ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର, ୫୮ ୟୁନିଟ୍‌‌ ରକ୍ତ ସଂଗ୍ରହ

ଉତ୍କଳ ଆଲୁମିନା ପକ୍ଷରୁ ରକ୍ତଦାନ ଶିବିର, ୫୮ ୟୁନିଟ୍‌‌ ରକ୍ତ ସଂଗ୍ରହ

ରାୟଗଡ଼଼ା : ରାୟଗଡ଼଼ା ଜିଲା କାଶୀପୁର ବ୍ଲକର ଟିକିରି ନିକଟସ୍ଥ ନୂଆପଡ଼ାସ୍ଥିତ ଉତ୍କଳ ଆଲୁମିନା କ୍ଲବ ହାଉସରେ ଆଜି ଏକ ସ୍ୱେଛକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୫୮ ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ। ଆଜି ଏହି ରକ୍ତଦାନ ଶିବିରକୁ ଉତ୍କଳ ଆଲୁମିନା କମ୍ପାନୀର ୟୁନିଟ୍‌‌ ହେଡ୍‌‌ ରବି ନାରୟଣ ମିଶ୍ର, ଟିକିରି ସରପଞ୍ଚ ଜଗବନ୍ଧୁ ମାଝୀ, କୁଚେଇ ପଦର ସରପଞ୍ଚ ବାଙ୍ଗାରି ଦିଶାରୀ, ହାଡିଗୁଡା ସରପଞ୍ଚ ଯଦୁମଣି ମାଝୀ ପ୍ରମୁଖ ମିଳିତ ଭାବେ ଉଦଘାଟନ କରିଥିଲେ। ଏହାପରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିଲା। ପ୍ରଥମେ ହିଣ୍ଡାଲକୋ କ୍ଲଷ୍ଟର ସିଏସଆର ମୁଖ୍ୟ ଶିବଶଙ୍କର ମହାପାତ୍ର, ଉତ୍କଳ ଆଲୁମିନା କମ୍ପାନୀର ୟୁନିଟ୍‌‌ ହେଡ୍‌‌ ରବି ନାରୟଣ ମିଶ୍ର ସ୍ୱେଛାକୃତ ଭାବେ ରକ୍ତଦାନ କରି ଏହାର ଶୁଭାରମ୍ଭ କରିଥିଲେ। ଏହି ରକ୍ତଦାନ ଶିବିରରେ କମ୍ପାନୀର ମାନବ ସମ୍ବଳ ବିଭାଗର ମୁଖ୍ୟ ବିଜୟ କୁମୁରା, ବାଫଲାମାଳି ଖଣି ପରିଚାଳକ ମୁଖ୍ୟ ବିୟଜ ଚୌହ୍ୱାନ, ଉତ୍କଳ ଆଲୁମିନା ୟୁନିଟ୍‌‌ ହେଡଙ୍କ ପତ୍ନୀ ପ୍ରଭାମୟୀ ମିଶ୍ର, କୁଚେଇପଦର ସରପଞ୍ଚ ବାଙ୍ଗାରି ଦିଶାରୀ, କମ୍ପାନୀର ସୁରକ୍ଷା ବିଭାଗ ମୁଖ୍ୟ କର୍ଣ୍ଣଲ ପ୍ରରମଜିତ୍‌‌ ବାଜୱା ପ୍ରମୁଖ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ। ଏହି ରକ୍ତଦାନ ଶିବିରରେ ୫୮ ଜଣ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ। ରାୟଗଡ଼଼ା ରକ୍ତ ଭଣ୍ଡାରର ଡାକ୍ତର ଗୌତମ ପଟ୍ଟନାୟକ, କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଜନ୍ମଞ୍ଜୟ ଦାସ ଓ ରାୟଗଡ଼଼ା ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ। ଏହି ରକ୍ତଦାନ ଶିବିରକୁ ଉତ୍କଳ ଆଲୁମିନା କମ୍ପାନୀର ସିଏସଆର ମୁଖ୍ୟ ଲୋପାମୁଦ୍ରା ମିଶ୍ର, କମ୍ପାନୀର ଲୋକ ସମ୍ପର୍କ ଅଧିକାରୀ ପିତାମ୍ବର ବେହେରା, କମ୍ପାନୀର ଉପସଭାପତି ଉତ୍ତମ ଗିରି, ସୁବାସ ଚନ୍ଦ୍ର ନାୟକ, ଗଜେନ୍ଦ୍ର ନାୟକ, କାର୍ତ୍ତିକ ସାହୁ, ସୌମ୍ୟ ସ୍ୱାଇଁ, ସତ୍ୟଭାମା ନାୟକ, ମୌସୁମୀ ଦାସ, ସୁସ୍ମିତା ଖୋସଲା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ରାୟଗଡ ରୁ ଅମୁଲ୍ୟ. ନିଶଙ୍କ ଙ୍କୁ ରିପୋର୍ଟ

Leave a Reply

Your email address will not be published. Required fields are marked *