ଓ୍ବାର୍ଡମେମ୍ବର ପଦବୀ ଅସିଦ୍ଧ ଘୋଷଣା
ଗଜପତି ୪/୮(ମନୋଜ କୁମାର ପାଢୀ)- ଆର,ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତର ଓ୍ବାର୍ଡ ମେମ୍ବର ୧୨ ର ସଭ୍ୟା ଅନିଳା ପାଳ ଓ୍ବାର୍ଡ ସଭ୍ୟା ପଦବୀ ରଦ୍ଦ ହୋଇଛି । ଏହାକୁ ମାନ୍ୟବର ଦେବାନୀ ଅଦାଲତ ଶ୍ରୀମାନ ତରୁଣ କୁମାର ସେଠୀ ଓ୍ବାର୍ଡ ସଭ୍ୟ ପଦବୀ ରଦ୍ଦ ରାୟପ୍ରକାଶ କରିଥିବା ଜଣାପଡିଛି । ପ୍ରକାଶ ଯେ ଗତ ଜାନୁୟାରୀ ୨୦୨୨ ପାଇଁ ନିର୍ବାଚନରେ ଅନିଳା ପାଳ, ଅଜୀବ ଲୋଚନ ରଇତ, ଯୋଗେନ୍ଦ୍ର ଦଳାଇ, ହରିଶ୍ଚନ୍ଦ୍ର କାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଗତ ତା ୨୨- ୧-୨୦୨୨ ରିଖରେ ଅଜୀବ ଲୋଚନ ରଇତ, ଯାଞ୍ଚ ସମୟରେ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ଯେ ଅନିଳା ପାଳଙ୍କ ଛଅ ଗୋଟି ସନ୍ତାନ, ଯୋଗେନ୍ଦ୍ର ଦଳେଇଙ୍କ ଚାରିଗୋଟି ସନ୍ତାନ ଏବଂ ହରିଶ୍ଚନ୍ଦ୍ର କାର୍ଯୀଙ୍କ ଚାରିଗୋଟି ସନ୍ତାନ ଅଛନ୍ତି । ଯାହାକି ଗ୍ରାମ ପଞ୍ଚାୟତ ଆଇନର ଧାର ୨୫ ପ୍ରକାରେ ସେମାନେ ଅଯୋଗ୍ୟ ଅଟନ୍ତି। କିନ୍ତୁ ନିର୍ବାଚନ ଅଧିକାରୀ ଲିଖିତ ଅଭିଯୋଗକୁ ଗ୍ରହଣ କରିନଥିଲେ । ବରଂ ନିର୍ବାଚନରେ ଓ୍ବାର୍ଡ ସଭ୍ୟ ଭାବେ ଅନିଳା ପାଳଙ୍କୁ ଘୋଷଣା କରିଥିଲେ। ଏହାକୁ ଚାଲେଞ୍ଜ କରି ଅଜୀବ ଲୋଚନ ରୟତ ଆର,ଉଦୟଗିରି ଦେଜ୍ଞାନୀ ଅଦାଲତରେ ଇଲେକ୍ସର୍ମ ପିଟିସନ ନଂ ୨/୨୦୨୨ ମୁତାବକ କେସ ଦାୟର କରିଥିଲେ। ସମସ୍ତ ସାକ୍ଷ୍ୟ ଏବଂ ପରିବାର ସତ୍ତେ ରେଜିଷ୍ଟର , ପରିବାର ସ୍ବାସ୍ଥ୍ୟ ରେଜିଷ୍ଟ୍ରର, ପରିବାର ସ୍ବାସ୍ଥ୍ୟ ରେଜିଷ୍ଟ୍ରର, ଭୋଟର ତାଲିକା, ରେସନ କାର୍ଡ, R.T.I ତଥ୍ୟର ସମସ୍ତ ସୂଚନାକୁ ଗ୍ରହଣ କରି କୋର୍ଟ ଶନିବାର ଶୁଣାଣୀ କରି ଓ୍ବାର୍ଡ ନଂ- ୧୨ ସଭ୍ୟା ଅନିଳା ପାଳଙ୍କ ପ୍ରାର୍ଥତ୍ବକୁ ରଦ୍ଦ କରିଥିବା ଜଣାପଡିଛି । ଆବେଦନକାରୀ ରଳ ଅଜୀବ ଲୋଚନ ରୟତଙ୍କ ପକ୍ଷରୁ ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ କୁରେଶୁ ପଣ୍ଡା କେସ ପରିଚାଳନା କରିଛନ୍ତି । ମହେନ୍ଦ୍ରଗଡ ପଞ୍ଚାୟତର ଓ୍ବାର୍ଡ ନଂ ୧୨ ପ୍ରାର୍ଥୀତ୍ବ ରଦ୍ଦ ଘୋଷଣାକୁ ଐତିହାସିକ ରାୟ ବୋଲି ବୃଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି ।