ଆସନ୍ତା ୧୨,୪,୨୫ ଦିନ ସଂକ୍ରିଡା ମାଁ ବିନ୍ଧ୍ୟବାସିନୀ ପିଠ ର ଯାତ୍ରା ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଆସନ୍ତା ୧୨,୪,୨୫ ଦିନ ସଂକ୍ରିଡା ମାଁ ବିନ୍ଧ୍ୟବାସିନୀ ପିଠ ର ଯାତ୍ରା ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ପଞ୍ଚାୟତ ର ମାଁ ବିନ୍ଧ୍ୟବାସିନୀ ପାହାଡ଼ ପାଦଦେଶରେ ଚୈତ୍ର ପୂର୍ଣ୍ଣିମା ଯାତ୍ରା ଉପଲକ୍ଷେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମାଁ ବିନ୍ଧ୍ୟବାସିନୀ ଟ୍ରଷ୍ଟ ବୋର୍ଡ ର ସତ୍ୟଜିତ ପୁରୋହିତ କଂ ସଭାପତିତ୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ମାଁ ବିନ୍ଧ୍ୟବାସିନୀ କଂ ପିଠ ଠାରେ ଆସନ୍ତା ତାରିଖ ୧୨,୪,୨୫ ଯାତ୍ରା ଅନୁଷ୍ଠିତ ହେବ ଓ ତାରିଖ ୧୯,୪, ୨୫ ଦିନ ଅଷ୍ଟମଙ୍ଗଳା ପୂଜା ଅନୁଷ୍ଠିତ ହେବ ବୋଲି ସ୍ତରୀକୃତ ହୋଇଯାଇଛି। ଏଥିରେ ମା ବିନ୍ଧ୍ୟବାସିନୀ ପୂଜା କମିଟି ସଦସ୍ୟ, ପୂଜକ, ଝାଂକର ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ପୂଜା କମିଟି ର ଉଦୟ ପୁରୋହିତ, ସିତାରାମ ବିଶି, ପରେଶ ନାଥ ସୁଆର, ଉଦ୍ଧବ ଝାଙ୍କର, ମାଧବ ଧରେଇ, ଅନିଲ ବାଗ, ବିଦ୍ୟାଧର ମେଘ, ପିଣ୍ଟୁ ମହାନନ୍ଦ, ଲଲିତ ମେଘ, ବିକାଶ ମନ୍ଦୋଦରୀ, ଦିନେଶ ଭୋସାଗର, ପ୍ରେମାନନ୍ଦ ପ୍ରଧାନ, ଗଣେଶ ରାଉତ ଉପସ୍ଥିତ ଥିଲେ। ମାଁ କଂ ଦର୍ଶନ ନିମନ୍ତେ, ଗତବର୍ଷ ଯେଉଁ ସବୁ ଅସୁବିଧା ହୋଇଥିଲା, ତାହାର ପୁନରାବୃତ୍ତି ନହୁଏ, ସେଥିପାଇଁ ବିଶଦ ଭାବରେ ଆଲୋଚନା ହୋଇଥିଲା। ବିଶେଷକରି ଟ୍ରାଫିକ୍ ସମସ୍ୟା ଦୂରକରି କରିବା ପାଇଁ ପ୍ରଶାସନ ସାଂଗେ ଆଲୋଚନା କରି ଭଲେଣ୍ଟିଅର୍ ନିୟୋଜିତ, ଦୋକାନ ବଜାର ଲଗାଇବା ପାଇଁ ବ୍ୟବସ୍ଥିତ ଢଙ୍ଗରେ ଲଗାଇ ପାଇଁ ଆଲୋଚନା କରାଯାଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ କିପରି ପିଇବା ପାଣି ବ୍ୟବସ୍ଥା କରାଯିବ ଆଲୋଚନା ହୋଇଥିଲା। ପରିଶେଷରେ ମାଁ ବିନ୍ଧ୍ୟବାସିନୀ ଟ୍ରଷ୍ଟ ବୋର୍ଡ ର ସଦସ୍ୟ ଉଦୟ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *