ଆସନ୍ତାକାଲିଠାରୁ ଓଡ଼ିଶାରେ ବଢ଼ିବ ତାତି
ଭୁବନେଶ୍ୱର:(ଅଭିଷେକ ମହାନ୍ତି) ଆସନ୍ତାକାଲିଠାରୁ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ ସ୍ଥିତି ସମ୍ଭାବନା ନାହିଁ। ନୟାଗଡ଼ର ରାମପୁରରେ ସର୍ବାଧିକ ୯୨.୮ ମିମି ଏବଂ କେନ୍ଦ୍ରାପଡ଼ାର ରାଜନଗରରେ ୭୮ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ତାତି ଅନୁଭୁତ ହେବା ସମ୍ଭାବନା ରହିଛି। ଏହାପରେ କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।