ଏ ଏମ ସି ମହାବିଦ୍ୟାଳୟ ଟିକାବାଲି ଠାରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ଵାଗତ ସମ୍ବର୍ଦ୍ଧନା …
କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ତେଙ୍ଗେଡ଼ା ପଥର ନିକଟସ୍ଥ ଏ ,ଏମ,ସି,ଏସ ମହାବିଦ୍ୟାଳୟ ଟିକାବାଲିରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସ୍ନାତକୋତ୍ତର ଛାତ୍ର, ଛାତ୍ରୀ ନବାଗତ ଅଧ୍ୟାପକ ରାଜେନ୍ଦ୍ର କୁମାର ନାୟକ ,ରିଲୁ ପ୍ରଧାନ ଓ ପ୍ରଥମବର୍ଷ ର ଛାତ୍ରଛାତ୍ରୀଙ୍କୁ ପରମ୍ପରା ଅନୁଯାୟୀ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଅଧ୍ୟକ୍ଷତା କରିଥିବାବେଳେ,ଅଧ୍ୟାପକ ବିଷ୍ଣୁ ପ୍ରସାଦ ରଥ , ବନମାଳି ବେହେରା , ବିରୂ ପାକ୍ଷ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଜ୍ଞାନେଶ୍ଵର ସାହୁ,ଆଶିଷ ନାୟକ,ସଂଗୀତା ନାୟକ,ରୁଚିସ୍ମିତା ପ୍ରଧାନ,ସୁଜ୍ଞାନୀ ପଣ୍ଡା,ଶ୍ରୀତମ ମିଶ୍ର,କିରଣ ପ୍ରଧାନ,ଉମାଳତା କହଁର, କୁଶ କହଁର ଉପସ୍ଥିତ ଥିବା ବେଳେ ପିଜି ଦ୍ୱିତୀୟ ବର୍ଷ ଛାତ୍ରୀ ରୁଚିଶ୍ମିତା ପ୍ରଧାନ ଛାତ୍ର ଶ୍ରୀତମ ମିଶ୍ର ସ୍ଵାଗତ ସଙ୍ଗୀତ ଗାନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ନିବେଦିତା ଭୋଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋଚନା କରିଥିବା ବେଳେ ଅଧ୍ୟାପିକା ଚମ୍ପା ସୋରେନ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଛାତ୍ର ଆଶିଷ କୁମାର ନାୟକ, କୁଶ କହଁର ଛାତ୍ରୀ ସୁଜ୍ଞାନି ପଣ୍ଡା,ପରିଚାଳନାରେ ସହଯୋଗ କରିଥିଲେ । ଯାହାକି ସାହିତ୍ୟ ଓ ଭାଷା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପାଇଁ ଏକ ଗୌରବ ଅଟେ lଶେଷରେ ଛାତ୍ରଜ୍ଞାନେଶ୍ୱର୍ ସାହୁ ମହାବିଦ୍ୟାଳୟ ସମସ୍ତ ଉପସ୍ଥିତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।