ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “କେନ୍ଦ୍ର ବଜେଟ୍ ୨୦୨୪-୨୫” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ.
(ରିପୋର୍ଟର କୁନା ଦିଗାଲ ) କନ୍ଧମାଳ :- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ ଏ. ଏମ. ସି. ଏସ. ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ “କେନ୍ଦ୍ର ବଜେଟ୍ ୨୦୨୪-୨୫” ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବିଷ୍ଣୁପ୍ରିୟା ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷା ନିଜର ଅଭିଭାଷଣରେ କେନ୍ଦ୍ର ବଜେଟ୍ ଏକ ଲୋକାଭିମୁଖୀ ବଜେଟ୍ ବୋଲି ଅଭିହିତ କରିଥିଲେ। କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ରବିନ୍ଦ୍ରନାଥ ପାଳ, କେନ୍ଦ୍ର ବଜେଟ୍ ର ବିଭିନ୍ନ ଦିଗ ଉପରେ ସୁବିସ୍ତୃତ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀ ଶଙ୍କର ପାଢ଼ୀ କେନ୍ଦ୍ର ବଜେଟର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରିଥଲେ। କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀ ଜ୍ଞାନରଞ୍ଜନ ଭୋଇ, ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ଶ୍ରୀ ରତନ କୁମାର ଦିଗାଲ ।କର୍ମଶାଳାରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଅର୍ଚ୍ଚିତା ବେହେରା, ଲିଙ୍କିମା ପ୍ରଧାନ, କ୍ରିଷ୍ଣାମୟୀ ଦିଗାଲ, ଇପସିତା ସାହୁ, ଅନୁଶୟା ଦିଗାଲ କେନ୍ଦ୍ରବଜେଟ୍ ୨୦୨୪-୨୦୨୫ ଉପରେ ପ୍ରବନ୍ଧ ଉପସ୍ଥାପନା କରିଥିଲେ। ଜାତୀୟ ସେବା ଯୋଜନାର ଏହି ଏକ ଦିନିଆ କର୍ମଶାଳାରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି ଯୋଜନାର ଉଦ୍ଦେଶ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସର୍ବଶେଷରେ ଜାତୀୟ ସେବା ଯୋଜନାର ଅନ୍ୟତମ ଅଧିକାରୀ ଓଡ଼ିଆ ଅଧ୍ୟାପିକା ଚମ୍ପା ସୋରେନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।