ଆର, ଉଦୟଗିରି ବ୍ଳକର ୫୯ଟି ବୁଥ୍ ମଧ୍ୟରୁ ୯ ବୁଥ୍ ମୋବାଇଲ୍ ନେଟ୍ଓ୍ବର୍କ ସୁବିଧା ନାହିଁ ।
ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଆସନ୍ତା କାଲି ଗଜପତି ଜିଲ୍ଲାର ମୋହନା ଓ ପାରଳାଖେମଣ୍ଡି ବିଧାନସଭା ଏବଂ ଲୋକସଭା ଆସନ ନିମନ୍ତେ ଭୋଟଗ୍ରହଣ ହେବା ଏନେଇ ସମସ୍ତ ପ୍ରସ୍ତୁତି ସରିଛି । ଆର,ଉଦୟଗିରି ବ୍ଳକର ସମୁଦାୟ ୫୯ଟି ବୁଥ ମଧ୍ୟରୁ କେବଳ ୬ଟି ସଂବେଦନଶୀଳ ଅଛି ଏଥିପାଇଁ ସ୍ଥାନୀୟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ସହ ସମସ୍ତ ପ୍ରସ୍ତୁତି ହୋଇଛି । ଅନ୍ୟପଟେ ବ୍ଳକର ମୋଟ ୫୯ ଟି ବୁଥ ମଧ୍ୟରୁ ୯ଟି ବୁଥ୍ ରେ ମୋବାଇଲ୍ ନେଟ୍ଓ୍ବର୍କ ନାହିଁ । ଏହି ନୋ- ନେଟଓ୍ବର୍କ ବୁଥ ଗୁଡିକ ହେଲା ପୁରୁଣାପାଣି ପ୍ରଥମିକ ବିଦ୍ୟାଳୟ, ତାଣ୍ଡିଗୁଡା, ସୁରେଇଖମାର, ବୁଦ୍ଧିଶୀଳ, ମୁନିସିଙ୍ଗ, ଖାରିପଦା, ବାମନପଦା ଉର୍ଚ ପ୍ରାଥମିକ ବିଦ୍ୟାଳୟ, ସୁଗାଡ ତଥା ସରକାରୀ ଉର୍ଚବିଦ୍ୟାଳୟ ସିଆଲିଲଟି । ଯଦ୍ବାରା ସମ୍ଭାବ୍ୟ ବୁଥ ଜବରଦଖଲ କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ସମସ୍ୟା ହୋଇପାରେ । ତେବେ ଏଥିପାଇଁ ମଧ୍ୟ ଆର,ଉଦୟଗିରି ପୁଲିସ ପକ୍ଷରୁ ଭିଏଚ୍ଏଫ ସେଟ୍ ବ୍ୟବସ୍ଥା କରାଯାଉଛି । ଯଦି ସେମିତି କିଛି ପରିସ୍ଥିତି ଉପଜେ ତେବେ କରାଯାଉଛି । ଯଦି ସେମତି କିଛି ପରିସ୍ଥିତି ଉପୁଜେ ତେବେ ଭିଏଚ୍ଏଫ ଯୋଗେ ଯୋଗାଯୋଗ କରି ଆପାତକାଳୀନ ବ୍ୟବସ୍ଥା ବନ୍ଦୋବସ୍ତ କରିହେବ ବୋଲି କୁହାଯାଉଛି ।