ଏ ଆର୍ ଏସ୍ ଏସ୍ କମ୍ପାନୀ ନିମ୍ନ ମାନର ରାସ୍ତା କାମ ପାଇଁ କରୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ

ଏ ଆର୍ ଏସ୍ ଏସ୍ କମ୍ପାନୀ ନିମ୍ନ ମାନର ରାସ୍ତା କାମ ପାଇଁ କରୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ……——————————-

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଟିକାବାଲି ଠାରୁ ବଜାର ଦେଇ ତେଙ୍ଗେଡାପଥର ଠାରୁ ଚକାପାଦ ରାସ୍ତା ନିର୍ମାଣ କୁରୁଥିବା ଏ ଆର୍ ଏସ୍ ଏସ୍ ଘରେଇ କମ୍ପାନୀ ନିମ୍ନ ମାନର ରାସ୍ତା କାମ କରୁଥିବା ଦେଖିବାକୁ ମିଳିଛି । ସରକାରୀ ପିବ୍ଲୂଡି ଭିବାଗର ରାସ୍ତା ନିର୍ମାଣ କରୁଛି ଏ ଆର୍ ଏସ୍ ଏସ୍ କମ୍ପାନୀ । ଟିକାବାଲି ବଜାରରେ ରାସ୍ତା ନିର୍ମାଣ ସମେତ , ରାସ୍ତା କଡ଼ରେ ଫେବର ବ୍ଲକ୍ ଙ୍କକ୍ରୀଟ୍ ଢୋଳେଇ କାର୍ଯ୍ୟ ମଧ୍ୟ ଚାଲୁ ରହିଛି। ଯେଉଁ ରାସ୍ତା କଡ଼ରେ ଫେବର ବ୍ଲକ୍ ପକାଇବା ପାଇଁ ଗାତ ଖୋଳା ଯାଇଛି ସେହି ଗାତରେ ସ୍ଥାନୀୟ ଅଞ୍ଚଳର ପଙ୍କୁଆ ବାଲିଆଣି ସେହି ଗାତରେ ପକାଉଛି ଏବଂ ପଙ୍କୁଆ ବାଲିରେ , ଗୁଡ଼ି କମ୍ ମେଟାଲ୍ ଅଧିକ ଙ୍କକ୍ରୀଟ୍ ରେ ଏ ଆର୍ ଏସ୍ ଏସ୍ ଅତି ନିମ୍ନ ମାନର କାର୍ଯ୍ୟ କରୁଥିବାରୁ ଟିକାବାଲି ଗ୍ରାମବାସି ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି। ଏହି ବିଷୟରେ ଜି ଉଦୟଗିରି ବିଭାଗୀୟ ଅଧିକାରୀ ପିବ୍ଲୁଡି କନିଷ୍ଠଯନ୍ତ୍ରୀ ଙ୍କୁ ଫୋନ୍ ମାଧ୍ୟମରେ ପଚାରି ବୁଝିବା ରୁ ସେ କହିଥିଲେ ଯେ ଆମ୍ଭେ ମହାନଦୀ ବାଲିରେ ଆମର କାମ କରିବାପାଇଁ ଆଦେଶ ନାହିଁ ଓ ସେହି ବାଲିରେ କରିବୁ ନାହିଁ ବୋଲି ନିଜର ମନ୍ତବ୍ୟ ଦେଇଥିଲେ । ହେଲେ ଟିକାବାଲି ମେଡିକାଲ ଛକଠାରୁ ବଜାର ଦେଇ କେତେକ ସ୍ଥାନରେ ଫେବର ବ୍ଲକ୍ ପକାଇବା କାମ ସମ୍ପୁର୍ଣ୍ଣ ହୋଇଥିବା ବେଳେ କେତେକ ସ୍ଥାନରେ ଦବି ଖାଲ ହୋଇଗଲାଣି। ବର୍ତମାନ କୋଟି କୋଟି ଟଙ୍କାର ପ୍ରଜେଷ୍ଟ୍ ଏ ଆର୍ ଏସ୍ ଏସ୍ କମ୍ପାନୀ ଟିକାବାଲି ଅଞ୍ଚଳ ବାସିଙ୍କୁ ଦିନ ଦିହପହୋରେ ଆଖିରେ ଧୁଳି ପକାଇ ତରବରିଆ କାମ ଚାଲୁ ହେଉଥିବାର ଦେଖିବାକୁ ମିଳିଛି । ହେଲେ ଟିକାବାଲିରେ ଚାଲିଥିବା ଅନିୟମିତତା ନିମ୍ନ ମାନର ରାସ୍ତାକାମରେ କେବେ ପଡିବ ଜିଲ୍ଲାପାଳ ଦୃଷ୍ଟି ତାହା ଦେଖିବାର ବାକି ରହିଲା ।

Leave a Reply

Your email address will not be published. Required fields are marked *