ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ନୂଆବର୍ଷ ପାଳିଲା ଜିଲ୍ଲା ଜେଡ ଏସ ଏସ

ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ନୂଆବର୍ଷ ପାଳିଲା ଜିଲ୍ଲା ଜେଡ ଏସ ଏସ

ରାୟଗଡ ତା ୦୨/୦୧(ପ୍ରଫୁଲ କୁମାର ବେହେରା)ରାୟଗଡ଼ା ଜିଲ୍ଲାର ଜିଲ୍ଲା ସାମ୍ୱାଦିକ ସଂଘ ପ୍ରତିବର୍ଷ ଭଳି ଇଂରାଜୀ ନବବର୍ଷ ଅନନ୍ୟ ଭାବେ ପାଳନ କରିଛି। ଆଜି ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଡ ବାଦଲ କୁମାର ତା ଙ୍କ ତତ୍ତ୍ଵାବଧାନରେ ରାୟଗଡ଼ା ଜିଲ୍ଲା କୁମ୍ଭିକୋଟା ପଞ୍ଚାୟତ ଅନ୍ତର୍ଗତ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଗ୍ରାମ ଉଦୟପୁର ଥରେ ପହଞ୍ଚି କୁନି କୁନି ସେଠାର ଛାତ୍ରଛାତ୍ରୀଙ୍କ ସହ ହସଖୁସିରେ ସମୟ ବିତାଇବା ସହ ଉକ୍ତ ଛାତ୍ରଛାତ୍ରୀଙ୍କୁ ବର୍ଣ୍ଣବୋଧ ପୁସ୍ତକ, ଖାତା, ପେନ୍ ପେନ୍ସିଲ, ରବର୍ ଆଦି ବଣ୍ଟନ କରିବା ସହ ବିସ୍କୁଟ , ଚକଲେଟ ବଣ୍ଟନ କରଯାଇଥିଲା। ସୂଚନା ମୁତାବକ ଜିଲ୍ଲା ସାମ୍ୱାଦିକ ସଂଘ ପ୍ରତିବର୍ଷ ଅନନ୍ୟ ଢଙ୍ଗରେ ଜିଲ୍ଲାର ବିଭିନ୍ନ ଉପାନ୍ତ ଓ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଯାଇ ବିଭିନ୍ନ ସମୟରେ ସେଠାରେ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ , ଖାଦ୍ୟ ବସ୍ତ୍ର ବଣ୍ଟନ କରୁଛି। ଯାହାକି ଏହି ସେବା କାର୍ଯ୍ୟ ତାକୁ ଜିଲ୍ଲାରେ ଏକ ଅନନ୍ୟ ପରିଚୟ ଦେଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ରବୀନ୍ଦ୍ର ପାଟଖଣ୍ଡାଳ, ଶ୍ୟାମ ଦାଶ, ବିଦ୍ୟା ପଣ୍ଡା, ବିଦ୍ୟା ସାଗର , ପ୍ରମୋଦ କୁମାର ପଣ୍ଡା ଓ ସମାଜସେବୀ ତଥା ବୁଦ୍ଧିଜିବୀ ଶଶୀଭୂଷଣ ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସାମ୍ବାଦିକ ସଂ ସର୍ବଦା ନିଜର ଏଭଳି ସେବା କାର୍ଯ୍ୟରେ ଲିପ୍ତ ରହି ଅନେକ ସମାଜମଙ୍ଗଳ କାର୍ଯ୍ୟ କରି ଆସୁଥିବା ଓ ଆଗକୁ ଅନେକ ଲୋକମଙ୍ଗଳ କାର୍ଯ୍ୟକୁ କରିବାକୁ ଲକ୍ଷ୍ୟ ରଖିଥିବା ଜିଲ୍ଲା ସାମ୍ୱାଦିକ ସଂଘର ସଭାପତି ଶ୍ରୀ ତା କହିଛନ୍ତି। ଆଜିର କୁନି କୁନି ଚତ୍ରଚତ୍ରୀଙ୍କେଲାରେ ସମୟ କାଟିବା ଏକ ଅନନ୍ୟ ଅନୁଭୂତି ବୋଲି ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *