ଓଡ଼ିଶାରେ ଏକ ଲକ୍ଷ କଳାକାରଙ୍କ ପାଇଁ କଳାକାର ଭତ୍ତା ମଞ୍ଜୁର ପାଇଁ ବିଜେଡ଼ି ବିଧାୟକ ପାର୍ଥୀଙ୍କୁ ଦାବୀ
କନ୍ଧମାଳ : ୬/୦୫ (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାରମ୍ପରିକ ଲୋକକଳାକାର ମହାସଂଘ କନ୍ଧମାଳ ଟିକାବାଲି ସଭାପତି ଶ୍ରୀ ଯୁକ୍ତ କ୍ରିଷ୍ଣା ଚନ୍ଦ୍ର ଦିଗାଲ (ବଲୁ )ଙ୍କ ନେତୃତ୍ୱରେ କଳାକାର ଙ୍କ ସମୀକ୍ଷା ଓ ଭୋଟର୍ସ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା l କଳାକାର ମାନଙ୍କ ବିଭିନ୍ନ ପ୍ରକାର ମୌଳିକ ସମସ୍ୟାର ସମାଧାନ କରିବା ଉଦେଶ୍ୟରେ ମହାସଂଘ ତରଫରୁ ଏକ ଆଲୋଚନା କରାଯାଇଥିଲା l କଳାକାର ଙ୍କ ୨୦ ଗୋଟି ଦାବୀ ର ସଫଳ କରିବା ପାଇଁ ପୂର୍ବରୁ ବହୁଥର ବିଜେଡି ସରକାର କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ପୂର୍ଣ୍ଣ ମାତ୍ରାରେ ଏହା ସଫଳ ହୋଇ ନ ଥିବା ମହାସଂଘ ର ସଭାପତି ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ଗତ 2/5/2024/ରେ ମହାସଂଘ ତରଫରୁ ନିର୍ବାଚନ ପ୍ରଚାର ଗସ୍ତ ରେ ଆସିଥିବା 5ଟି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଭିକେ ପାଣ୍ଡିଆନ ମହାଶୟଙ୍କୁ ଏକ ସତର ଦଫା ଦାବୀ ପତ୍ର ପ୍ରଦାନ କରଯାଇଥିଲା l ପୁନର୍ବାର ଏହି ଦାବୀ ପତ୍ର 5/5/2024/ରେ ଚିତାକର୍ଷକ ସ୍ପିଚ ହିରୋ ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଦିଲୀପ କହଁର, ଓ ପ୍ରଦୀପ ଦିଗାଲ, ପ୍ରାଦୁମ୍ନ ଦିଗାଲ, ପ୍ରଭାରୀ କ୍ଳେଶ ପ୍ରଧାନ, ଓ ତନୁଜ କୁମାର ଭୋଇ ଙ୍କ ଗହଣରେ ବିଜେଡି ବିଧାୟକ ପାର୍ଥି ଶ୍ରୀଯୁକ୍ତ ସାଲୁଗା ପ୍ରଧାନଙ୍କୁ ଉକ୍ତ ଦାବୀ ପତ୍ର ପ୍ରଦାନ କରାଯାଇଥିବା ଦେଖିବାକୁ ମିଳିଛ l ଏଥିରେ ସଂଗଠନ ସମ୍ପାଦକ ଶ୍ରୀ କୁନା ଦିଗାଲ, ସମ୍ପାଦକ ଶ୍ରୀ ବଲି କହଁର, କୋଷlଦକ୍ଷ ବିଶ୍ୱନାଥ କହଁର,ଗଦଗୁଡା ସରପଞ୍ଚ ଶ୍ରୀ ମତୀ ପୁଷ୍ପଲତା ପ୍ରଧାନ, ସ୍ୱପ୍ନା ରାଣୀ ନାୟକ,ଜୀବିକା ସୁରକ୍ଷା ମଞ୍ଚ ର କର୍ମୀ ସଂଜୀବ ଡିଗାଲ, ନାରୀ ସୁରକ୍ଷା ମହିଳା ମହାସଂଘ ତଥା ଆଡାସି କୁପା ରାଇକିଆ କଳାକାର ଦଳ ମୁଖ୍ୟ ଅଞ୍ଜନା ପ୍ରଧାନ, ଘୁ. ଉଦୟଗିରି ମହାସଂଘ ସଭାପତି ସୁରେଶ ଦିଗାଲ, ଚକାପାଦ ମହାସଂଘ ସଭାପତି ଜନ୍ମେଜୟ ଦିଗାଲ, ଦାରିଙ୍ଗବାଡି ର ସଭାପତି ସମୀର ପ୍ରଧାନ,ଅଲିଭା କହଁର, କମଳିନୀ ପ୍ରଧାନ,ପ୍ରମୁଖ କଳାକାର ବୃନ୍ଦ ସଂଘ ର ଲକ୍ଷ,ଆଭିମୁଖ୍ୟ ଏବଂ ଉଦେଶ୍ୟ ଉପରେ ବିଚାର ବିମର୍ଶ କରି ସଂଘ କୁ ସ୍ୱଛ ଓ ସୁଦୃଡ଼ କରିବା ପାଇଁ ଉପସ୍ଥିତ କଳାକାର ବୃନ୍ଦଙ୍କୁ ଆହ୍ୱାନ ଦେଇଥିଲେ l ମହାସଂଘ ର ନୀତି ଆଦର୍ଶ ଓ ନିୟମ ନୀତି ଙ୍କୁ ଅଣ ଦେଖା ନ କରିବା ନିଜ ଦଳ ର ଦଳ ପତିଙ୍କ କଥାଜୁ ବେଖାତିର ନ କରିବା, ଯେକୌଣସି କଳାକାର ସମ୍ବନ୍ଧୀୟ ସଭା ସମିତି ରେ ଯୋଗଦେବା ପୂର୍ବରୁ ମହାସଂଘ ର ପରାମର୍ଶ ନେବା ଉପରେ ଗୁରୁତ୍ୱ ଦେବାକୁ ଅବଗତ କରାଯାଇଥିଲା l ଯାହାକି ଅତି ସୁନ୍ଦର କାର୍ଯ୍ୟକ୍ରମ ଥିବା ଜଣା ପଡ଼ିଛି l କନ୍ଧମାଳ ଜ଼ିଲ୍ଲା ରେ ପ୍ରାୟ 20ରୁ30 ହଜାର କଳାକାର ଏହି ପାରମ୍ପରିକ ଲୋକକଳାକାର ମହାସଂଘ,ଜଡିତ ଥିବାବେଳେ ସାରା ଓଡ଼ିଶାରେ ଆନୁମାନିକ ଛ ଲକ୍ଷ ଲକ୍ଷ ରୁ ଉର୍ଦ୍ଧ କଳାକାର ଏହି ଦାବୀ ପୂରଣ ଦ୍ୱରା ଉପକୃତ ହୋଇପାରନ୍ତେ l ବୋଲି ମହାସଂଘ ର କର୍ମକର୍ତା ମତ ବ୍ୟକ୍ତ କରିଥିବା ଦେଖିବାକୁ ମିଳିଛିl