-ଆଦିବାସୀ ମହିଳାଙ୍କ ରୋଜଗାରର ମାଧ୍ୟମ ସାଜିଛି ଛେଳିଚାଷ l ଆର, ଉଦୟଗିରି(ମନୋଜ କୁମାର ପାଢୀ) – ଗଜପତି ଜିଲ୍ଲାର ଆଦିବାସୀ ମହିଳାମାନେ କୌଣସି ରୋଜଗାର ନପାଇ ସାଧାରଣତଃ ଅନେକାଂଶ ଜଙ୍ଗଲକୁ ଯାଇ ପୋଡୁଚାଷ କରିଥାନ୍ତି,ତ ଆଉ କେହି କେହି ଅନ୍ୟ ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି, କିନ୍ତୁ ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ମହିଳାମାନଙ୍କୁ ଲଘୁ ଉଦ୍ୟୋଗ କରାଇବା ପାଇଁ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମାଧ୍ୟମରେ ବିଭିନ୍ନ ପ୍ରକାରର ଚାଷରେ ଆଦିବାସୀ ମହିଳାଙ୍କୁ ଅନ୍ତର୍ଭୁକ୍ତ କରାଇଥାନ୍ତି , କିନ୍ତୁ ଗଜପତି ଜିଲ୍ଲା ମୋହନା ବ୍ଲକ ଲବାରସିଂ ପଞ୍ଚାୟତ ଲମ୍ପଦା ଗାଁର ମାଁ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠି ସରକାରଙ୍କ ଠାରୁ ପ୍ରତ୍ସାହନ ପାଇ ଛେଳିଚାଷ କରି ପ୍ରବଳ ଅର୍ଥ ଉପାର୍ଜନ କରି ଆଜି ସ୍ୱାବଲମ୍ବୀ ହେଇପାରିଛନ୍ତି, 2022-2023 ଆର୍ଥିକ ବର୍ଷ 230000 ଅଟକଳ ବ୍ୟୟରେ ମହିଳାମାନେ ଛେଳିଚାଷ ଆରମ୍ଭ କରିଥିଲେ, କିନ୍ତୁ ସରକାର ତାଙ୍କୁ 50ପ୍ରତିଶତ ଅର୍ଥାତ 125000 ଟଙ୍କା ରିହାତି ମିଳିଛି , କିନ୍ତୁ ଚାଷ କରିବାର 2 ବର୍ଷ ମଧ୍ୟରେ 5 ଲକ୍ଷରୁ ଉର୍ଦ୍ଧ ଟଙ୍କା ଲାଭ ହୋଇଥିବା ମହିଳାମାନେ କହିଛନ୍ତି, ଏହି ଚାଷ ଏକ ଲାଭ ଦାୟକ ଚାଷ ହୋଇଥିବାରୁ ଆଦିବାସୀ ମହିଳାଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ଘଟିଛି, ଚାଷରେ ସଫଳତାର ସହ ଆଗକୁ ବଢିଥିବାରୁ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5000 ଟଙ୍କା ପୁରସ୍କାର ରାଶି ଦିଆଯାଇଥିଲା ।
Related Posts

ଜନକଲ୍ୟାଣ ଆଶ୍ରମ ଶ୍ରୀ ମିନାଝୋଲା ର 5ମ ବାର୍ଷିକ ଉତ୍ସବ ପାଳିତ
ଜନକଲ୍ୟାଣ ଆଶ୍ରମ ଶ୍ରୀ ମିନାଝୋଲା ର 5ମ ବାର୍ଷିକ ଉତ୍ସବ ପାଳିତ ରାୟଗଡା : ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଗୁଡାରି ବ୍ଲକସୀମାନ୍ତ ହନୁମନ୍ତପୁର ଗ୍ରାମ ପଞ୍ଚାୟତ ର…

ତାଲା ବନ୍ଦ ଘର ଉପରେ ଚୋର ର ନଜର।
ତାଲା ବନ୍ଦ ଘର ଉପରେ ଚୋର ର ନଜର। ଗୋପାଳପୁର ଥାନା ଅନ୍ତର୍ଗତ ଆମ୍ବପୁଆ ଅଞ୍ଚଳର ଏକ ଘରେ ଦିନ ଦ୍ବିପହରରେ ଚୋର ମାନେ ତାଲା ଭାଙ୍ଗି…

ଜ଼ିଲ୍ଲା ବିଜେଡି ସଭାପତି ପଦ ସୁଧୀର ଓ ଭାସ୍କର ଗୋଷ୍ଠୀ ପାଇଁ ସମ୍ମାନ ର ପ୍ରଶ୍ନ
ଜ଼ିଲ୍ଲା ବିଜେଡି ସଭାପତି ପଦ ସୁଧୀର ଓ ଭାସ୍କର ଗୋଷ୍ଠୀ ପାଇଁ ସମ୍ମାନ ର ପ୍ରଶ୍ନ ରାୟଗଡା : ଗତ ସାଧାରଣ ନିର୍ବାଚନ 2024 ରେ ଓଡିଶା…