ଉଦୟଗିରି ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ଥ
ଆର, ଉଦୟଗିରି (ମନୋଜ କୁମାର ପାଢୀ/14/10/2024 ଗଜପତି ଜିଲ୍ଲା ଆର, ଉଦୟ ଗିରି ଓ ନୁଆଗଡ ବ୍ଲକ ଗ୍ରାମଞ୍ଚଳର ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆର,ଉଦୟଗିରି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ପରିନତ କରାଗଲା । ଗୋଷ୍ଠି ସ୍ବାସ୍ଥ୍ୟରେ ପରିନତ ହେବା ପରେ ମଧ୍ୟ କାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆହୁରି ଖରାପ ସ୍ତରରେ ରହିଛି । ଏହାର ସୋଜଗ ନେଇ ଏହି ଅଞ୍ଚଳର କ୍ବାକ୍ ସଂଖ୍ୟା ବଢି ବଢି ଚାଲିଛି ଏବଂ ସେମାନେ ରୋଗି ସେବା କାର୍ଯ୍ୟ ଚାଲିଥିବାର ଦେଖିବାକୁ ମିଳୁଛି । ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଘରକୁ ମୁଠାଆକାର ଫିଜି ଦେଇ ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଡାକ୍ତର ନେଇ ସ୍ବାସ୍ଥ୍ୟ ସେବା ଚାଲିଥିବା ଦେଖିବାକୁ ମିଳୁଛି । ଏଠିରେ ଜଣେ ଭେଷକ, ଅସ୍ଥିଶଲ୍ୟ , ସ୍ତ୍ରୀ ପ୍ରସ୍ବତି ଓ ଶିଶୁ ରୋଗ ବିଶେଷଜ୍ଞା ରହିବା କଥା ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ବିଶେଷଜ୍ଞ ନାହିଁ । ୩ ଜଣ ଏମବିବିଏସ ଡାକ୍ତର ନେଇ ସ୍ବାସ୍ଥ୍ୟ ସେବା ଚାଲିଛି । ବାରମ୍ବାର ଅଞ୍ଚଳବାସୀଙ୍କ ଦାବି ପରେ କିଛି କିଛ ବର୍ଷ ତଳେ ଜଣେ ସ୍ତ୍ରୀ ପ୍ରସ୍ବତି ବିଶେଷଜ୍ଞଙ୍କୁ ନିବେଦିତା ପଣ୍ଡା ନିଯୁକ୍ତି ହୋଇଛନ୍ତି ମାତ୍ର ସେ ମେଡମ ଅଫିସ କାମ ଆଳକରି ମାସ ଅଧିକ ସମୟ ବ୍ରହ୍ମପୁର ରହନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୁତି ପାଇଥିବା ୩ ଜଣ ଏମବିବିଏସ ଡାକ୍ତର ପାଲିକରି ଅଞ୍ଚଳବାସୀ ସେବା ଯୋଗାଉଛନ୍ତି। ଏହି ସମସ୍ତ ବିଷୟ ଗଜପତି ଜିଲାପାଳ ଓ ସିଡିଏମ୍ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଚୁପୁ ରହନ୍ତି । ଏହି ସ୍ବାସ୍ଥ୍ୟ ଉପରେ ଆର,ଉଦୟଗିରି ଓ ନୁଆଗଡ ବ୍ଲକର ୨୦ ହଜାର ଉବ୍ଦ ଲୋକେ ନିଭରକରନ୍ତି । ନିଯୁକ୍ତି ହୋଇଥିବା ଡାକ୍ତରମାନେ ଅଧିକ କାର୍ଯ୍ୟର ଆଳା ଦେଖାଇ ଅନୁଉପସ୍ଥି ରହନ୍ତି । ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁୁଥିବା ରୋଗି ବାଧ୍ୟ ହୋଇ ରୋଗୀ ଅଞ୍ଚଳରେ ଥିବା କ୍ବକ୍ କିମ୍ବା ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ଘରେଇ ସେବା ଉପରେ ନିଭରକରନ୍ତି । ସେମାନେ ରୋଗୀମାନଙ୍କ ଠାରୁ ଶୋଷଣ କରୁଥିବାର ଅଭିଯୋଗ ହେଉଛି । ଏହି କିଛି ଦିନ ହେବ ଏହି ଅଞ୍ଚଳରେ ପ୍ରଵଳ ଥଣ୍ଡା ଜର ଆରମ୍ଭ ହୋଇ ଯାଇଥିବାରୁ ସକାଳୁ ସକାଳୁ ସ୍ବାସ୍ଥ୍ୟକେନ୍ଦ୍ରରେ ଶହ ଶହ ରୋଗୀ ଆସନ୍ତି । କିଛି ଦିନ ତଳେ ସକାଳ ୭ଟା ସମୟରେ ବିଭିନ୍ନ ପ୍ରକାର ରୋଗୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ଆସିଥିଲେ । ଜଣେ ମାତ୍ର ଡାକ୍ତର ଚିକିତ୍ସା ସେବା ଯୋଗାବା ଥିବାରୁ ବହୁ ସମୟ ରୋଗୀ ଅପେକ୍ଷା କରି ସେବା ନପାଇ ନିଜ ନିଜ ଘର ଫେରିଯାଇଥିଲେ । ଏହାଦେଖି ନୁଆଗଡ ବ୍ଳକର ପୁଟୁରୁପଡା ପଞ୍ଚାୟତ ପୂର୍ବତମ ସରପଞ୍ଚ ଦୁଲବ ରଇତ ତାଙ୍କ ପରିବା ଲୋକଙ୍କୁ ଧରି ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ । ସ୍ବାସ୍ଥ୍ୟକେନ୍ଦ୍ରର ଅବେସ୍ଥା ଦେଖି ଏହି ବିଷୟ ନେଇ ଜିଲ୍ଲାର ସିଡିଏମକୁ ଜଣାଥିଲେ । ସ୍ଥାନୀୟ ଆମ ପ୍ରତିନିଧି ଫୋନକରି ଜଣାଇଥିଲେ । ଏହାପରେ ଆମ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ର ଏହି ଲମ୍ବ ଲାଇନିରେ ଗର୍ଭବତି ମହିଳା ଓ ବିଦ୍ୟାଳୟରୁ ଛାତ୍ରୀ ଚିକିତ୍ସା ବିଦ୍ୟାଳୟ କର୍ମଚାରୀ ଧରି ଛିଡାହୋଇଥିବା ଦେଖିଥିଲେ । ଏହି ବଷୟ ନେଇ ଆମ ପ୍ରତିନିଧି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଣୀ ନିବେଦିତା ପଣ୍ଡା ସହ ଯୋଗାଯୋଗ କରିବା ସେ ଉତ୍ତପ୍ତ ହୋଇ ଆମ ସ୍ବାସ୍ଥ୍ୟ ସେବା ଠିକ୍ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର ଆସିଲେ ଅପେକ୍ଷା କରିବା ପଡିବ ବୋଲି କହିଥିଲେ । ଏହାପରେ ଏହି ସମସ୍ୟା ନେଇ ଗଜପତି ଜିଲ୍ଲାପାଳ ଫୋନକରି ଜଣାଯାଇ ଥିଲା । ହେଲେ ମଧ୍ୟ ଏହି ଅବ୍ୟସ୍ଥା ଦୂରହେଲାନି । ଏହି ସମସ୍ୟା ଆଜିର ନୂହେଁ ଦିଘ୍ର ବର୍ଷଧରି ଏପରି ଚାଲିଛି । ଏହି ବିଷୟ ବାରମ୍ବାର ବିଭିନ୍ନ ଖବର କାଗଜ ପ୍ରକାଶ ହେଉଥିଲେ ମଧ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ କିମ୍ବା ଜିଲ୍ଲାପ୍ରଶାସନ କାହିଁକି ଏଥିପ୍ରତି ଗୁରୁତ ନଦେଇ ଏହାର ପ୍ରତିକାର କରାଯାଉନି ଦୁଖଃର ବିଷୟ । ପୁଟୁରୁପଡା ପୂର୍ବତମ ସରପଞ୍ଚ ଓ ଗ୍ରାମବାସି ସ୍ବାସ୍ଥ୍ୟକେନ୍ଦ୍ରରେ ଅଧିକ ଡାକ୍ତର ନିୟୁତି ଏଵଂ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଦାଇତ୍ବ ଥିବା ଭାରପ୍ରାପ୍ତ ଅଧିକାରୀ ତୁରନ୍ତ ବଦଳି କରିବା ଦାବି ହେଉଛି । ନଚେତ ଆଗାମି ଦିନରେ ରାଜରାସ୍ତ ଅବରୋଧ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ସାଧାରଣରେ ଚଚ୍ଚା ହେଉକି ଯେ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରିଣୀ ଏହି ଅଞ୍ଚଳର କିଛି ବିଜେଡି କୁଜି ନେତାଙ୍କ ବାହୁଛାଇରେ ଅଛନ୍ତି । ଯାହାଫଳରେ ତାଙ୍କ ବିରୋଧରେ ଯାହା ଅଭିଯୋଗ ହେଲେ ମଧ୍ୟ ତାଙ୍କ ଉପରେ ଅଧିକାରୀମାନେ କୌଣସି କାର୍ଯ୍ୟ ଅନୁଷ୍ଠାନ ନେବାରେ ଭୟ କରନ୍ତି । ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିରହିଥିବା ସମସ୍ୟା ଗୁଡିକୁ ଜିଲ୍ଲାପ୍ରଶାସନ ଏବଂ ରାଜ୍ୟର ବିଜେପି ସରକାର ସ୍ବାସ୍ଥ୍ୟମନ୍ତ୍ରୀ କେବେ ସମାଧାନ କରୁଛନ୍ତି ଦେଖିବାକୁ ବାକିରହିଲା ।