ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱର:ଓଡ଼ିଆ ଭାଷାରେ ବୈଷୟିକ ପାଠ୍ୟକ୍ରମ ଶିକ୍ଷାଦାନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ କଲେଜ ଅଫ ଆଇଟି ଓ ମ୍ୟାନେଜମେଣ୍ଟ ଇଜୁକେଶନ ଠାରେ ଅନୁଷ୍ଠିତ ହୋଇଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷାର ଗାରିମା ଓ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଜ୍ଞାନ ଆହୋରଣ ନିମନ୍ତେ ଓଡ଼ିଆ ଭାଷାରେ ଲିଖିତ ପାଠ୍ୟକ୍ରମ କିଭଳି ସରଳ ଓ ବୋଧଗମ୍ୟ ଏହା ଉପରେ ସେ ଉଲ୍ଲେଖ କରିଥିଲେ । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅମୀୟ କୁମାର ରଥ ଯୋଗଦେଇ କହିଲେ ଯେ ଓଡିଆ ଭାଷାରେ ପାଠ୍ୟପୁସ୍ତକ ବିଭିନ୍ନ ବୈଷୟିକ ମହାବିଦ୍ୟାଳୟକୁ ଯୋଗାଇ ଦେବା ନିମନ୍ତେ ବିପିୟୁଟି ସମସ୍ତ ସହଯୋଗ ଯାରି ରଖିବା ସହ ଆଲୋଚକ ଓ ଅନୁବାଦକ ମାନଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରିବାରେ ସଫଳ ହୋଇଛି।ସେହିଭଳି ବିପିୟୁଟି ପୂର୍ବତନ କୁଳପତି ପ୍ରଫେସର ଓମକାର ନାଥ ମହାନ୍ତି, ଓଡିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ (ଓୟୁଟିଆର)କୁଳପତି ଡଃ ବିଭୁତି ଭୂଷଣ ବିଶ୍ୱାଳ ଓଡ଼ିଆ ଭାଷାର ସର୍ବ ପ୍ରାଚୀନତା ଦୃଷ୍ଟିରୁ ଏହା ସର୍ବଜନବିଦିତ ହୋଇପାରିବ ଏବଂ ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପ୍ରସ୍ତୁତି ଅତ୍ୟନ୍ତ ଉପାଦେୟ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିପିୟୁଟିର ଏକ ପୁସ୍ତିକା ଏବଂ ଜାତୀୟ ଶିକ୍ଷା ନୀତି – ୨୦୨୦ ସଂକ୍ରାନ୍ତୀୟ ପାଠ୍ୟକ୍ରମ ରୂପରେଖ ଉନ୍ମୋଚନ କରିଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅତିରିକ୍ତ ଶାସନ ସଚିବ ଶ୍ରୀ ତପନ କୁମାର ଶତପଥୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବିପିୟୁଟି କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।
Related Posts

ରାସ୍ତା ନଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ଷ୍ଟ୍ରେଚର୍ରେ ବୁହାହେଲେ ଗର୍ଭବତୀ
ରାସ୍ତା ନଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ଷ୍ଟ୍ରେଚର୍ରେ ବୁହାହେଲେ ଗର୍ଭବତୀ ଗଜପତି(ମନୋଜ କୁମାର ପାଢୀ/ ୩/୯/୨୦୨୪):ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାରେ ଅନେକ…

ବିଧାୟକ ହେବ ତ ଏମିତି
ବିଧାୟକ ହେବ ତ ଏମିତି ଆପଲସ୍ୱାମୀଙ୍କ ପରି ରାୟଗଡା : ଭାରତୀୟ ଜାତୀୟ କଂଗ୍ରେସ ଦଳ ରୁ ରାୟଗଡା ବିଧସଭା ନିର୍ବାଚନ ମଣ୍ଡଳୀ ରୁ ଆପଲସ୍ଵାମୀ କାଡ୍ରକା…

ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବିଶ୍ବ କର୍ମା ନଗର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।
ନିଷ୍ଠା ପରିବାର ର ୫୧ଦିନିଆ ରେଡ ଡ୍ରପ ଅଲଟ୍ରା ମାରାଥନ ଜାରୀ, ବିଶ୍ବ କର୍ମା ନଗର ରେ ରକ୍ତ ଦାନ ଶିବିର ୩୧ୟୁନିଟ ରକ୍ତ ସଂଗୃହୀତ ହୋଇଯାଇଛି।…