ଆମ୍ବୁଲାନ୍ସ କର୍ମଚାରୀଙ୍କ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ନୁଆଗଡ ବ୍ଳକର ଖଜୁରୀପଦା ଠାରେ ଅଲ୍ ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଉପ ସଭାପତି କ୍ରୀଷ୍ଣଚନ୍ଦ୍ର ନାୟକଙ୍କ ନେତୃତ୍ବରେ ଜିଲ୍ଲାସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଜିଲ୍ଲାରୁ ୧୦୮ ଆମ୍ବୁଲାନ୍ସ ପାଇଲଟ୍, ଫାର୍ମସିଷ୍ଟ ଓ ଆଟେଣ୍ଡାଣ୍ଟ କର୍ମଚାରୀ ଯୋଗଦାନ ଦେଇଥିଲେ । ୧୦୮ ଆମ୍ବୁଲାନ୍ସ କର୍ମୀମାନଙ୍କ ବିଭିନ୍ନ ସମସ୍ୟା, ସଂଘକୁ କିଭଳି ସୁଦୃଢ କରାଯିବ ଏବଂ ବିଭିନ୍ନ ବିଷୟ ନେଇ ଆଲୋଚନା ହୋଇଥିଲା । ମୁଖ୍ୟତ ଆମ୍ବୁଲାନ୍ସ କର୍ମଚାରୀମାନେ ୧୨ ଘଣ୍ଟା କମକରି, ୮ଘଣ୍ଟା ପାରିଶ୍ରମିକ ପାଉଛନ୍ତି । ୪ଘଣ୍ଟାର ପ୍ରାପ୍ୟ ଆମ୍ବୁଲାନ୍ସ କର୍ମଚାରୀଙ୍କ ଠିକା ସଂସ୍ଥା ହଡପ କରି ନେଉ ଯାଉଛନ୍ତି । ତେଣୁ ଏହାକୁ ଘୋର ନନ୍ଦା କରିବା ସହ ଠିକ୍ କାମକୁ କାମକୁ ଠିକ୍ ପ୍ରାପ୍ୟ କିପରି ମିଳିବ ସେନେଇ ପୁଙ୍ଖନୁପୁଙ୍ଖ ଆଲୋଚନା ହୋଇଥିଲା ଏତବବ୍ୟତୀତ ଜିଲ୍ଲାସ୍ତରୀୟ ନୂତନ କମିଟି ଗଠନ କରାଯାଇଥିଲା । ସଭାପତି କ୍ରୀଷ୍ଣାଚନ୍ଦ୍ର ନାୟକ,ଉପ ସଭାପତି ଆଲୋକ କୁମାର ନାୟକ , ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ କୋଷାଧ୍ୟକ୍ଷ ସୁମିତ ବାରିକ, ସହ କୋଷାଧ୍ୟକ୍ଷ କେଦାରନାଥ ସାହୁ, କୋର କମିଟି ଦୁର୍ଗା ପ୍ରସିଦ ପାଢୀ,ଅଶ୍ବିନୀ କୁମାର ନିୟକ, ସଦୟ ଜିସାୟ ପାଣି, ଲୁକା ବଡ ରଇତଙ୍କୁ ସର୍ବ ସମ୍ମତିରେ ଚୟନ କରାଯାଇଛି ।
Related Posts
ଜୁଲାଇ ୮ ରେ ବନ୍ଦ ରହିବ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ
ଜୁଲାଇ ୮ ରେ ବନ୍ଦ ରହିବ ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ଭୁବନେଶ୍ୱର: ଜୁଲାଇ ୮ ତାରିଖରେ ବନ୍ଦ ରହିବ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ।ଚଳିତବର୍ଷ…
ଛେଲାଗଡ଼ ପଞ୍ଚାୟତ ରେ OAS ପରୀକ୍ଷା ରେ ସଫଳତା ହାସଲ କରିଥିବା କଳିଙ୍ଗ ଙ୍କୁ ସମ୍ବର୍ଦ୍ଧନା ।
ଛେଲାଗଡ଼ ପଞ୍ଚାୟତ ରେ OAS ପରୀକ୍ଷା ରେ ସଫଳତା ହାସଲ କରିଥିବା କଳିଙ୍ଗ ଙ୍କୁ ସମ୍ବର୍ଦ୍ଧନା । ଆର,ଉଦୟଗିରି(ମନୋଜ କୁମାର ପାଢୀ/୨୬/୧୦/୨୪ – ଗଜପତି ଜିଲ୍ଲାର ଗର୍ବଗୌରବ…
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଟାଙ୍ଗିଲି ପଞ୍ଚାୟତ ସ୍ଥିତ ଲଫଲାଙ୍ଗ ଠାରେ…