ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ…

କନ୍ଧମାଳ :- ତା-୧୮/୦୩ (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ନିକଟସ୍ଥ ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଉଦ୍ୟମରେ ଦୁଇ ଦିନିଆ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ସଭାପତିତ୍ବରେ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ମୁଖ୍ୟ ବକ୍ତା ଭାବେ ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହୃଦୟ ରଞ୍ଜନ ସାହୁ, ସମ୍ମାନିତ ଅତିଥି ଭାବରେ ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ନବନୀତ କୁମାର, କନ୍ଧମାଳ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ନଳିନୀ କୁମାର ପାଣିଗ୍ରାହୀ, ବୌଦ୍ଧ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ମନୋରଞ୍ଜନ ଘଡେଇ ଯୋଗଦେଇଥିଲେ l ମୁଖ୍ୟ ଅତିଥି ବୃନ୍ଦ ନିଜର ବକ୍ତ୍ୟରେ ବିକଶିତ ଭାରତ ଗଠନରେ ଯୁବ ସମାଜର ଭୂମିକା ଏବଂ ସ୍ୱାଧୀନତାର ଶହେ ବର୍ଷ ପୂର୍ତ୍ତି ପାଇଁ ବିକଶିତ ଭାରତର ସ୍ୱପ୍ନ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଅତିଥିମାନଙ୍କୁ ସ୍ବାଗତ କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଜ୍ଞାନରଞ୍ଜନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ଅଧିବେଶନରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିକଶିତ ଭାରତ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଷୟରେ ବତ୍କୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବରେ ଡଃ ମନୋରଞ୍ଜନ ଘଡେଇ, ଡଃ ନଳିନୀ କୁମାର ପାଣିଗ୍ରାହୀ, ବନମାଳି ବେହେରା, ନରେନ୍ଦ୍ର ଦିଗାଲ୍,ମନୋଜ ପଟ୍ଟନାୟକ କାର୍ଯ୍ୟ ସମାପନ କରିଥିଲେ। ଏଥିରେ କନ୍ଧମାଳ ଏବଂ ବୌଦ୍ଧ ଜିଲ୍ଲାର ଦେଢ଼ଶହ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।

Leave a Reply

Your email address will not be published. Required fields are marked *