ଏକଲବ୍ୟ ବିଦ୍ୟାଳୟ ର 4 ର୍ଥ ରାଜ୍ୟସ୍ତରୀୟ କ୍ରୀଡା ଉତ୍ସବ ଆରମ୍ଭ ରାୟଗଡା : ରାୟଗଡା ଜ଼ିଲ୍ଲା ର ଗୁଣୁପୁର ଉପଖଣ୍ଡ ର ବିକ୍ରମପୁର ଠାରେ ଅବସ୍ଥିତ ଏକଲବ୍ୟ ବିଦ୍ୟାଳୟ ଠାରେ 4ର୍ଥ ରାଜ୍ୟସ୍ତରୀୟ କ୍ରୀଡା ମୋହକୁମ୍ଭ ଆରମ୍ବ ହୋଇଯାଇଛି ଏହା 20 ଓ 21 ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ ଏହି କ୍ରୀଡା ମହାକୁମ୍ଭ ରେ ଓଡିଶା ର 18 ଗୋଟି ଜ଼ିଲ୍ଲା ରୁ 30 ଗୋଟି ଏକଲବ୍ୟ ସ୍କୁଲର 643 ଜଣ ଉଭୟ ବାଳକ ଓ ବାଳିକା ଖେଳାଳି ଭାଗ ନେଇଛନ୍ତି l ଏଥିରେ 14 ଓ 19 ବର୍ଷରୁ କମ 2 ବିଭାଗ ର ବାଳକ ବାଳିକା ବର୍ଗ ରେ କବାଡି, ଉଚ୍ଚ ଡିଆଁ, ଲମ୍ବା ଡିଆଁ, ଟ୍ରିପଲ ଯମ୍ପ, ଶୋଟ ପୁଟ, ଡିସ୍କସ ଥ୍ରୋ ଓ ଜାଭଲିନ ଥ୍ରୋ ଖେଳ ଅନୁଷ୍ଠିତ ହେବ ବିକ୍ରମପୁର ଏକଲବ୍ୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅନନ୍ତ ତ୍ରିପାଠୀ କହିଛନ୍ତି l ଆଜିର ଏହି କ୍ରୀଡା ର ମହାକୁମ୍ଭ କୁ ଗୁଣୁପୁର ଉପ ଜ଼ିଲ୍ଲାପାଳ କିରନ ଦୀପ କୌର ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୁଣୁପୁର ବ୍ଲକ ଅଧକ୍ଷା ଝିଲି ଶବର, ବିଡ଼ିଓ ଶୁଭଜ୍ୟୋତି ପ୍ରଧାନ, ଜ଼ିଲ୍ଲା ମଙ୍ଗଳ ବିଭାଗ ର ଶିକ୍ଷାଧିଶ ଶ୍ୟାମଘନ ଭୂୟାଁ, ଅତିରିକ୍ତ ମଙ୍ଗଳ ଅଧିକାରୀ ସୁରଜ ନାୟକ ଓ ପ୍ରଦୀପ୍ତ କୁମାର ଦଳାଇ, ବ୍ଲକ ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଯୋଗ ଦେଇ ମଂଚାସୀନ ଥିଲେ ଏହି କାର୍ଯ୍ୟକ୍ରମ ଟି ସ୍କୁଲ ପ୍ରଧାନ ଶିକ୍ଷକ ଅନନ୍ତ ତ୍ରିପାଠୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା l କ୍ରୀଡା ଉତ୍ସବ ଆରମ୍ଭ ପୂର୍ବରୁ ଅତିଥି ମାନେ ଶ୍ରୀଜଗନ୍ନାଥ ଙ୍କ ଫୋଟ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ଅତିଥିମାନେ ପ୍ରତିଯୋଗୀ ଙ୍କୁ ଉଦବୋଧନ ଦେବସହିତ ଉତ୍ସାହିତ କରିଥିଲେ l ରାଜ୍ୟ ର 30ଗୋଟି ସ୍କୁଲ ରୁ ଆସିଥିବା ଖେଳାଳି ଙ୍କୁ ନିଜ ନିଜ ର ବକ୍ତବ୍ୟରେ ଉତ୍ସାହିତ କରିଥିଲେ l ମୁଖ୍ୟ ଅତିଥି କ୍ରୀଡା ମଶାଲ କୁ ସ୍ଥାପନ କରି କ୍ରୀଡା ପତାକା କୁ ଉତୋଳନ କରିବା ସହିତ ଅନୁଷ୍ଠାନିକ ଭାବେ କ୍ରୀଡା ମୋହ ଉତ୍ସବ କୁ ପ୍ରାରମ୍ଭ କରିଥିଲେ l ଆଜିର ଏହି କ୍ରୀଡା କୁ ବାବୁଲା ମେଲକା, ଶଙ୍କର୍ଷଣ ମହାନ୍ତି, ମନୋଜ ତୁଳ, ହରେକୃଷ୍ଣ ଗୌଡ଼, ସଚିନ କୁମାର ଜେନା, ରମା ସଂକର ପାଳ, ହେମନ୍ତ କୁମାର, ଜିନିତ ଶବର, ନମିତା ରଥ, ନନ୍ଦିନୀ ପଣ୍ଡା, ଅଲିଭା ଜ୍ୟୋତି ଡେ, ଅର୍ପନା ପାତ୍ର, କ୍ରୀଡା ପରିଚାଳନା କରିଥିଲେ l ବିଚାରକ ଭାବେ ଅବସର ପ୍ରାପ୍ତ ଶିକ୍ଷକ ଦେବୀ ପ୍ରସାଦ ଯୋଗ ଦେଇଥିଲେ l ବିକ୍ରମପୁର ଏକଲବ୍ୟ ବିଦ୍ୟାଳୟ ର ଶିକ୍ଷକ ସିମାଞ୍ଚଳ ପାତ୍ର ଓ ଶାନ୍ତୁ ଶର୍ମା ମଞ୍ଚ ପରିଚାଳନା କରିଥିଲେ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
Related Posts

ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ
ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ ଭୁବନେଶ୍ୱର: ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟାଳୟରେ ହେବ ମେଡିକାଲ କଲେଜ ବୋଲି ସୂଚନା ଦେଲେ ସ୍ବାସ୍ଥ୍ୟ ମନ୍ତ୍ରୀ…

ପାରଳା ବାରାଟମ୍ ସଫି ମଲ୍ ଅଗ୍ନିକାଣ୍ଡ ଘଟଣା
ପାରଳା ବାରାଟମ୍ ସଫି ମଲ୍ ଅଗ୍ନିକାଣ୍ଡ ଘଟଣା ଗଜପତି -: (୭/୬/୨୦୨୪):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଜଦାଣ୍ଡରେ ଥିବା ବାରାଟମ୍ ସଫି ମଲ୍ର ନିଆଁ…

ସମସ୍ୟାର ସମାଧାନ ନିମନ୍ତେ ଆଇନ ଛାତ୍ର ଆଶିଷ ଜ୍ୟୋତିଷ ମାନ୍ୟବର ପରିବାର କଲ୍ୟାଣ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଟୁଇଟ କରିଛନ୍ତି।
ମାନ୍ୟବର ପରିବାର କଲ୍ୟାଣ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ନିବେଦନ ସୀମାନ୍ତ ବର୍ତ୍ତ ଅଞ୍ଚଳର ରୋଗି ମାନେ ନିର୍ଭର କରିଥାନ୍ତି ହେଲେ ଏକ ମାତ୍ର ଡାକ୍ତର ଖାନା ଗାଇସିଲେଟରେ…