ଆମବାତ ସଚେତନl ଓ ସ୍ଵାସ୍ଥ୍ୟ ଶିବିର

*ଆମବାତ ସଚେତନl ଓ ସ୍ଵାସ୍ଥ୍ୟ ଶିବିର **

ବ୍ରହ୍ମପୁର ହରିହର ନଗର ଦ୍ଵିତୀୟ ସାରଣୀ ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଆମବାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ‘ଜଠରାଗ୍ନି ମନ୍ଦ ଥିବା ବ୍ଯକ୍ତି ଗରିଷ୍ଠ, ଅହିତକର ଆହାର ବିହାର ଦ୍ଵାରା ଯୁବକଙ୍କ ଠାରୁ ବୃଦ୍ଧ ଯାଏଁ ଆମ ସଞ୍ଚୟ ହୋଇ ଆମବାତ ରୋଗ ହୁଏ l ଆମିଷ, ପନିର,ବିରି, ଖଟା,ମଦ୍ୟପାନ ସେବନ, ଶାରିରୀକ ପରିଶ୍ରମ ନକରିବା, ଅଧିକ ରାତ୍ର ଯାଏଁ ଅନିଦ୍ରା ରହିବା ଦ୍ଵାରା ଆଙ୍ଗୁଠି ହାତ ଗୋଡ଼, ଆଣ୍ଠୁ ଫୁଲେ ବ୍ୟଥା ହୁଏ, ଜ୍ୱର ହୁଏ ଏହାକୁ ଆମବାତ କୁହଯାଏ l ଉପରୋକ୍ତ କାରଣ ସବୁ ଛାଡ଼ି ହଜମ ହେଉଥିବା ଖାଦ୍ୟ ଖାଇବେ, ଶାରିରୀକ ପରିଶ୍ରମ, ଯୋଗ, ଆସନ କରିବେ, ଶୁଣ୍ଠି ଚୁର୍ଣ୍ଣ, ରସୁଣ, ଗୋଲମରିଚ, ମୁଥା, ଜୁଆଣି ଖାଇବେ ଓ ତୈଳ ଅଭ୍ୟଙ୍ଗ କରି ଦୁଦୁରା, ଅରଖ ପତ୍ର ସେକ ଦେବା ପାଇଁ ପରାମର୍ଶ ଦେଇଥିଲେ l ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଛି l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ଡଃ ସାହୁ ଅନୁରୋଧ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ.

Leave a Reply

Your email address will not be published. Required fields are marked *