ଏନ୍. ଝାଲାରସିଂ ଗ୍ରାମର ଖ୍ରୀଷ୍ଟିୟାନ୍ ସାହିରେ ପାନୀୟଜଳ ସମସ୍ୟା ଆର,ଉଦୟଗିରି,୩/୦୧/୨୫ ସରକାର ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ପାଇଁ ପ୍ରତି ବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତଥାପି ଗ୍ରାମାଞ୍ଚଳରେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଦେଶ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଭାରତରେ ପରାଧୀନ ଭାବେ ଅଭିଶପ୍ତ ଜୀବନ ବିତାଉଛନ୍ତି ନୂଆଗଡ ବ୍ଲକ୍ ଅନ୍ତର୍ଗତ ସମ୍ବଲପୁର ପଞ୍ଚାୟତର ଏନ୍. ଝାଲାରସିଂ ଖ୍ରୀଷ୍ଟିୟାନ୍ ସାହିର ଲୋକେ। ଏହି ଖ୍ରୀଷ୍ଟିୟାନ୍ ସାହିରେ ପ୍ରାୟ ପାଞ୍ଚଶହ ଲୋକ ବସବାସ କରୁଛନ୍ତି। ଏହି ସାହିରେ ପିଇବା ପାଣି ଏବଂ ନିତିଦିନ ବ୍ୟବହାର କରୁଥିବା ପାଣି ସମସ୍ୟା ସବୁବେଳେ ଦେଖା ଦେଉଛି। ସ୍ନାନ ନିମନ୍ତେ ପୁରୁଷ ଲୋକଙ୍କୁ ଗ୍ରାମ ଠାରୁ ୧ କି.ମି ଦୂରକୁ ଯିବାକୁ ପଡୁଛି। ଅତି ଦୁଃଖର ବିଷୟ ଏହି ଡ଼ିସେମ୍ବର ମାସରେ ହିଁ ଗାଧୋଇବା ନାଳର ପାଣି ସୁଖିଯାଇଛି। ଗ୍ରୀଷ୍ମ ଋତୁରେ ପାନୀୟଜଳ ସମସ୍ୟା ନକହିବା ଭଲ। ସାହିରେ ଦୁଇଟି ନଳକୂପ ରହିଛି ପ୍ରାୟ ନଳକୂପ ଉପରେ ଭରଷା କରନ୍ତି ସାହି ବାସିନ୍ଦା ସେଥିରେ ପିଇବା ପାଣି ବେଳେ ବେଳେ ନିଅଣ୍ଟ ହୁଏ। ସେହି ନଳକୂପରୁ ଦୂଷିତ ଜଳ ନିଷ୍କାସନ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ଷ ବର୍ଷ ଧରି ଲୋକେ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି। ପୂର୍ବ ୨୪ ବର୍ଷ ବିଜଦ ସରକାର ଅମଳରେ ବିକାଶ ଅପହଞ୍ଚ ହୋଇଥିବା ପରିଲକ୍ଷିତ ହୋଇଛି। ଦୀର୍ଘ ୨୪ ବର୍ଷ ପରେ ସରକାର ବଦଳିଲା ଲୋକେ ବିଜେପି ଦଳକୁ ଆସ୍ଥା ପ୍ରକଟ କରିଛନ୍ତି। ଲୋକଙ୍କୁ ମୌଳିକ ଅଧିକାର ଯୋଗାଇବା ଦେବା ପାଇଁ ବର୍ତ୍ତମାନ ବିଜେପି ସରକାର ଶାସନ କ୍ଷମତା ରେ ରହିଛନ୍ତି। ବିଜେପି ସରକାର ପାନୀୟଜଳ ସମସ୍ୟା ଉପରେ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବି ହେଉଛି। ନିତିଦିନ ବ୍ୟବହାର କରାଯାଉଥିବା ପାଣି ସମସ୍ୟା ଦୂର କରିବା ପାଇଁ ଗ୍ରାମବାସୀ ସରକାର ଓ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ।
Related Posts
କୋଇଲା ଖଣି ପାଇଁ ଜଙ୍ଗଲ ଜମି ଏବଂ ଗଛର ସର୍ଭେ କରୁଥିବା ଏକ ଘରୋଇ ସର୍ବେକ୍ଷଣ ସଂସ୍ଥାକୁ ବିରୋଧକରି ଭୋଗ୍ରାକଚ୍ଛାର ଗ୍ରାମବାସୀ ଫେରାଇ ଦେଇଛନ୍ତି।
*ଗଛ ସର୍ଭେକୁ ଗ୍ରାମବାସୀଙ୍କ ବିରୋଧ* ସୁନ୍ଦରଗଡ ଜିଲା ସ୍ଥିତ ହେମଗିର ବ୍ଲକ ଏବେ ଖଣି ଖାଦାନରେ ପରିପୂର୍ଣ୍ଣ ହୋଇଛି । ପ୍ରଚୁର ପରିମାଣରେ ଖଣିଜ ସମ୍ପଦ (କୋଇଲା)…
ବାସଭନରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର କଲା ପୁଲିସ, କାରଣ ଅସ୍ପଷ୍ଟ ।
ବାସଭନରୁ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତ୍ୟୁଦେହ ଉଦ୍ଧାର କଲା ପୁଲିସ, କାରଣ ଅସ୍ପଷ୍ଟ । ଆର,ଉଦୟଗିରି(ମନୋଜ କୁମାର ପାଢୀ)- ନୁଆଗଡର ଖଜୁରୀପଦା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରର ସରକାରୀ କ୍ବାର୍ଟର୍ସରୁ ଫାର୍ମାଷ୍ଟଙ୍କ…
ବରିଷ୍ଠ ବିଜେଡି ନେତ୍ରୀ ବିଜେପିରେ ଯୋଗ ଦେଲେ
ବରିଷ୍ଠ ବିଜେଡି ନେତ୍ରୀ ବିଜେପିରେ ଯୋଗ ଦେଲେ ଗଜପତି ,(୪/୫/୨୦୨୪ ): ଗଜପତି ଜିଲ୍ଲାର ବହୁ ପୁରାତନ ତଥା ବରିଷ୍ଠ ବିଜେଡି ନେତ୍ରୀ ଇନ୍ଦିରା ପଟ୍ଟନାୟକ ବିଜେଡିରୁ…