ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ମିଶନ ଶକ୍ତି ବିଭାଗରୁ ଗ୍ରୁପ ମା ମାନଙ୍କୁ ବିନା ସୁଦ୍ଧରେ ଋଣ ପ୍ରଦାନ….
କନ୍ଧମାଳ : (ରିପୋର୍ଟ କୁନା ଦିଗାଲ )ଟିକାବାଲି ବ୍ଲକ ଜୀବିକା ମିଶନ ତଥା ମିଶନ ଶକ୍ତି ବିଭାଗର ଲୋକାଭିମୁଖୀ କାର୍ଯ୍ୟକଳାପ SHG ବ୍ୟାଙ୍କ୍ ଲିଙ୍କେଜରେ ଆଜି ସ୍ବୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଟିକାବାଲି ଶାଖା ତରଫରୁ ମା ଅନ୍ନପୂର୍ଣ୍ଣା SHG ମାଷ୍ଟ୍ରପଡ଼ା,ଟିକାବାଲି କୁ ୧୦ ଲକ୍ଷ ଟଙ୍କା ଋଣ (ବିନାସୁଧ) ପ୍ରଦାନ କରାଯାଇଅଛି l ଏହି କାର୍ଯ୍ୟ କ୍ରମରେ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ହୃଦରଞ୍ଜନ ସାହୁ, ଏବଂ ଟିକାବାଲି ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୁଶାନ୍ତ କୁମାର ପ୍ରଧାନ,ଫିଲଡ୍ ଅଫିସର ସୁଭାସିଶ ସେଠି ବିପିଏମ ଓଡ଼ିଶା ଜୀବିକା ମିଶନ ଭାଗ୍ୟରଥି ପୃଷ୍ଟି, ଏମ ବି କେ ଟିକାବାଲି ଗୀତାଞ୍ଜଳି ସ୍ୱାଇଁ,ସି ଆର ପି – କୁନି ଦିଗାଲ,ଉପସ୍ଥିତ ରହି ଅନ୍ନପୂର୍ଣ୍ଣା ସଂୟ ସହାୟକ ଗ୍ରୁପ ର ସମସ୍ତ ମାଆ ମାନଙ୍କୁ ଚେକ୍ ଓ ସାକସନ ଅର୍ଡର ପ୍ରଦାନ କରିଥିଲେ।ଏହି ଲୋନ ପାଇଲା ପରେ ମାଆ ମାନେ ନିଜର ଆର୍ଥିକ ସ୍ଥିତି ସୁଧାରିବା ସହ ସାମାଜିକ ଓ ଅର୍ଥନିତିକ ଉନ୍ନତ କରିପାରିବେ ବୋଲି ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ଟିକାବାଲି ସୁଚନା ଦେଉଛନ୍ତି ଏବଂ ମାଆ ମାନେ ଲୋନ ପାଇ ଖୁସିଥିବା ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ପ୍ରକାଶ କରିବା ସହିତ ଟିକାବାଲି, ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି।