ଓଡିଶାରେ ବନ୍ୟା ସ୍ଥିତି ନାହିଁ
ଭୁବନେଶ୍ୱର: ଓଡିଶା ପାଇଁ କୌଣସି ବନ୍ୟା ପରିସ୍ଥିତି ନାହିଁ। ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏହା ସୂଚନା ଦେଇଛନ୍ତି।
ମହାନ୍ତି କହିଛନ୍ତି, “ମହାନଦୀର ଜଳସ୍ତର ହ୍ରାସ ପାଉଛି । ଉପର ମୁଣ୍ଡରେ ବର୍ଷା କମିବାରୁ ହୀରାକୁଦ ଡ୍ୟାମର ଦୁଇଟି ସ୍ଲୁଇସ୍ ଫାଟକ ବନ୍ଦ କରାଯାଇଛି।”
ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦର ଅଧିକ ଫାଟକ ପର୍ଯ୍ୟାୟକ୍ରମେ ବନ୍ଦ ହେବ ବୋଲି ସେ କହିଛନ୍ତି।