ଆଦିବାସୀ ଅଧିଷ୍ୟୁତ ଚନ୍ଦ୍ରପୁର ବ୍ଲକ ରର ଜନସାଧାରଣ ଙ୍କ ହିତରେ ଜନକଲ୍ୟାଣ ଆଶ୍ରମ

ଆଦିବାସୀ ଅଧିଷ୍ୟୁତ ଚନ୍ଦ୍ରପୁର ବ୍ଲକ ରର ଜନସାଧାରଣ ଙ୍କ ହିତରେ ଜନକଲ୍ୟାଣ ଆଶ୍ରମ

ରାୟଗଡା : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ଓ ଗୁଡାରି ବ୍ଲକ ସୀମାନ୍ତ ହନୁମାନ୍ତପୁର ଗ୍ରାମପଂଚାୟତ ର ବେଲାମଗୁଡା ନିକଟରେ ବଂଶଧାରା ଚାଉଳଧୁଆ ଓ ଫାଲଫଳିଆ ତିନି ନଦୀର ସଙ୍ଗମ ସ୍ଥଳ ମିନାଝୋଲା ଠାରେ ଗୋଡି ଉଠିଛି ଜନକଲ୍ୟାଣ ଆଶ୍ରମ l ଏହି ଆଶ୍ରମ ର ପରିଚାଳକ ସ୍ୱାମୀ ଜନକାନନ୍ଦ ଗିରି ଙ୍କ ଦ୍ୱାରା ପରିଚାଳିତ ଏହି ଆଶ୍ରମ ମୋହନ ଶୈବ ପୀଠ ଶ୍ରୀରାମ ମିନାଝୋଲା ମହାପ୍ରଭୁ ଙ୍କ ଜନକଲ୍ୟାଣ ଆଶ୍ରମ ରେ ବର ମାସ ତର ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥାଏ l ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ରାଜ୍ୟ ତଥା ରାଜ୍ୟବହାର ର ବହୁ ଭକ୍ତ ଙ୍କ ସାମଗମ ହୋଇଥାଏ l ଗତ ମାର୍ଚ୍ଚ ମାସ 2024 ରେ ହିମାଳୟ ରୁ ନାଗାବାବା ଙ୍କ ପାଦ ଏହି ଆଶ୍ରମ ରର ପଡିଥିଲା l ଆଶ୍ରମ ର ବାବା ସ୍ୱାମୀ ଜନକାନନ୍ଦ ଗିରି ଓ ଆଶ୍ରମ ର ପ୍ରତିଷ୍ଠାତା ବଲକୃଷ୍ଣ ପଣ୍ଡା କହିଛନ୍ତି ଯେ ଏହି ଆଶ୍ରମ ନିର୍ମାଣ କରିବା ର ମୁଖ୍ୟ ଉଦେଶ୍ୟ ହେଉଛି ବସୁଧୈବ କୁଟୁମ୍ବକମ ଜନମାନସ ରର ବିଶୁଦ୍ଧ ପ୍ରତି ଭାବନା ବ୍ୟକ୍ତିତ୍ୱ ପାଇଁ ବୀଜରୋପଣ ସହିତ ସୁସ୍ଥ ସମାଜ, ସୁସ୍ଥ ବ୍ୟକ୍ତିତ୍ୱ ଓ ରାଷ୍ଟ୍ର ନିର୍ମାଣ ହେଉଛି ମୂଳ ଲକ୍ଷ ବୋଲି l ରହି ଆଶ୍ରମ ରେ ହିନ୍ଦୁ ମାନଙ୍କର ପବିତ୍ର ମାସ କାର୍ତ୍ତିକ ମାସରେ ଅଁଳା ନବମୀ ଠାରୁ ପୁର୍ଣିମା ପର୍ଯ୍ୟନ୍ତ ଭଗବାନ ଶ୍ରୀକୃଷ୍ଣ ଙ୍କ ପୂଜା କରାଯାଇଥାଏ l ପିତୃ ପୂର୍ବ ଙ୍କ ଉଦେଶ୍ୟ ରେ ଭକ୍ତ ମାନେ ତର୍ପଣ କରିଥାନ୍ତି l ମାଘ ମାସର ପୁର୍ଣିମା ଦିନ ହଜାର ହଜାର ସଂଖ୍ୟା ରେ ଆସି ବୁଡ଼ ପକାଇଥାନ୍ତି ଏଥିସହିତ ଏହି ବୁଡ଼ କୁ ଆସିଥିବା ସଧବା ସ୍ତ୍ରୀମାନଙ୍କୁ ଆଶ୍ରମ ପକ୍ଷରୁ ହଳଦୀ କୁଂକୁମ ପ୍ରସାଦ ରୂପେ ଦିଆଯାଇ ଥାଏ l ମହାଶିବରାତ୍ରି ଦିନ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହୋଇଥାଏ ଏହି ଦିନ ଜନକଲ୍ୟାଣ ଆଶ୍ରମ ରୁ ହରିଙ୍କୁ ମୀନକେତନଶ୍ୱରଙ୍କ ନିକଟକୁ ନିଆଯାଇ ସେହି ସ୍ଥାନ ରେ ବେଦମତ ଅନୁଯାଇ ରାତିତମାମ ହରିହର ଙ୍କ ଭେଟ କରାଯାଇଥାଏ ରାତ୍ରି ସମୟରେ ମହାପ୍ରଭୁ ଙ୍କ ମୋହଦି ଉଠେ l ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମାଷ୍ଟମୀ ଉତ୍ସବ ଅତି ଆନନ୍ଦ ଉଲ୍ଲାସ ରେ ସହିତ ପାଳିତ ହୋଇଥାଏ l ଏଥିସହିତ ପବିତ୍ର ଶୀତଳ ଷଷ୍ଠୀ ଦିନ ଶ୍ରୀ ମୀନ କେତନନେଶ୍ବସର ମହାଦେବ, ମାତା ପାର୍ବତୀ ଙ୍କ ରେ ବିବାହ ଉତ୍ସବବୈଦିକ ରୀତି ନୀତି ଅନୁଯାଇ ଅନୁଷ୍ଠିତ ହୋଇଥାଏ l ପ୍ରତି ମାସ ରେ ସଂକ୍ରାନ୍ତି ଦିନ ଆଶ୍ରମ ପରିସରରେ ପାଞ୍ଚ ଯଂଜ୍ଞ ଯଥା ଅନ୍ନ ଯଂଜ୍ଞ, ଜ୍ଞାନ ଯଂଜ୍ଞ, ନାମ ଯଂଜ୍ଞ, ଘୃତ ଯଂଜ୍ଞ ଓ ଜପ ଯଂଜ୍ଞ ଅନୁଷ୍ଠିତ ହୋଇଥଏ l ପ୍ରତିଦିନ ଏହି ଆଶ୍ରମ ପରିସରରେ ମା ଗାୟତ୍ରୀ ଙ୍କ ହବନ ପୂଜା ଅନୁଷ୍ଠିତ ହୁଏ l. ଠିକ ସେହିପରି ପଞ୍ଚକୁଣ୍ଡିୟ, ନବକୁଣ୍ଡିୟ ଗାୟତ୍ରୀ ଯଂଜ୍ଞ ଅନୁଷ୍ଠିତ ହୁଏ ଅଗଣିତ ଭକ୍ତ ଯୋଗଦେଇ ଆଶ୍ରମ ପସରିସର ରର ଏକ ଭକ୍ତି ମୟ ପରିବେଶ ସୃଷ୍ଟି କରିଥାନ୍ତି l ଭକ୍ତଙ୍କ ନିମନ୍ତେ ଏହି ଆଶ୍ରମ ରେ ନିଶୁଳ୍କ ପ୍ରସାଦ ସେବନ ତ ବ୍ୟବସ୍ତା କରାଯାଇଥାଏ lରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *