ଆଦିବାସୀ ମେଳା ରେ ସମ୍ମାନିତ ହେଲେ ରାମନାଗୁଡ଼ା ଚାଷୀ ବାମ୍ଫାନା ଗୋମାଙ୍ଗ
ରାୟଗଡା : ଓଡ଼ିଶା ସରକାର ଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆଠାରେ ଆଦିବାସୀ ମେଳା ୨୦୨୫ ଆରମ୍ଭ ହୋଇଯାଇଛି।ଏହି ଆଦିବାସୀ ମେଳା କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉଦ୍ଘାଟନ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ରୂପେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ,ଉତ୍ତର ଭୁବନେଶ୍ୱର ବିଧାୟକ ବାବୁ ସିଂ,ବିଭାଗ ର ପ୍ରମୁଖ ଶାସନ ସଚିବ ସଞ୍ଜୀବ ମିଶ୍ର ,ନିର୍ଦ୍ଦେଶିକା ପୋମା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସର ରେ ବିଭାଗ ଦ୍ଵାରା ପରିଚାଳିତ ଓଟିଇଏଲ୍ ପି ପ୍ଲସ ଆନୁକୁଲ୍ୟ ରେ ରାମନାଗୁଡ଼ା ପଞ୍ଚାୟତ ସମିତି ଅଧୀନ କାମନାଗୁଡ଼ା ର ବାମ୍ପାନା ଗମାଙ୍ଗ ଙ୍କୁ କୃଷି ଓ ଉଦ୍ୟାନ କୃଷି କ୍ଷେତ୍ର ରେ ଜଣେ ସଫଳ ଚାଷୀ ରୂପେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପ୍ରତିଭା ସ୍ଵୀକୃତି ପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।ସୂଚନା ଯୋଗ୍ୟ ଯେ ଶ୍ରୀ ଗମାଙ୍ଗ ଜଣେ ସଫଳ ଚାଷୀ ସେ ବର୍ଷ ତମାମ ନିଜ ୨ଏକର ପରିମିତ ଜମିରେ ମିଠା ମକା,ପନିପରିବା ଚାଷ କରି ସ୍ଥାନୀୟ ବଜାର ରେ ବିକ୍ରି କରିଥାନ୍ତି।ଏହି ଚାଷ କାର୍ଯ୍ୟ ରେ ତାଙ୍କୁ ସହଯୋଗ ର ହାତ ବଢ଼ାଇଛି ଉଦ୍ୟାନ ବିଭାଗ ଓ ଓଟିଇଏଲ୍ ପି ପ୍ଲସ। ଉଦ୍ୟାନ ବିଭାଗ ତରଫରୁ କାଜୁ ଚାଷ, ଶଙ୍କର ଜାତୀୟ ପନିପରିବା ଚାଷ ଓ ଆଳୁ ଚାଷ ସହ ସ୍ପ୍ରୀଙ୍କଲର ନିମନ୍ତେ ବିଭାଗୀୟ ସହାୟତା ଓ ଓଟିଇଏଲ୍ ପି ପ୍ଲସ ତରଫରୁ ମିଠା ମକା ବିହନ ଓ ଅନ୍ୟ ଆନୁଷଙ୍ଗିକ ସୁବିଧା ପାଇଥିବା ନେଇ ଶ୍ରୀ ଗମାଙ୍ଗ କହିଛନ୍ତି।ଶ୍ରୀ ଗମାଙ୍ଗ ଙ୍କ ଏହି ସଫଳତା ରେ ଉଦ୍ୟାନ ବିଭାଗ ର ସହକାରୀ ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣୀ ,ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଶୁଭେଛା ଜଣେଇଛନ୍ତି।ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ