ଉପ କନିଷ୍ଠ ସ୍ତରୀୟ ସିପକଟାକ୍ରୋ ଖେଳାଳୀଙ୍କ କେରଳ ଯାତ୍ରା

*ଉପ କନିଷ୍ଠ ସ୍ତରୀୟ ସିପକଟାକ୍ରୋ ଖେଳାଳୀଙ୍କ କେରଳ ଯାତ୍ରା*

ସୁନ୍ଦରଗଡ: ଗୁରୁବାର ଅପରାହ୍ନ ୧୨.୪୦ ଘଟିକା ସମୟରେ ସୁନ୍ଦରଗଡ ଉପ କନିଷ୍ଠ ସିପକଟାକ୍ରୋ ଖେଳାଳୀ ଓଡ଼ିଶା ଦଳଙ୍କ ସହ ଟ୍ରେନ ଯୋଗେ କେରଳ ଯାତ୍ରା କରିଛନ୍ତି l ୨୭ ତମ ଉପ କନିଷ୍ଠ ଜାତୀୟ ସିପକଟାକ୍ରୋ ପ୍ରତିଯୋଗିତା ଆସନ୍ତା ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କେରଳ ରାଜ୍ୟ କସରଗଡ ଜିଲ୍ଲା ତ୍ରିକlରପୁରରେ ହେବାକୁ ଯାଉଛି l ଏହି ଦଳର ବାଳିକା ବର୍ଗରେ ସୁନ୍ଦରଗଡର ପ୍ରତୀକ୍ଷା ବିଲୁଙ୍ଗ ଓ ତୃପ୍ତି ଟପ୍ପୋ, କିସ୍ ଭୁବନେଶ୍ୱରର ଲକ୍ଷ୍ମୀପ୍ରିୟା ମାଝୀ, ମୁକ୍ତା ମୁଣ୍ଡା, ପ୍ରିୟା ମୁଣ୍ଡା କୁସ୍ମିତା ଭୁଏ, ଲିପିରାଣୀ ନାୟକ ଭଦ୍ରକର ଅର୍ଚ୍ଚିତା ଦାସ, ସୁଭଦ୍ରା ପଢିଆରି, ରିୟା ନାଏକ, ଆଦ୍ୟାଶl ଜେନା, କଟକର ଆୟlସl ପରବିନ, ରାଜଲକ୍ଷ୍ମୀ ବେହେରା, ପୁଷ୍ପାଞ୍ଜଳି ସିଂ, ଦିବ୍ୟଜ୍ୟୋତି ନାଥ ଏବଂ ବାଳକ ବର୍ଗରେ ଆଦର୍ଶ ମିଞ୍ଜ, ଆନିଶ ଏକ୍କା, ରିତେଶ ପାନ ଓ କ୍ରିସ ଭଇଁସl ଅଂଶ ଗ୍ରହଣ କରିଥିବା ବେଳେ କିସ୍ ଭୁବନେଶ୍ୱରର ରୀୟlସ କୁମାର ପ୍ରଧାନ, ହେମନ୍ତ ପୁଲlକl, କଟକର ସାଇ କଷ୍ଟୁ ଖୁଣ୍ଟିଆ ଓ ଲଭେଶ ଜୈନ ଦଳରେ ସାମିଲ ଅଛନ୍ତି l ସମସ୍ତ ଖେଳାଳି କଟକ ବାରବାଟୀ ଷ୍ଟାଡିୟମର ସିପକଟାକ୍ରୋ ପଡ଼ିଆରେ ଡିସେମ୍ବର ୧ ରୁ ୧୮ ତାରିଖ ପର୍ଯ୍ୟନ୍ତ କ୍ୟାମ୍ପରେ ରହି ତାଲିମ୍ ନେଉଥିଲେ l କୋଚ୍ ଦାୟିତ୍ୱରେ ଅଲିଭା ଦାସ ଓ ଦୀନବନ୍ଧୁ ପାତ୍ର ଥିବା ବେଳେ ମ୍ୟାନେଜର ଭାବେ ସୁନ୍ଦରଗଡର ଶିବାନୀ ଭଇଁସl ଓ ସୁଶାନ୍ତ କୁମାର ଷଡଙ୍ଗୀ ଦାୟିତ୍ଵ ନେଇଛନ୍ତି l ଖେଳାଳି ମାନଙ୍କୁ ଓଡ଼ିଶା ରାଜ୍ୟ ସିପକଟାକ୍ରୋ ସଂଘର ସାଧାରଣ ସମ୍ପାଦକ ତଥା ସର୍ବ ଭାରତୀୟ ସିପକଟାକ୍ରୋ ସଂଘର ସହ ସମ୍ପାଦକ ପୃଥିରାଜ ସାହୁ, ଅନ୍ତର୍ଜାତୀୟ ରେଫରୀ ମହମ୍ମଦ ଗୁଲ୍ଫlମ, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ବିଶ୍ୱନାଥ ମିଶ୍ର, ସୁନ୍ଦରଗଡ ସିପକଟାକ୍ରୋ ସଂଘର ସମସ୍ତ ସଦସ୍ୟ, ସୁନ୍ଦରଗଡ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ଶୁଭେଛା ଜଣାଇଛନ୍ତି l ବରିଷ୍ଠ ସାମ୍ବାଦିକ ସଂଜୀବ କୁମାର ପାଢୀଙ୍କ ରିପୋର୍ଟ ।

Leave a Reply

Your email address will not be published. Required fields are marked *