ଉତ୍ତର ବାଲେଶ୍ୱରରେ ଜଳ ପ୍ରଳୟ ଆଣିଛି ସୁବର୍ଣ୍ଣରେଖା, ଜଳକା ଓ ବୁଢାବଳଙ୍ଗ। ସୌସୁମୀ ବର୍ଷା ଓ ଝାରଖଣ୍ଡ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଉତ୍ତର ବାଲେଶ୍ୱରରେ ପ୍ରବାହିତ ହେଉଥିବା ଏହି ୩ ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହେଉଛି। ଯେଉଁଥିପାଇଁ ରାସ୍ତାରେ ପ୍ରବାହିତ ହେଉଛି ୩ରୁ ୪ ଫୁଟ୍ ଉଚ୍ଚର ପାଣି। ଲୋକମାନେ ଜମ ଯନ୍ତ୍ରଣା ଭୋଗୁଛନ୍ତି। ଗତ ୩ ଦିନ ହେଲା ଭୋକିଲା ଜୀବନ ବିତାଉଛନ୍ତି ଜଳେଶ୍ୱର, ଭୋଗରାଇ, ବାଲିଆପାଳ, ବସ୍ତା ଓ ସଦର ବ୍ଲକର କିଛି ପଞ୍ଚାୟତର ଲୋକ। କିଏ ଛାତ ଉପରେ ରହିଛି ତ ଆଉ କିଏ ଉଚ୍ଚ ଆଶ୍ରୟ ସ୍ଥଳରେ ଜୀବନ ବିତାଉଛି। କେବେ ଘରକୁ ଫେରିବେ, ତାହାର ହିସାବ କାହା ପାଖରେ ନାହିଁ।
Related Posts
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କୋରାପୁଟର ଦମ୍ପତି
ଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ କଲେ କୋରାପୁଟର ଦମ୍ପତି ଗଜପତି (ମନୋଜ ପାଢୀ)-: ଆଜି ଗଜପତି ଜିଲ୍ଲାରୁ ୬୩ତମ ଶିଶୁଙ୍କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ…
ଶେଷ ପର୍ଯ୍ୟାୟ ରେ କାଳୀପୂଜା ପ୍ରସ୍ତୁତି
ଶେଷ ପର୍ଯ୍ୟାୟ ରେ କାଳୀପୂଜା ପ୍ରସ୍ତୁତି ରାୟଗଡା : ଆସନ୍ତା ଗୁରୁବାର ଦିନ ଦୀପାବଳି ଥିବାବେଳେ ରାୟଗଡା ଜ଼ିଲ୍ଲା ଫ୍ରେଣ୍ଡସ କ୍ଳବ ଦ୍ୱାରା ପରିଚାଳିତ 42 ତମ…
ଗଜପତିରେ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ଖେଳ
ଗଜପତିରେ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ଖେଳ ଗଜପତି, (ମନୋଜ କୁମାର ପୀଢ)-:ଗଜପତି ଜିଲ୍ଲାରେ ପୂର୍ତ୍ତ ବିଭାଗର ଦାୟିତ୍ୱହୀନତା ରୂପକ ଖେଳ ଯୋଗୁଁ ସାଧାରଣଙ୍କ ପାଇଁ ଏହା କାଳ…