ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣଶିକ୍ଷା ମନ୍ତ୍ରୀ ଗଣ୍ଡ ଙ୍କ ଦ୍ୱାରା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ l

ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣଶିକ୍ଷା ମନ୍ତ୍ରୀ ଗଣ୍ଡ ଙ୍କ ଦ୍ୱାରା ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ l

ରାୟଗଡା : ଉତ୍କଳ ସ୍ୱାଭିମାନ ମଞ୍ଚ ର ସଭାପତି ରାଧାକାନ୍ତ ଦାସ ଙ୍କ ଦ୍ୱାରା ରାୟଗଡା ଜ଼ିଲ୍ଲା ର ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରଡ଼ା ଗ୍ରାମ ର ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଯୋଜିତ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ ଜାତି ଜନଜାତି ତଥା ପୋଛୁଆ ବର୍ଗ ଉନୟନ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ମୁଖ୍ୟଅତିଥି ଭାବେ ଯୋ ଦେଇ 8 ଗୋଟି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି l ମନ୍ତ୍ରୀ ଡାଙ୍ଗସୋରଡ଼ା ଠାରେ ପହଂଚିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଡି ଆର ଡି ଏ ର ମୁଖ୍ୟ ପରିଚାଳକ ନିହାର ରଂଜନ କଂହର, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଙ୍କ ସମତେ ସ୍କୁଲ ର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ସ୍କୁଲ ର ଛାତ୍ରୀ ମାନେ ପାରମ୍ପରିକ ନାଚ ଗୀତ ମାଧ୍ୟମରେ ପାଛୋଟି ନେଇଥିଲେ l ମନ୍ତ୍ରୀ ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପା ମାଲ୍ୟାର୍ପଣ କରିବା ପରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଜାତିର ପିତା ମହାତ୍ମା ଗାନ୍ଧୀ, ସ୍ୱାମୀବିବେକାନନ୍ଦ, ସୁବାସ ଚନ୍ଦ୍ର ବୋଷ, ଠାକର ବାପ୍ପା, ମହାରାଜସ୍ୱ କୃଷ୍ଣ ଚନ୍ଦ୍ର ଗଜପତି, ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷା ମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ୱଳନ କାରି ପ୍ରତିମୂର୍ତ୍ତି ମାନଙ୍କଉନ୍ମୋଚିତ କରିଥିଲେ ଶେଷରେ ଶାନ୍ତିର ପ୍ରତିକ୍ରିୟା ଗୌତମ ବୁଦ୍ଧ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଥିଲେ l ପରେ ପରେ ପ୍ରତିମୂର୍ତ୍ତି ଉନ୍ମୋଚିତ ଏକ ସଭା କାର୍ଯ୍ୟକ୍ରମ ରେ ମଞ୍ଚ ରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ଗଣ୍ଡ, ସମ୍ମାନିତ ଅତିଥି ଭାବେ ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ, ଡି ଆର ଡି ଏ ସି ଇ ଓ ନିହାର ରଞ୍ଜନ କଂହର ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳ, ଡାଙ୍ଗସୋରଡ଼ା ସରପଞ୍ଚ ଅନିତା ଶବର, ଉତ୍କଳ ସ୍ୱାଭିମାନ ମଞ୍ଚ ର ସଭାପତି ରାଧାକାନ୍ତ ଦାସ ମଂଚାସୀନ ଥିଲେ l ପ୍ରଥମେ ଅତିଥି ବୃନ୍ଦ ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟୋ ଚିତ୍ର ରେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ l ମୁଖ୍ୟଅତିଥି ଗଣ୍ଡ ନିଜ ବକ୍ତବ୍ୟ ରେ ଛାତ୍ରୀ ଛାତ୍ର ମାନଙ୍କୁ ମହାପୁରୁଷ ଙ୍କ ନୀତି ଅନୁସରଣ କରି ଭଲ ମଣିଷ ହୋଇ ନିଜକୁ ଗୋଡ଼ିତୋଳିବା ନିମନ୍ତେ ପରାମର୍ଶ ଦେଇଥିଲେ l ପାଠ ସହିତ ଉତ୍ତମ ଚରିତ୍ର ଗଠନ କରି ଲୋକଙ୍କୁ ସହିତ ଭଲ ସମ୍ପର୍କ ରଖିବା ନିମନ୍ତେ କହିଥିଲେ l ନିଜ ବକ୍ତବ୍ୟ ରର ମନ୍ତ୍ରୀ କହିଥିଲର ଯେ ଶିକ୍ଷା ବିଭାଗ ଓ ମଙ୍ଗଳ ବିଭାଗ ରର ଯେଉଁ କିଛି ଅସୁବିଧା ଅଛି ତାହା କିପରି ଦୂର ହେବ ସେଥିପ୍ରତି ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି ଖୁବ ଅଳ୍ପ ଦିନ ରେ ସମସ୍ୟାର ସମାଧାନ ହୋଇଯିବ ବୋଲି l ମନ୍ତ୍ରୀ ଙ୍କ ସହିତ ରାୟଗଡା ଜ଼ିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ଉପ ସଭାପତି ଟୁଟୁ ଦାସ, ରାଷ୍ଟ୍ରୀୟ କୃଷକ ମୋର୍ଚ୍ଚା ର କଳିରାମ ମାଝୀ ଶିବ ଉଲାକା, ଚନ୍ଦ୍ରପୁର ବିଜେପି ମଣ୍ଡଳ ସଭାପତି ବାପି ସାହୁକାର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତି, ଗୁଣୁପୁର ଆଇ ଟି ଡି ଇ ପ୍ରକଳ୍ପ ପ୍ରସାଶକ ଅଜୟ କୁମାର ପ୍ରଧାନ, ମଙ୍ଗଳ ବିଭାଗ ସି ଆଇ ଶ୍ୟାମ ଘନ ଭୂୟାଁ, ଜ଼ିଲ୍ଲା ଶିକ୍ଷା ଧିକାରୀ ବସନ୍ତ ନାୟକ, ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧୁକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ଚନ୍ଦ୍ରପୁର ବି ଇ ଓ ଗଣେଶ ଶବର ଏ ବି ଓ ଉମାକାନ୍ତ ମିଶଲ ଚନ୍ଦ୍ରପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୌର ହରି ପାଢ଼ୀ, ରାଇବିଜି ପ୍ରଧାନଶିକ୍ଷୟତ୍ରୀ ଅନୁରଧ ଲିଙ୍ଗମ, କୃଷି ଶିକ୍ଷକ ପ୍ରଦୀପ ଚୌଧୁରୀ, ଙ୍କ ସମତେ ବହୁ ଜନସାଧାରଣ ଯୋଗ ଦେଇଥିଲେ l ଡାଙ୍ଗସୋରଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *