ଏବିଭିପି ଟିକାବାଲି ନଗର ଦ୍ଵାରା ନେତାଜୀ ଜୟନ୍ତୀ ପାଳନ ସହ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଏବିଭିପି ଟିକାବାଲି ନଗର ଦ୍ଵାରା ନେତାଜୀ ଜୟନ୍ତୀ ପାଳନ ସହ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲାର ଟିକାବାଲି ନଗର ପକ୍ଷରୁ ନେତାଜି ସୁବାଷ ଚନ୍ଦ୍ର ବୋଷ ଓ ବିର ସୁରେନ୍ଦ୍ର ସାଏଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଏହି ଶୋଭାଯାତ୍ରାଟି ଏ.ଏମ୍ .ସି.ଏସ ମହାବିଦ୍ୟାଳୟରୁ ଆରମ୍ଭ ହୋଇ ମୁଖ୍ୟ ମାର୍କେଟ ଦେଇ ଟିକାବାଲି ହାଇସ୍କୁଲ ପଡ଼ିଆରେ ସମାପ୍ତ ହୋଇଥିଲା । ସମଗ୍ର ଛାତ୍ର ସମାଜ କିପରି ଦେଶ ପ୍ରେମ ଓ ଦେଶ ଭକ୍ତି ରେ ନିଜକୁ ସାମିଲ କରିବେ ଏବଂ ସମସ୍ତ ଛାତ୍ର ସମାଜଙ୍କ ମନରେ ରାଷ୍ଟ୍ର ପ୍ରେମର ଭାବନା ଜାଗ୍ରତ କରିବା ଏହି ତ୍ରିରଙ୍ଗା ଶୋଭାଯାତ୍ରାର ମୁଖ୍ୟ ଲକ୍ଷ୍ୟ ଥିଲା ।ଶୋଭାଯାତ୍ରା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହେଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଦିଲ୍ଲୀ କୁମାର କହଁର,ସମ୍ମାନିତ ଅତିଥି ଶ୍ରୀ କୁନ୍ଦୁରି ମଲିକ, ରାଜ୍ୟ ଜନଜାତି ସଂଯୋଜିକା ତୋଅପୋଇ କହଁର, ରାଜ୍ୟ ( ସି. ଡି. ଡି) ଓ ଗଂଜାମ ବିଭାଗ ସହ ସଂଯୋଗ ରୁଦ୍ର ପ୍ରସାଦ ସେଠୀ ଜିଲ୍ଲା ପ୍ରମୁଖ ସନ୍ତୋଷ କୁମାର ଦଳବେହେରା,ସହ ପ୍ରମୁଖ ସୈମିୟ ରଂଜନ ଡାକୁଆ, ଟିକାବାଲି ନଗର ଉପ ସଭାପତି ରାଜକିଶୋର ପ୍ରଧାନ, ଯୁବ ସଂଗଠକ କପିଳାସ କହଁର ପ୍ରମୁଖ ଯୋଗଦେଇ ରାଷ୍ଟ୍ର ଗଠନ ରେ ଯୁବ ସମାଜ ଭୂମିକା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ସହ ସଂଯୋଜକ ଆଶୁତୋଷ ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂଯୋଜକ ଅମ୍ଳାନ ପଟ୍ଟନାୟ, ବିଭାଗ ଏସ୍ ଏଫ୍ ଡି ସଂଯୋଜକ ରଜତ ମହାପାତ୍ର, ବିଭାଗ ଆର୍ କେ ଏମ୍ ସଂଯୋଜକ ତ୍ରିଲୋଚନ ଗଣ୍ଡା ଜିଲ୍ଲା ଛାତ୍ର ସଂଦେଶ ପ୍ରମୁଖ ରଜତ ବେହେରା ଟିକାବାଲି ନଗର ସଂପାଦକ ସିଦ୍ଧାନ୍ତ ବଳିଆରସିଂହ,ଆଲିଶା କହଁର , ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ବିକାଶ ଦିଗାଲ, ଚନ୍ଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ବିଶେଷ ଭାବେ ଲିଙ୍ଗରାଜ ନାୟକ ଓ ସାଇ ରାମ୍ ବେହେରା , ଅରବିନ୍ଦ ମହାପାତ୍ର ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *