ଉଦ୍ଧାର ହୋଇଥିବା ଅଚେତ ମହିଳାଙ୍କ ଡାକ୍ତରଖାନାରେ ମୃତ୍ୟୁ।

ଉଦ୍ଧାର ହୋଇଥିବା ଅଚେତ ମହିଳାଙ୍କ ଡାକ୍ତରଖାନାରେ ମୃତ୍ୟୁ।

ଗଞ୍ଜାମ:ପାଟପୁର ଥାନା ଅର୍ନ୍ତଗତ ରତ୍ନମଣି ପୁର ଗ୍ରାମର ସୁଷମା ସାହୁ ନାମ୍ନୀ ଜଣେ ମହିଳା ଗୁରୁତର ଅବସ୍ତାରେ ବ୍ରହ୍ମପୁର ନୁଆବସଷ୍ଟାଣ୍ଡରେ ପଡ଼ି ରହିଥିବା ବେଳେ କିଛି ଯାତ୍ରୀ ମାନଙ୍କ ଠାରୁ ଖବର ପାଇ ଫାଣ୍ଡି ପୋଲିସ ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ସମୟରେ ଉକ୍ତ ମହିଳାନଙ୍କ ମୃତ୍ୟୁ ଘଟିଥିଲା। ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛଦ ପାଇଁ ପଠାଇ ଥିଲେ ଓ ମୃତ ମହିଳା ଙ୍କ ବ୍ୟାଗ୍ ର ପୋଲିସ ଏକ ଆଧାର କାର୍ଡ ପାଇ ଘର ଲୋକଙ୍କୁ ଖବର ପଠାଇଥିଲେ।ଶବ ବ୍ୟବଚ୍ଛଦ ପରେ ପୋଲିସ ଘର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ଖବର ରୁ ଜଣାପଡିଛି ଯେ ମୃତ ମହିଳା ଜଣଙ୍କ ସ୍ବାମୀ ଠାରୁ ଅଲଗା ହୋଇ ନିଜ ଭାଇ ଘରେ ରହୁଥିଲା ଓ ଘଟଣା ଦିନ ସେ ଭୁବନେଶ୍ୱର ରୁ ଏକ ବସ୍ ରେ ଫେରି ବସ୍ ଷ୍ଟାଣ୍ଡ ଠାରେ ଅଚେତ ହୋଇ ପଡ଼ି ଯାଇଥିଲା।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *