ଏକଲବ୍ୟ ବିଦ୍ୟାଳୟ ର 4 ର୍ଥ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ର ଉଦଯାପିତ ହୋଇଛି

ଏକଲବ୍ୟ ବିଦ୍ୟାଳୟ ର 4 ର୍ଥ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ର ଉଦଯାପିତ ହୋଇଛି

ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଣୁପୁର ଉପଖଣ୍ଡ ର ବିକ୍ରମପୁର ଠାରେ ଅବସ୍ଥିତ ଏକଲବ୍ୟ ବିଦ୍ୟାଳୟ ଠାରେ 4ର୍ଥ ରାଜ୍ୟସ୍ତରୀୟ କ୍ରୀଡା ମୋହକୁମ୍ଭ ର ଆଜି ଉଦଯାପନୀ ହୋଇଯାଇଛି l 20 ଓ 21 ତାରିଖ ଏହି ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କ୍ରୀଡା ମହାକୁମ୍ଭ ରେ ଓଡିଶା ର 18 ଗୋଟି ଜ଼ିଲ୍ଲା ରୁ 30 ଗୋଟି ଏକଲବ୍ୟ ସ୍କୁଲର 643 ଜଣ ଉଭୟ ବାଳକ ଓ ବାଳିକା ଖେଳାଳି ଭାଗ ନେଇଥିଲେ l ଏଥିରେ 14 ଓ 19 ବର୍ଷରୁ କମ 2 ବିଭାଗ ର ବାଳକ ବାଳିକା ବର୍ଗ ରେ କବାଡି, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଟ୍ରିପଲ ଯମ୍ପ, ଶୋଟ ପୁଟ, ଡିସ୍କସ ଥ୍ରୋ ଓ ଜାଭଲିନ ଥ୍ରୋ ଖେଳ ଅନୁଷ୍ଠିତ ହେବ ବିକ୍ରମପୁର ଏକଲବ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନନ୍ତ ତ୍ରିପାଠୀ କହିଛନ୍ତି l ଏହି କ୍ରୀଡା ଉତ୍ସବ ର ଉଦଘାଟନୀ କ୍ରୀଡା ମହାକୁମ୍ଭ କୁ ଗୁଣୁପୁର ଉପ ଜ଼ିଲ୍ଲାପାଳ କିରନ ଦୀପ କୌର ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୁଣୁପୁର ବ୍ଲକ ଅଧକ୍ଷା ଝିଲି ଶବର, ବିଡ଼ିଓ ଶୁଭଜ୍ୟୋତି ପ୍ରଧାନ, ଜ଼ିଲ୍ଲା ମଙ୍ଗଳ ବିଭାଗ ର ଶିକ୍ଷାଧିଶ ଶ୍ୟାମଘନ ଭୂୟାଁ, ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକ ଓ ପ୍ରଦୀପ୍ତ କୁମାର ଦଳାଇ, ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଯୋଗ ଦେଇ ମଂଚାସୀନ ଥିଲେ ଏହି କାର୍ଯ୍ୟକ୍ରମ ଟି ସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l କ୍ରୀଡା ଉତ୍ସବ ଆରମ୍ଭ ପୂର୍ବରୁ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ଅତିଥିମାନେ ପ୍ରତିଯୋଗୀ ଙ୍କୁ ଉଦବୋଧନ ଦେବସହିତ ଉତ୍ସାହିତ କରିଥିଲେ l ରାଜ୍ୟ ର 30ଗୋଟି ସ୍କୁଲ ରୁ ଆସିଥିବା ଖେଳାଳି ଙ୍କୁ ନିଜ ନିଜ ର ବକ୍ତବ୍ୟରେ ଉତ୍ସାହିତ କରିଥିଲେ l ମୁଖ୍ୟ ଅତିଥି କ୍ରୀଡା ମଶାଲ କୁ ସ୍ଥାପନ କରି କ୍ରୀଡା ପତାକା କୁ ଉତୋଳନ କରିବା ସହିତ ଅନୁଷ୍ଠାନିକ ଭାବେ କ୍ରୀଡା ମୋହ ଉତ୍ସବ କୁ ପ୍ରାରମ୍ଭ କରିଥିଲେ l ଉଦଯାପନୀ ଉତ୍ସବ ରେ ଗୁଣୁପୁର ପୌର ପରିଷଦ ର ଅଧକ୍ଷା ମମତା ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ ଦଳାଇ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା, କାଉନ ସିଲେର ପ୍ରମୋଦ ଦାସ ଉପସ୍ଥିତ ରହିଥିଲେ l କବାଡି ରେ ଉଭୟ ବାଳକ ଓ ବାଳିକା ବିଭାଗ ରେ ସୁନ୍ଦରଗଡ଼ ଜ଼ିଲ୍ଲା ର ଲହୁଣୀପୋଡ଼ା ଏକଲବ୍ୟ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ବିକ୍ରମ ପୁର ଏକଲବ୍ୟ ଛତ୍ର ମସନେ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ବେଳେ ଏହି ବିକ୍ରମପୁର ସ୍କୁଲ ର ଛାତ୍ର ଛାତ୍ରୀ ତ୍ରିପଲ ଯମ୍ପ ରେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ l ବରିଷ୍ଠ ଓ କନିଷ୍ଠ ବର୍ଗ ସଟ ପୁଟ, ଡ଼ିସ କସ ଥ୍ରୋ ଜାଭଲିନ ଥ୍ରୋ ଉଚ୍ଚ ଡିଆଁ, ଲମ୍ବା ଡିଆଁ ରେ ଖେଳ ତର ବିକ୍ରମପୁ ଏକଲବ୍ୟ ବିଦ୍ୟାଳୟ ର 8 ପୁରସ୍କୃତ ହୋଇଥିବା ବେଳେ 7 ଜଣ ଜାତୀୟ ସ୍ତର ରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି l ଚାନ୍ଦପୁର ବିଦ୍ୟାଳୟ ର 3 ଜଣ ଛାତ୍ର ପୁରସ୍କୃତ ହୋଇଛନ୍ତି lଏହି ଦୁଇ ଦିନ ଧରି କ୍ରୀଡା କୁ ବାବୁଲା ମେଲକା, ଶଙ୍କର୍ଷଣ ମହାନ୍ତି, ମନୋଜ ତୁଳ, ହରେକୃଷ୍ଣ ଗୌଡ଼, ସଚିନ କୁମାର ଜେନା, ରମା ସଂକର ପାଳ, ହେମନ୍ତ କୁମାର, ଜିନିତ ଶବର, ନମିତା ରଥ, ନନ୍ଦିନୀ ପଣ୍ଡା, ଅଲିଭା ଜ୍ୟୋତି ଡେ, ଅର୍ପନା ପାତ୍ର, କ୍ରୀଡା ପରିଚାଳନା କରିଥିଲେ l ବିଚାରକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦେବୀ ପ୍ରସାଦ ଯୋଗ ଦେଇଥିଲେ l ବିକ୍ରମପୁର ଏକଲବ୍ୟ ବିଦ୍ୟାଳୟ ର ଶିକ୍ଷକ ସିମାଞ୍ଚଳ ପାତ୍ର ଓ ଶାନ୍ତୁ ଶର୍ମା ମଞ୍ଚ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଭାଗ ନେବାନିମନ୍ତେ ଆସିଥିବା ଛାତ୍ର ଛାତ୍ରୀ ଙ୍କ ରହିବା ଓ ଖାଇବା ସହିତ ବିଭିନ୍ନ ଦାୟିତ୍ୱ ରେ ବିଦ୍ୟାଳୟ ର ଶ୍ୟାମସିନ୍ଦୁର ନାୟକ, ଅନିଲ କୁମାର ପାଣିଗ୍ରାହୀ ଅଙ୍କିତା ଚୌଧୁରୀ, ରେସ୍ମା ରାଣୀ ସାମଲ, ସୁସ୍ୱପ୍ନା ଛେଲି, ଶିବନାରାୟଣ ଜେନା, ତୁଷାର ରଞ୍ଜନ ମାଲିକ, ସିଦ୍ଧାର୍ଥ, ସିଦ୍ଧାର୍ଥ ପଟେଲ ଗୁଣୁପୁର ଅନ୍ବେଷା ହଷ୍ଟେଲ ବିକ୍ରମପୁର ର ଇନଚାର୍ଜ ସିଲା ଶ୍ରୀନିବାସ, କେନ୍ଦୁଗୁଡା ଆଶ୍ରମ ର ଦିଲୀପ ଚୌଧୁରୀ, ମାଳତିପୁର ସେବାଶ୍ରମ ର ମୋହନ କେରିମେରିକା, ଡମ୍ବସରା ବାଳିକା ଉଚ୍ଚ ବିଦ୍ୟାଳୟ ର ସୁନୀଲ କୁମାର ଗୌଡ଼ ଙ୍କ ସହିତ ଏକଲବ୍ୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ, ୱାର୍ଡନ ମେଟ୍ରୋନ ଓ ରୋଷେୟା ସହଯୋଗ କରିଥିଲେ l ଦୁଇ ଦିନ ଧରି ଚାଲିଥିବା କ୍ରୀଡା ଉତ୍ସବ ର ଉଦଯାପନୀ ହୋଇଯାଇଛି ଏଥିରେ ଭାଗ ନେଇଥିବା ଛାତ୍ରୀ ଛାତ୍ର ବହୁତ ଖୁଶୀ ସହିତ ଏହି ସ୍କୁଲର ସମସ୍ତ ଷ୍ଟାଫ ଙ୍କୁ ଭୁଲିପାରିବୁ ନାହିଁ ବୋଲି କହିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *