ଆର,ଉଦୟଗିରିରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ପୂର୍ତ ବିଭାଗ ଓ ଆର ଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ସାଂସଦ ଅସନ୍ତୁଷ୍ଟ ହୋଇଥିଲେ ।
ଆର, ଉଦୟଗିରି(ମନୋଜ କୁମାର ପାଢୀ)- ଆର,ଉଦୟଗିରି ପଞ୍ଚାୟତ ସମିତିର ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ । ଏଥିରେ ସମିତି ଅଧ୍ୟକ୍ଷ ଲକ୍ଷ୍ମୀନାରାଣ ଶବରଙ୍କ ସଭାପତିତ୍ବ କରିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପରେ ବ୍ଳକର ପ୍ରଥମ ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ . ପ୍ରଦୀପ କୁମାର ପାଣିଗ୍ରାହି ଓ ବିଧାୟକ ଦାଶରଥି ଗମାଙ୍ଗ ଉପସ୍ଥିତ ଥିଲେ । ବ୍ଳକ ପ୍ରଶାସନ ତରଫରୁ ଉଭୟଙ୍କୁ ଫୁଲ ତୋଡା ଦେବା ସହ ସ୍ବାଗତ କରିଥିଲେ । ସାଂସଦଙ୍କୁ ଜନପ୍ରତିନିଧିମାନେ ନିଜ ପଞ୍ଚାୟତର ମୁଖ୍ୟ ସମସ୍ୟା ଜଣାଇ ଥିଲେ । ସେଥି ମଧ୍ୟରୁ ଆର, ଉଦୟଗିରି ଗ୍ରାମରେ ୟୁକ୍ତ ୩ କଲେଜ ଖୁଲିବା ସହ ରାସ୍ତା, ଶିକ୍ଷା, ବ୍ରିଜ ଓ ସ୍ବାସ୍ଥ୍ୟ ସମସ୍ୟା ନେଇ ଅଭିଯୋଗ କରିଥିଲେ । ଏସବୁ ସମସ୍ତ ସମସ୍ୟା ଗୁଡିକ ସମାଧାନ କରାଯଯିବ ବୋଲି ସାଂସଦ କହିଥିଲେ । ବ୍ଳକର ପି ଏନ କିଷାନ ଥର ଉଦଘାଟନ କରିଥିଲେ ।ଏହା ପରେ ସାଂସଦ ଓ ବିଧାୟକ ମୋହନା ସମତି ବୈଠକ ଯୋଗଦେବାକୁ ଯାଇଥିଲେ । ଏହି ବୈଠକରେ ପୂର୍ବ ବୈଠକର ବିବରଣୀ ପାଠ କରିବା ପରେ ଆର, ଉଦୟଗିରି ବ୍ଳକର ୧୭ଟି ପଞ୍ଚାୟତର ସମସ୍ୟା ଗୁଡିକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ବିଭାଭାୟ ଅଧିକାରୀମାନେ କାର୍ଯ୍ୟ ଗୁଡିକର ସଫଳତା କରିବା ସହ କାର୍ଯ୍ୟରତ ବିଭିନ୍ନ ପ୍ରକଳ୍ପ ଏବଂ ଆଗାମୀ ଯୋଜନା ଗୁଡିକର ବିଷୟରେ ସମସ୍ତଙ୍କୁ ବୁଝାଥିଲେ । ଏହି ବୈଠକରେ ବିଡିଓ ଲରିମନ , ଖର୍ସେଖ, ଜ୍ୟୋତିମୟ ଦାସ, ଉପାଧ୍ୟକ୍ଷା ବିଜୟଲକ୍ଷ୍ମ ପଟ୍ଟନାୟକ, ଜିଲ୍ଲା ପରିଷଦସଭ୍ୟ ଦଣ୍ଡପାଣି ବଡମୁଣ୍ଡି, ସିଡିପିଓ ଲଳିତା ପୂଜାରୀ ପ୍ରମୁଖ ମଞ୍ଚାସୀନ ଥିବାବେଳେ ସମସ୍ତ ସରପଞ୍ଚ, ସମିତିସଭ୍ୟ/ସଭ୍ୟା ଏବଂ ବ୍ଳକର ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିପିଇଓ ଦାମୋଦର ରେଡି ପରିଚାନା କରିଥିଲେ । ସମିତି ବୈଠକରେ ବାରମ୍ବାର ନିର୍ଦେଶ ସତ୍ତ୍ବେ ପୂତ୍ତ , ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଯୋଗ ଦେଉ ନ ଥିବାରୁ ସାଂସଦ କହିଥିଲେ ତାଙ୍କୁ ଲେଖି ଦେବାକୁ କହିଥିଲେ । ସାଂସଦ ବିଜେପିର ନେତା ସହ ସତାଧିକ କର୍ମୀ ଉପସ୍ଥିତ ଥିଲେ । ଏଥିସହ ଏହି ଅଞ୍ଚଳର ବିଜେଡି କର୍ମୀମାନେ ବିଜେପି ଯୋଗଦେଇଥିଲେ । ସାଂସଦଙ୍କୁ ଏହି ଲୋକେ ଅଞ୍ଚଳର ସମସ୍ୟା ନେଇ ଲେଖି ଦାବି ପତ୍ର ଦେଇଥିଲେ ।