ଏକ ପିକପ ଭ୍ୟାନ ରେ ବହୁମୂଲ୍ୟ କାଠ ସହ ଦୁଇ ମାଫିଆ କୋର୍ଟ ଚାଲାଣ, ଚାଳକ ଘଟଣା ସ୍ଥଳରୁ ଫେରାର।

ଏକ ପିକପ ଭ୍ୟାନ ରେ ବହୁମୂଲ୍ୟ କାଠ ସହ ଦୁଇ ମାଫିଆ କୋର୍ଟ ଚାଲାଣ, ଚାଳକ ଘଟଣା ସ୍ଥଳରୁ ଫେରାର।

ଟିକିରି ୧୪/୧/୨୫ (ପ୍ରଫୁଲ୍ଲ କୁମାର ବେହେରା)-ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ରେଞ୍ଜ ଅଧିନସ୍ଥ ଗତକାଲି ରାତିରେ ବିଭାଗୀୟ ପକ୍ଷରୁ ଏକ ଭ୍ୟାନ ସହ ବହୁମୂଲ୍ୟ କାଠ ଜବତ ସହ ଦୁଇ କାଠ ମାଫିଆଙ୍କୁ ଠାବ କରିଛି ଟିକିରି ବନ ବିଭଗ। ପାଖା ପାଖି ୭୦ ହଜାର ରୁ ଉର୍ଦ୍ଧ ଟଙ୍କା ର ପିଆଶାଳ ଗଣ୍ଡି ଏବଂ ଏବଂ ଏକ ପିକପ ଭ୍ୟାନ ସହ ଦୁଇଜଣ କାଠ ବ୍ୟାପାରୀଙ୍କୁ ଟିକିରି ବନ ବିଭାଗ ଏବଂ କାଶୀପୁର ବନ ବିଭାଗ ର ଏକ ଦଳ ସମୂହ ଗତ କାଲି ଠାବ କରିବାରେ ସଫଳ ହେଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଗୁରୁବାରୁ ନାଏକ ଅମରସିଂ ଗୁଡା, ପିଣ୍ଟୁ ଝାଡୁଆ ଖୁରୀଗାଁ କାଶୀପୁର ବୋଲି ଜଣାପଡିଛି। ୬୦ ଟି ପିଆଶାଳ ଗଣ୍ଡି ସହ ୧୨ ଟି ପଟା ଜବତ ହେଇଛି। ବହୁମୂଲ୍ୟ କାଠ କୁ ଏକ OD 18M 9002 ଗାଡି ନମ୍ବର ପିକପ ଭ୍ୟାନ ଯୋଗେ ଲେଲିଗୁମା ସଂଗ୍ରକ୍ଷିତ ଜଙ୍ଗଲ ପଟୁ ଆସୁଥିବା ବେଳେ ମାଣ୍ଡିଗୁଡା ଗ୍ରାମ ରେ ଏହି କାଠ ମାଫିଆଙ୍କୁ ଟିକିରି ଓ କାଶୀପୁର ଉଭୟ ବନ ବିଭାଗ ଦଳ କାବୁ କରିନେଇଥିଲେ। ଗାଡି ଚାଳକ କିନ୍ତୁ କୌଶଳ କ୍ରମେ ସମସ୍ତଙ୍କୁ ଚାଖମା ଦେଇ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଉଥିଲା।ସୂଚନା ପ୍ରକାରେ କାଠ ମାଫିଆ ମାନେ କିଛି ଦିନ ହେଲା ଏହି ଅଞ୍ଚଳରେ ସକ୍ରିୟ ହୋଇ ଉପଯୁକ୍ତ ଓ ସୁରକ୍ଷିତ ସମୟର ଅପେକ୍ଷରେ ଥିଲେ। ଏମାନଙ୍କ ଗତିବିଧି କୁ ଟିକିରି ରେଞ୍ଜ ତୀକ୍ଷଣ ନଜର ରଖିଲା। ଗତକାଲି ରାତିରେ କାଠ ମାଫିଆ ମାନେ ତାଙ୍କ କାର୍ଯ୍ୟ ସମ୍ପାଦନ କରିବାର ପୂର୍ବ ସୂଚନା ପାଇ ଟିକିରି ରେଞ୍ଜ କର୍ମଚାରୀ ଛପି ରହିଥିଲେ। ମାଫିଆ ମାନେ ବନ ବିଭଗ କର୍ମଚାରୀଙ୍କ ସହ ଲୁଚକାଳି ଖେଳିଲା ଭୋଳି ଚାଖମା ଦେବାକୁ ଚେଷ୍ଟା କରିଥିଲେ। ଏହାରି ଭିତରେ କାଶୀପୁର ରେଞ୍ଜ ଦଳଙ୍କୁ ମଧ୍ୟରାତ୍ରିରେ ସୂଚନା ଦିଆଯାଇଥିଲା। ଟିକିରି ଓ କାଶୀପୁର ବନ ବିଭାଗୀୟଙ୍କ ମିଳିତ ଉଦ୍ୟମ ରେ କାଠ ମାଫିଆଙ୍କୁ ଠାବ କରିବାରେ ସଫଳ ହୋଇଥିଲେ। ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *