ଉଡ଼ାଣ ବେଳେ ବିମାନ ଚକ ଖସିଗଲା
ଦକ୍ଷିଣ ଆଫ୍ରିକା:
ଫ୍ଲାଇସାଫେୟାର ମୁଖପାତ୍ରଙ୍କ କହିବା ଅନୁଯାୟୀ, କେପ୍ଟାଉନ ଅଭିମୁଖେ ଯାଉଥିବା ବିମାନଟି ଉଡ଼ାଣ ଭରିବା ସମୟରେ ତଳେ ଥିବା ବିମାନ କର୍ମଚାରୀମାନେ ବିମାନର ଅବତରଣ ଚକ ଉଡ଼ିଯିବା ବିଷୟରେ ସୂଚନା ଦେଇଥିଲେ। ଏହାପରେ ତୁରନ୍ତ ଅବତରଣ ପାଇଁ ନିଷ୍ପତ୍ତି ନିଆଯାଇ ବିମାନକୁ ଜୋହାନ୍ସବର୍ଗ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଘଟଣାରେ କେହି ଆହତ ହୋଇ ନ ଥିବା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି।
ଦକ୍ଷିଣ ଆଫ୍ରିକାରେ ଉଡ଼ାଣ ଭରିବା ସମୟରେ ଏକ ବୋଇଂ-୭୩୭ ବିମାନର ମୁଖ୍ୟ ଚକ ଖସିପଡ଼ିବାରୁ ବିମାନଟିକୁ ଜରୁରିକାଳୀନ ଅବତରଣ କରିବାକୁ ପଡ଼ିଥିଲା। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଓଆର୍ ଟାମ୍ବୋ ଅନ୍ତର୍ଜାତୀୟ ବିମାନବନ୍ଦରରେ ଫ୍ଲାଇସାଫେୟାର ବିମାନ ରନୱେରେ ଅବତରଣ କରିବା ବେଳେ ଅସୁରକ୍ଷିତ ହ୍ୱିଲ୍ ହବ୍ରୁ ଧୂଆଁ ବାହାରୁଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାରେ ଉଭୟ ଅଣ୍ଡରକ୍ୟାରିଏଜ୍ ଓ ଡାହାଣ ପଙ୍ଖା ଆଂଶିକ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି।