ଆଲିଗଣ୍ଡା ଧର୍ମାଞ୍ଚଳରେ ମା ବିମଳା ଗର୍ଭସଂଭୂତା ମାରୀୟାଙ୍କ ପର୍ବ।

ଆଲିଗଣ୍ଡା ଧର୍ମାଞ୍ଚଳରେ ମା ବିମଳା ଗର୍ଭସଂଭୂତା ମାରୀୟାଙ୍କ ପର୍ବ l

ଆର,ଉଦୟଗିରି :9/12(ମନୋଜ କୁମାର ପାଢୀ)ଗଜପତି ଜିଲ୍ଲା ଆଲିଗଣ୍ଡା ଧର୍ମାଞ୍ଚଳରେ ମା ବିମଳା ଗର୍ଭସଂଭୂତା ମାରୀୟାଙ୍କ ପର୍ବ ମୋହାଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି l ଏହି ପର୍ବରେ ବ୍ରହ୍ମପୁର ଧର୍ମ ପ୍ରଦେଶର ମହାମାନ୍ୟବର ଧର୍ମାଧ୍ୟକ୍ଷ ଡ଼ଃ.ଶରତ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ ସମିଳିତ ମହାଦିବ୍ୟଯଜ୍ଞ ପୌରହିତ କରିଥିଲେ ଓ ପବିତ୍ର ବାଇବେଲ ଉପରେ ମା ମେରୀଙ୍କ ଉପରେ ବାକ୍ୟ ପ୍ରଚାର କରିଥିଲେ l ଏହି ମହାଦିବ୍ୟଯଜ୍ଞରେ ବିଭିନ୍ନ ଧର୍ମାଞ୍ଚଳରୁ ଯାଜକ ଗଣ, ସେବାଭଗ୍ନୀ ଓ କ୍ରିଷ୍ଟ ବିଶ୍ୱାସୀ ମାନେ ହଜାର ହଜାର ସଖ୍ୟାରେ ଯୋଗଦାନ କରିଥିଲେ l ଏହି ମହାଦିବ୍ୟଯଜ୍ଞରେ ଧର୍ମାଞ୍ଚଳର ସହକାରୀ ଯାଜକ ଦୀନବନ୍ଧୁ ନାୟକଙ୍କ ଉପସ୍ତିତିରେ ଯୁବକ ଓ ଯୁବତୀ ମାନଙ୍କୁ ନେଇ ସଂଗୀତ ଗାନ କରାଯାଇଥିଲା lଧର୍ମାଞ୍ଚଳର ମୁଖ୍ୟ ଯାଜକ ଅଶୋକ କୁମାର ନାୟକ ଓ କର୍ମକର୍ତ୍ତା ବେହେରା,ଅଧିକାରୀ, ପ୍ରଚାରକ ଏହି ପର୍ବ କୁ ସୁପରିଚାଳନା କରିଥିଲେ l ସନ୍ଧ୍ୟାରେ ସମସ୍ତେ ମୋହମ ବତୀ ଧରି ମା ବିମଳା ଗର୍ଭସଂଭୂତା ମାରୀୟାଙ୍କ ପ୍ରତିମୂର୍ତ୍ତି ଧରି ଶୋଭାଯାତ୍ରା କରିବା ସହ ମାଳା ପ୍ରାର୍ଥନା କରା ଯାଇଥିଲା ଓ ରାତ୍ରୀରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l

Leave a Reply

Your email address will not be published. Required fields are marked *