ଆଦିବାସୀ ଜମି କୁ ଅକ୍ତିଆର କୁ ବିରୋଧ

ଆଦିବାସୀ ଜମି କୁ ଅକ୍ତିଆର କୁ ବିରୋଧ

ରାୟଗଡା : ରାୟଗଡା ଜ଼ିଲ୍ଲା ର ରାୟଗଡା ତହସିଲ ଆନ୍ତର୍ଗତ କୋମଟାଲପେଟା ପେଣ୍ଟ ରାଜସ୍ୱ ନିରୀକ୍ଷକ ଙ୍କ ଅଧୀନରେ ଅମ୍ଳଭଟା ମୋୖଜ଼ ର ଖାତା ନମ୍ବର 26/2 ଆନ୍ତର୍ଗତ ପ୍ଲଟ ନମ୍ବର 10 ରେ 4.80 ଏକର ଜମି ସମୁଲୁ ହୁଇକା ଙ୍କ ନାମରେ ରହିଛି l ବହୁ ଦିନ ଧରି ସମୁଲୁ ଙ୍କ ନାମରେ ଜମି ର ପଟା ଥିବା ବେଳେ ସେହି ଜମିରେ ସମୁଲୁ ଙ୍କ ପରିବାର ଚାଷ କରିଆସୁଥିଲେ l କିନ୍ତୁ କିଛି ଦିନ ପୂର୍ବେ ସମୁଲୁ ଙ୍କ ଜମି ନିକଟରେ ଥିବା ଅନ୍ୟ ଜମି କୁ ଅମ୍ଳଭଟା ଛକ ରେ ରହୁଥିବା ଡି ଶ୍ରୀନିବାସ ନାମକ ଏକ ବ୍ୟକ୍ତି ଜମି କିଣିବା ପରେ ସମୁଲୁ ଙ୍କ ଜମି କୁ ଅକ୍ତିଆର କରିବାରେ ଲାଗିଲେ l ଏହିପରି ସମୁଲୁ ଙ୍କ ଜମି କୁ ଡି ଶ୍ରୀନିବାସ ଜେସିବି ମେସିନ ଲଗାଇ ମାଟି ସମତୁଲ କରିଥିଲେ l ଜମି ସମୂତୁଲ କାମ ଚାଲିଥିବା ସମୟରେ ସମୁଲୁ ଙ୍କ ପରିବାର ଓ ଗ୍ରାମବାସୀ ମାନେ ଜମିରେ ପହଂଚି ଜମି ସମତୁଲ କୁ ତୀବ୍ର ବିରୋଧ କରି ଜମି ମାଫିଆ ଶ୍ରୀନିବାସ କୁ ଜମି ପ୍ରଦାନ କରାଯାଇନାହିଁ ବୋଲି ନାରା ଦେଇଥିଲେ l ଏହାପରେ ଜମି ସମତୁଲ କାମ ବନ୍ଦ ହୋଇଥିଲା l ଏହି ଜମିରେ ଏକ ଠିକା ସଂସ୍ଥା ର କିଛି ଟିପର ରହିଥିବା ର ଦେଖିବାକୁ ମିଳିଥିଲା l ସୂଚନା ଯୋଗ୍ୟଯେ ଅମ୍ଳଭଟା ଓ କୋଳନରା ବ୍ଲକ ର ବିଭିନ୍ନ ଅଞ୍ଚଳ ରେ ଜମି ମାଫିଆ ମାନେ ସକ୍ରିୟ ରହିଥିବା ର ନଜର କୁ ଆସିଛି l ଗତ କିଛି ଦିନ ପୂର୍ବେ ଅମ୍ଳଭଟା ର ଏକ ମୃତ ଆଦିବାସୀ ଙ୍କ ନାମରେ ଜମି କିଣିବା ଘଟଣା ଟେ ପୋଲିସ 2 ଜଣ କୁ ଗିରଫ କରିଥିଲା l ବେଆଇନ ଭାବେ ଅମ୍ଳଭଟା ରେ ଜମି ବିକ୍ରି ଟା କେନ୍ଦ୍ର ପାଲଟିଛି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିବାରେ ଲାଗିଛନ୍ତି l ଅମ୍ଳଭଟା ନିକଟରେ ଥିବା ଶ୍ରୀକ୍ଷେତ୍ର ଟାଉନ ସିପ ରେ ବହୁ ପରିମାଣର ସରକାରୀ ଜମି ମିଶିଥିବା ସ୍ଥାନୀୟ ବାସୀ ଅଭିଯୋଗ କରିବା ସହିତ ଏହାର ତଦନ୍ତ ପାଇଁ ଦାବି କରିଛନ୍ତି l ସ୍ଥାନୀୟ ଆର ଆଇ ଓ ରାଜସ୍ୱ ବିଭାଗ ର କିଛି କର୍ମଚାରୀ ମାନେ ମିଲିଭାଗତ ରେ ଶ୍ରୀକ୍ଷେତ୍ର ଟାଉନସିପି କୁ ସରକାରୀ ଜମି ଦେବାରେ ହାତ ରହିଛି ବୋଲି ସ୍ଥାନୀୟ ଜନସାଧାରଣ ଆଲୋଚନା କରିବା ରେ ଲାଗିଛନ୍ତି lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *