ଉପକାରାଗାର ଠାରେ ୧୦୦ ଦିନିଆ ଯକ୍ଷ୍ମା ରୋଗ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ-ଯକ୍ଷ୍ମା ହଟାଅ ଦେଶ ବଞ୍ଚାଅ

ଉପକାରାଗାର ଠାରେ ୧୦୦ ଦିନିଆ ଯକ୍ଷ୍ମା ରୋଗ ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ-ଯକ୍ଷ୍ମା ହଟାଅ ଦେଶ ବଞ୍ଚାଅ –

କନ୍ଧମାଳ: (ରିପୋର୍ଟ କୁନା ଦିଗାଲ ) କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଙ୍କ ଆଦେଶ କ୍ରମେ ଜି. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡଃ ରତିକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ସକାଳ ୧୦ ଘଣ୍ଟିକା ଠାରୁ ଏକ ଟିମ୍ ସ୍ଥାନୀୟ ଉପକାରାଗାର ଯାଇ ୫୭ ଜଣ ଅନ୍ତେବାସୀ ଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଯକ୍ଷ୍ମା ଚିହ୍ନଟ ଓ ଚିକିତ୍ସା ପାଇଁ ଯକ୍ଷ୍ମା ପରୀକ୍ଷା କରାଯାଇଥିଲା। ଏଥି ମଧ୍ୟରୁ ୫ ଜଣ ରୋଗୀଙ୍କୁ ସନ୍ଦେହ କରାଯାଇଛି ସେମାନଙ୍କୁ କିଛି ଦିନ ମଧ୍ୟରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଅନ୍ୟ ପରୀକ୍ଷା ସହ ଛାତିର ଏକ୍ସରେ କରାଯାଇ ଯକ୍ଷ୍ମା ରୋଗୀ କୁ ଚିହ୍ନଟ କରାଯାଇ ଚିକିତ୍ସା କରାଯିବ। ୧୦୦ ଦିନ ମଧ୍ୟରେ ବ୍ଲକ, ଜିଲ୍ଲା, ରାଜ୍ୟ ଓ ସମ୍ପୂର୍ଣ୍ଣ ଦେଶରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କ ଚିକିତ୍ସା କରାଯାଇ ଦେଶକୁ ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ର ମୁଳ ଲକ୍ଷ୍ୟ। ଏହି କ୍ରମରେ ସ୍ଥାନୀୟ ବ୍ଲକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୦୦ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ବ୍ଲକ କୁ ଯକ୍ଷ୍ମା ରୋଗୀଙ୍କୁ ଚିକିତ୍ସା କରି ଯକ୍ଷ୍ମା ରୋଗ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଉପକାରାଗାର ଠାରେ ମଙ୍ଗଳବାର ଦିନ ୪ ଘଣ୍ଟା ଧରି ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଡଃ ଦେବବ୍ରତ ବାରିକ, ସୂରଜ କୁମାର ପାତ୍ର, ପ୍ରଭାସିନି ସେନାପତି, କଇଧର ପ୍ରଧାନ ତଥା ଟିବି ସୁପରଭାଇଜର ଅଶୋକ କୁମାର ପ୍ରଧାନ ଙ୍କ ସହ ଉପକାରାଗାର ସୁପରିଟେଣ୍ଡେଣ୍ଟ, ସ୍ୱାସ୍ଥ୍ୟ କର୍ମୀ ଭାଗବତୀ ଦେବୀ ବେହେରା, ବିକ୍ରମ ଦେବ ପ୍ରଧାନ ଉପସ୍ଥିତ ରହିଥିଲେ। ଶେଷରେ ଅନ୍ତେବାସୀ ମାନଙ୍କୁ ଯକ୍ଷ୍ମା ରୋଗ କୁ ମୂଳୋତ୍ପାଟନ ପାଇଁ ଶପଥ ପାଠ କରାଯାଇ ଯକ୍ଷ୍ମା ହଟାଅ ଦେଶ ବଞ୍ଚାଅ ନାରା ସହ କାର୍ଯ୍ୟକ୍ରମ ଶେଷ କରାଯାଇଥିଲା l

Leave a Reply

Your email address will not be published. Required fields are marked *