ଏସ ଭି ଏମ କଲୋନୀ ରେ ଅଗ୍ନି ପୂର୍ଣ୍ଣିମା ଉତ୍ସବ ପାଳିତ।

ଏସ ଭି ଏମ କଲୋନୀ ରେ ଅଗ୍ନି ପୂର୍ଣ୍ଣିମା ଉତ୍ସବ ପାଳିତ।

ମାଘ ପୂର୍ଣ୍ଣିମା ରେ ନାଲକୋ ସେକ୍ଟର୍ ୧ ସ୍ଥିତ ସରସ୍ଵତୀ ବିଦ୍ୟାମନ୍ଦିର ଟିଚରସ୍ କଲୋନୀରେ ଅଗି ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିରର ପରିଚାଳନ ସମିତିର ସମ୍ପାଦକ ଡଃ ଚିତ୍ତରଂଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁର୍ବରୁ ପ୍ରସ୍ତୁତ ଛଣ, କୁଟା ଓ କାଠରେ ଅଗ୍ନି ସଂଯୋଗ କରିଥିଲେ। ଅଗ୍ନି ସଂଯୋଗ ପୂର୍ବରୁ ସମସ୍ତଙ୍କ ଶରୀର ସୁସ୍ଥ ଓ ନିରୋଗ ରହିବା ନିମନ୍ତେ ପୂଜା ଅର୍ଚ୍ଚନା କରାଯାଇଥିଲା। ଡଃ ରାଜେନ୍ଦ୍ର କୁମାର ପଣ୍ଡା ପୁଜା ଅର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଦାସ,ହେମନ୍ତ ତ୍ରିପାଠୀ, ଶେଷଦେବ ଶତପଥୀ, ପ୍ରକାଶ ଦାସ ଓ ରବୀନ୍ଦ୍ର ପଟ୍ଟନାୟକଙ୍କ ସମେତ ନାଲକୋର ବହୁ ଅଫିସର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ। ଫସଲ ଅମଳ ପରେ ପରେ ଚାଷ ଜମି ସଫା କରି ପରିବେଶ ସଫlସୁତୁରା କରିବା ସହ ଆଗାମୀ ନୂତନ ଚାଷ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିବା ଓ ଶୀତ ୠତୁକୁ ବିଦାୟ ଦେବାସହ ବସନ୍ତ ଆଗମନକୁ ସ୍ୱାଗତ କରିବା ପାଇଁ ଓଡ଼ିଆ ମାନେ ଅଗିରା ପୂର୍ଣ୍ଣିମା ମହାସମାରୋହରେ ପାଳନ କରିଥାନ୍ତି। ଭକ୍ତମାନେ ନିଜ ମନସ୍କାମନା ପୁରଣ ନିମନ୍ତେ ବିଭିନ୍ନ ପ୍ରକାରର ପନିପରିବା ଓ ନଡ଼ିଆ ଆଦି ଅଗ୍ନି ରେ ପୋଡି ଥାଆନ୍ତି। ଏହି କାର୍ଯ୍ୟକ୍ରମକୁ ମଧୁସୂଦନ ପଣ୍ଡା,ଡଃ ନରେଶ ଚନ୍ଦ୍ର ସାହୁ, ପ୍ରଦୀପ କୁମାର ଜଗତି,ପ୍ରତାପ କୁମାର ମିଶ୍ର, ଡଃ ବନ୍ଦିତା ନନ୍ଦ, କଲ୍ୟାଣୀ ଦାସ,ରାଜୀବ ନାୟକ, ପୁଷ୍ପାଞ୍ଜଳୀ ପଣ୍ଡା, ରବୀନ୍ଦ୍ର ସାହୁ, ଗୁରୁଦାସ ପ୍ରଧାନ, ଡଃ ରମେଶ ସ୍ୱାଇଁ, ମନୋରଞ୍ଜନ ମିଶ୍ର, ନାରାୟଣ ସାହୁ, ହେମନ୍ତ ରାଉତରାୟ, ମମତା ସାହୁ, ମୃଣ୍ମୟୀ ନନ୍ଦ,ବରଦା ଓଝା ଓ ସୌମ୍ୟରଞ୍ଜନ ବେଉରା ପରିଚାଳନ କରିଥିଲେ। ଲୋପପାଇବାକୁ ଯାଉଥିବା ଓଡ଼ିଆ ପରମ୍ପରା, ଉତ୍ସବ ଓ ସଂସ୍କୃତିକୁ କୋରାପୁଟ ଭଳି ଉପାନ୍ତ ଅଞ୍ଚଳରେ ଶିକ୍ଷକ ସମାଜ ଦ୍ଵାରା ବଜାୟ ରଖିବାଲାଗି ପ୍ରୟାସ କରାଯାଇଥିବା ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଅଛି।

Leave a Reply

Your email address will not be published. Required fields are marked *