ଆବାସ ଗୃହ ଏଠି ବାଟବଣା,ମିଳୁନି ଗରୀବ ମୁଣ୍ଡକୁ ଛାତ

ଆବାସ ଗୃହ ଏଠି ବାଟବଣା,ମିଳୁନି ଗରୀବ ମୁଣ୍ଡକୁ ଛାତ….

କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କେନ୍ଦ୍ର ସରକାର ଗରୀବ ମୁଣ୍ଡକୁ ଛାତ ଦେବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର ପ୍ରଣୟନ କରିଛନ୍ତି। ହେଲେ ଏହି ଯୋଜନାରେ ଧନୀ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଲାଭବାନ ହେଉଥିବା ବେଳେ ଗରିବ ଓ ଖଟିଖିଆ ଶ୍ରେଣୀର ଲୋକଙ୍କ ଝାଟିମାଟି କୁଡ଼ିଆ ଓ ଜରିପାଲ ତଳେ ଜୀବନ ବିତୁଛି । ଏହି ଭଳି କନ୍ଧମାଳ ଜିଲ୍ଲା ର ଅନେକ ଗାଁ ରହିଛି ଯେଉଁ ଗାଁ ଲୋକେ ଆଜି ମଧ୍ୟ ଝାଟିମାଟି କୁଡ଼ିଆ ବସବାସ କରୁଥିଲେ ମଧ୍ୟ ସରକାର ଙ୍କ ଆବାସ ଯୋଜନା ମାଧ୍ୟମରେ ଘର ଖଣ୍ଡିଏ ମିଳିପାରୁ ନାହିଁ । ଏମିତି ଦେଖିବାକୁ ମିଳିଛି କ ନୂଆଗାଁ ବ୍ଲକ କୁଢୁତେଲି ପଞ୍ଚାୟତ ମାରବାଲି ଗାଁ ର ଶୁଷମା ଦିଗାଲ ଙ୍କ ପରିବାର ଝାଟି ମାଟି କୁଡିଆ ୫ ସଦସ୍ୟ ବସବାସ କରନ୍ତି । ପ୍ରକୃତ ହିତାଧିକାରୀ ମାନେ ତ ଝାଟିମାଟି କୁଡ଼ିଆ ଓ ଭଙ୍ଗା ଦଦରା ଘରେ ଦିନ ବିତୁଛନ୍ତି । ତେବେ ସରକାର କେଉଁ ଗରିବକୁ ଛାତ ଦେଉଛନ୍ତି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ଉଠାଇଛନ୍ତି । ଘରଟିଏ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଘର ଖଣ୍ଡିଏ ମିଳୁନଥିବା କହିଛନ୍ତି ସୁଷମା ଦିଗାଲ ଙ୍କ ପରିବାର । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରିବା ସହ ପରିବାର କୁ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ଗ୍ରାମ ବାସୀ ଦାବି କରିଛନ୍ତି l

Leave a Reply

Your email address will not be published. Required fields are marked *