇ ନିଜର ଦକ୍ଷତା ନିଜେ ପରିଶ୍ରମ କରି ଆଜି ଓଏସ ପରୀକ୍ଷାରେ ସଫଳତା ଲାଭ କରି ନିଜ ଜିଲ୍ଲା ତଥା ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଲିପ୍ସାଙ୍କ ଓଏସରେ ଉତୀର୍ଣ୍ଣ ହୋଇଥିବା ଖବର ପ୍ରକାଶ ପାଇଲା ପରେ ପରିବାର ରେ ତଥା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି l ଏହି ଖବର ପାଇଁ ଅଞ୍ଚଳର ସାଙ୍ଗ ସାଥୀ ଏବଂ ବିଭିନ୍ନ ସଂଗଠନ ରୁ ଲିପ୍ସାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି l

Leave a Reply

Your email address will not be published. Required fields are marked *