ଆର. ଉଦୟଗିରି ବ୍ଳକ ର ଅଭିଶପ୍ତ ଜୀବନ ବିତାଉଥିବା ଚାରି ଟି ଗାଆଁ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୨/୧୧/୨୪ – ଆର.ଉଦୟଗିରି ବ୍ଲକ ରେ ଆପଣମାନେ ଜାଣି ଆଶ୍ଚର୍ୟ୍ଯ ହୋଇଯିବେ ଏମିତି ବି ଅନେକ ଗାଆଁ ଅଛି ଯାହାକି ବ୍ଲକ ପ୍ରଶାସନ ର ଦୃଷ୍ଟି ଆଜି ଯାଏ ପଡିନି । ବ୍ଲକ କଥା ଛାଡନ୍ତୁ ଏପରିକି ପଞ୍ଚାୟତ କର୍ମଚାରୀଙ୍କ ନଜର ଠାରୁ ବହୁଦୂରେ । ତେବେ ଆସନ୍ତୁ କୋଉଠି ରହିଛି ସେହି ଅଭିଶପ୍ତ ଗାଆଁ ଦେଖିବା । ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଳକ ଅନ୍ତର୍ଗତ ଅନାଘା ଗ୍ରାମପଞ୍ଚାୟତ ର କିମ୍ବୋସିଂ,ଦଳେସାହି , ବଢ଼ିଅର ଏବଂ ତିଲିବାଙ୍ଗ । ବହୁ ପୁରାତନ ତଥା ସହ ସହ ବର୍ଷ ପୂର୍ବରୁ ଅବସ୍ଥିତ ଏହିଗାଁ ଗୁଡ଼ିକ । ପାଖା ପାଖି 500 ଆଦିବାସୀ ଲୋକ ବସବାସ କରୁଥିବା ବେଳେ ଅନେକ ମୌଳିକ ସୁବିଧାରୁ ବଂଚିତ ଅଛନ୍ତି । ଯାହାକି ମୁଖ୍ୟ ସମସ୍ୟା ରାସ୍ତା ,ପାନୀୟ ଜଳ ,ବିଦ୍ୟୁତ୍ ଓ ଶିକ୍ଷା ସ୍ବାସ୍ଥ୍ୟ । ରାସ୍ତା କହିଲେ ଦୀର୍ଘ 15 କିଲୋମିଟର ପାହାଡ଼ ଜଙ୍ଗଲର ଲଟା ବୁଦା ଦେଇ ଗଳି ଗଳି ଯିବାକୁ ପଡି ଥାଏ । ତାହା ବି ଜୀବନକୁ ବାଜିଲାଗାଇ । ରାସ୍ତା ଭଲ ନଥିବା ହେତୁ ସମସ୍ତ ମୌଳିକ ସୁବିଧା ପହଞ୍ଚି ପାରେନା ଗାଆଁ ରେ । ସୁସ୍ଥ ମଣିଷ ଟେ ଚାଳିକି ଜିବାତ କଷ୍ଟ ଆଉ ଅସୁସ୍ଥ ଓ ଗର୍ଭବତୀ ମାଁ ମାନଙ୍କ କଥା ନକହିବା ଭଲ। ଶିକ୍ଷାର ବିକାଶ ଲାଗି ବ୍ରିଟିଶ ଅମଳରେ ଇଂରେଜୀ ସରକାର ଦେଇଥିଲେ ଗୋଟେ ସ୍କୁଲ , ତାହାବି ବିଜେଡି ସରକାର ବନ୍ଦ କରି ଦେଲେ । ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଥିଲା ତାହାବି ଆଜି ବନ୍ଦ । ଖାଲି ମାସକୁ ମାସ ଯାଇ ଶୁଖିଲା ଖାଦ୍ୟ ନେଇ ଆସନ୍ତି । ଏପରିକି ପଞ୍ଚାୟତ ଅବା ବ୍ଲକ ତରଫରୁ କୌଣସି ଉନ୍ନତି ମୂଳକ କାର୍ଯ୍ୟ ଆପଣ ଏଠି ଦେଖିବାକୁ ପାଇପାରିବେ ନାହିଁ । ଅନେକ ବୟସ୍କ ଲୋକ ବୟସର ଶେଷ ପାହାଚ ରେ ପହଞ୍ଚିଗଲେଣି ତଥାପି ଆଜି ଯାଏ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ପାଇବାରୁ ବଞ୍ଚିତ ଅଛନ୍ତି । ଅନେକ ଝିଅ ବି ପାଠ ଅଧାରୁ ଛାଡି ଗାଆଁ ବଗଡ କାମ କରୁଛନ୍ତି । ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଳକରେ ଏପରି ଅନେକ ଗାଆଁ ଅଛି ଯାହାକି ପ୍ରଶାସନ ର ଦୃଷ୍ଟି ଆଜି ପର୍ଯ୍ୟନ୍ତ ପଢ଼ୁନି । ତେବେ ଏଠି ପ୍ରଶାସନ କୁ ଦାୟୀ କରିବା ନା ଆଉ କାହାକୁ ।
Related Posts
ମହାଦେବଙ୍କୁ ଦର୍ଶନ କରି ଫେରିବା ସମୟରେ ଅଟୋ ଦୁର୍ଘଟଣାଗ୍ରସ୍ତ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚନ୍ଦନଧାରା ଶୈବ ପୀଠରେ ମହାଦେବଙ୍କୁ ଦର୍ଶନ କରି ଫେରିବା ସମୟରେ ଅଟୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ମହିଳା ଶ୍ରଦ୍ଧାଳୁଙ୍କ…
ସେବକ ଦଳ ଓ ବସୁନ୍ଧରା ଇନଫରର୍ମେସନ ମିଡ଼ିଆ ଦ୍ଵାରା ସ୍ଥାନୀୟ ଜଗନ୍ନାଥ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।
ଆଜି ସ୍ଥାନୀୟ ସ୍ଵେଚ୍ଛା ସେବୀ ସଂଘଟନ ସେବକ ଦଳ ଓ ବସୁନ୍ଧରା ଇନଫରର୍ମେସନ ମିଡ଼ିଆ ଦ୍ଵାରା ସ୍ଥାନୀୟ ଜଗନ୍ନାଥ ବିଦ୍ୟାପୀଠ ଉଚ୍ଚ ବିଦ୍ୟାଳୟ ରେ ବୃକ୍ଷ ରୋପଣ…
ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କ ଭିତିରିଆ ଲାଞ୍ଚଖିଆ ଏବଂ ଗାଲୁଆମି ବୁଦ୍ଧି କୁ ବିରୋଧ..ନୂତନ ମୁଖ୍ୟମନ୍ତ୍ରୀ ଙ୍କ ଛାଟ କେବେ ?
ଜିଲ୍ଲା ମଙ୍ଗଳ ଅଧିକାରୀ ରବିନାରାୟଣ ମିଶ୍ର ଙ୍କ ଭିତିରିଆ ଲାଞ୍ଚଖିଆ ଏବଂ ଗାଲୁଆମି ବୁଦ୍ଧି କୁ ବିରୋଧ..ନୂତନ ମୁଖ୍ୟମନ୍ତ୍ରୀ ଙ୍କ ଛାଟ କେବେ ??କନ୍ଧମାଳ :- କନ୍ଧମାଳ…