‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ୍ ପୂର୍ବରୁ ଶୁକ୍ରବାର ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ୮ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି ।
ଭୁବନେଶ୍ଵର :ସେମିକଣ୍ଡକ୍ଟର, ଗ୍ରୀନ୍ ହାଇଡ୍ରୋଜେନ, ପେଟ୍ରୋ କେମିକାଲସ, ଫିନଟେକ୍ ଇକୋସିଷ୍ଟମ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଏମଓୟୁ ଦ୍ୱାରା ଓଡ଼ିଶାକୁ ବିଶ୍ୱଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ମିଳିବ ବୋଲି ଆଶା କରାଯାଉଛି ।
‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ପୂର୍ବରୁ ସିଙ୍ଗାପୁର ହେଉଛି ପ୍ରଥମ ରାଷ୍ଟ୍ର ଯାହାର ରାଷ୍ଟ୍ରପତି ଥରମାନ୍ ଶନମୁଗରତ୍ନମଙ୍କ ଉପସ୍ଥିତିରେ ଭୁବନେଶ୍ୱରରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଏଭଳି ବୁଝାମଣାପତ୍ର ସ୍ୱାକ୍ଷର କରିଛି । ସିଙ୍ଗାପୁର ରାଷ୍ଟ୍ରପତି ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ।