ଓଡ଼ିଶାର ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ
ଭୁବନେଶ୍ୱର: ଓଡ଼ିଶାର ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ।ତାଗିଦ୍ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଦରମା ବନ୍ଦ କରାଯାଇଛି।କାପା ପୋର୍ଟାଲରେ କଲେଜ ଆକାଉଣ୍ଟ ଅପଡେଟ୍ କରିନାହାନ୍ତି।ଯାଜପୁର ଜିଲ୍ଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଥିବା ସୂଚନା।