ଉଦ୍ୟୋଗୀ ହେବା ଅଭିଳାଷ ସାକାର କରିବାର ପ୍ରୟାସ

ଉଦ୍ୟୋଗୀ ହେବା ଅଭିଳାଷ ସାକାର କରିବାର ପ୍ରୟାସ

ରାୟଗଡ।: କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ପଞ୍ଚାୟତରେ ସ୍ଥାନୀୟ ମହିଳା ମାନଙ୍କୁ ଆଇ ଡି ବି ଆଇ ବ୍ୟାଙ୍କ ପ୍ରାୟୋଜିତ ଏବଂ ଇ ଡି ଆଇ ଆଇ ଦ୍ୱାରା ପରିଚାଳିତ ପ୍ରକଳ୍ପ ‘ରାଇଜ’ ର ଟେକ୍ନୋଲୋଜି ଭିତ୍ତିକ ଉଦ୍ୟୋଗ ବିକାଶ କାର୍ଯ୍ୟକ୍ରମ୧୮ ଦିନିଆ ପ୍ରଶିକ୍ଷଣ (ଟି ଇ ଡି ପି) ଶିବିର ଆୟୋଜିତ ହୋଇଯାଇଛି। ମହିଳା ସଶକ୍ତିକରଣ ଓ ଜୀବିକାନିର୍ବାହ ର କେନ୍ଦ୍ର ଭାବରେ ଏହି ପ୍ରଶିକ୍ଷଣ ସଂପୂର୍ଣ୍ଣ ଭାବେ ଦକ୍ଷ କରିବାରେ ସହାୟକ ହେଉଛି ।ଏହି ପ୍ରଶିକ୍ଷଣ କାର୍ଯକ୍ରମ କେବଳ ମହିଳା ମାନଙ୍କୁ ସଶକ୍ତିକରଣ ନୁହଁ ବରଂ ଲୋକ ମାନଙ୍କୁ ଏକ ସୁସ୍ଥ ଜୀବନ ଅତିବାହିତ କରିବା ପାଇଁ ସୁସ୍ୱାଦୁ ମାଣ୍ଡିଆ ତିଆରି ଖାଦ୍ୟ ପରିବେଷଣ କରିବାରେ ବିଶେଷ ସହାୟକ ହେବ । ଏହି ପ୍ରଶିକ୍ଷଣ ୧୮ ଦିନ ଧରି ଚାଲୁ ରହିବ ଏବଂ ଆଇ ଡି ବି ଆଇ ବ୍ୟାଙ୍କ ଦ୍ଵାରା ସହାୟତା ପ୍ରାପ୍ତ ଏହି ତାଲିମ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ମାଗଣା । ଏହି କାର୍ଯକ୍ରମରେ ପ୍ରଶିକ୍ଷଣ ନେଉଥିବା ମା ମାନେ ପ୍ରଶିକ୍ଷଣ ନେଇ ନିଜକୁ ଜଣେ ଉଦ୍ୟୋଗୀ ରୂପେ ଗଢି ତୋଳିବେ ବୋଲି ଦୃଢ଼ ଭାବେ ପ୍ରତିଜ୍ଞାବଦ୍ଧ । ଈ ଡି ଆଇ ଆଇ ଏହି ପ୍ରଶିକ୍ଷିତ ମହିଳା ମାନଙ୍କୁ ମାଗଣା ପ୍ରଶିକ୍ଷଣ ଦେବା ସହ ବଜାରିକରଣ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାର ମାର୍ଗଦର୍ଶନ କରିବାରେ ସହାୟକ ହେଉଛି ,ଯାହା ଦ୍ଵାରା ଏକ ଦୀର୍ଘ ସ୍ଥାୟୀ ଉଦ୍ୟୋଗ ନିର୍ମିତ ହେଇପାରିବ । ମହିଳା ମାନେ ଏହି ରାଇଜ ପ୍ରକଳ୍ପ ର ସୁଯୋଗ ନେଇ ଉଦ୍ୟମକୁ ଜୀବିକା ରୂପେ ଗ୍ରହଣ କରିବାକୁ ବିଶେଷ ରୂପେ ଆଗ୍ରହୀ ହେଉଛନ୍ତି ।ଏହି କାର୍ଯ୍ୟକ୍ରମରେ ସାମିଲି ହୋଇଥିବା ସମସ୍ତ ମହିଳାଙ୍କୁ ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ ମହୋଦୟ , ଉତ୍କଳ ଗ୍ରାମୀଣ ବ୍ୟାଙ୍କର ମ୍ଯାନେଜର ଶ୍ରୀଯୁକ୍ତ ବିବେକାନନ୍ଦ ସାର ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କୁ ଉଚ୍ଛାହୀତ କରିଥିଲେ । ପ୍ରଶିକ୍ଷକ ଶ୍ରୀଯୁକ୍ତ ଜଗନ୍ନାଥ ଚିନାରୀ ସାର ମହିଳା ମାନଙ୍କୁ ମାଣ୍ଡିଆରେ ଭଳିକି ଭଳି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତି କରିବାରେ ତାଲିମ ଦେଇଥିଲେ । ଏହି କାର୍ଯକ୍ରମ ମହିଳା ମାନଙ୍କୁ ଆଗାମୀ ଦିନରେ ସ୍ଵାବଲମ୍ବୀ ହୋଇ ଉଦାହରଣ ସୃଷ୍ଟି କରିବାକୁ ଅନୁପ୍ରାଣୀତ କରିଛି । ଏହି ପ୍ରଶିକ୍ଷଣ ଶିବିରିକୁ ଇ ଡି ଆଇ ଆଇ ପ୍ରକଳ୍ପ ସଂଯୋଜକ ତାରଣୀ ଚରଣ ସାହୁ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *