ଆଦିତ୍ୟ ବିର୍ଲ୍ଲା ସ୍କୁଲର ବାର୍ଷିକ ଉତ୍ସବ ‘ଅଭିବ୍ୟକ୍ତି ‐ ଇମୋସନ୍ସ ଟୁ ଏକ୍ସପ୍ରେସନ୍ସ’ ଅନୁଷ୍ଠିତ
ରାୟଗଡ଼ା ରୁ ପ୍ରଫୁଲ୍ଲ କୁମାର ବେହେରାତା୨୨/୧୧/୨୪ରିଖ ଶୁକ୍ରବାର ଦିନ ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ୍ ଅଧିନସ୍ଥ ଓଷାପଡା ସ୍ଥିତ ଆଦିତ୍ୟ ବିର୍ଲ୍ଲା ପବ୍ଲିକ ସ୍କୁଲ ପରିସରରେ ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ବାର୍ଷିକୋତ୍ସବ ‘ଅଭିବ୍ୟକ୍ତି ‐ ଇମୋସନ୍ସ ଟୁ ଏକ୍ସପ୍ରେସନ୍ସ’ ମହା ଆଡମ୍ୱରରେ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ଆଲୁମିନାର ୟୁନିଟ ହେଡ୍ ତଥା ସଭାପତି ଶ୍ରୀଯୁକ୍ତ ରବିନାରାୟଣ ମିଶ୍ରଙ୍କ କରକମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଚାରବୃକ୍ଷକୁ ଜଳ ସିଞ୍ଚନପୂର୍ବକ ଏହି ଉତ୍ସବର ଅୟମାରମ୍ଭ କରାଯାଇଥିଲା । ଏହି ଉତ୍ସବରେ ଅନ୍ୟାନ୍ୟ ସମ୍ମାନନୀୟ ଅତିଥିମାନଙ୍କ ମଧ୍ୟରେ ଉତ୍କଳ ଆଲୁମିନାର ମାନବ ସମ୍ୱଳ ବିକାଶ ମୁଖ୍ୟ ଶ୍ରୀଯୁକ୍ତ ବିଜୟା କୁମୁରା, ଉତ୍କଳ ଆଲୁମିନା ଓ ଆଦିତ୍ୟ ରିଫାୟୀନାରୀର ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟବୃନ୍ଦ ଯୋଗଦାନ କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀ ଏହି ଅବସରରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ “ଅଭିବ୍ୟକ୍ତି ‐ ଇମୋସନ୍ସ ଟୁ ଏକ୍ସପ୍ରେସନ୍ସ” ଭଳି ସ୍ୱତନ୍ତ୍ର ବିଷୟବସ୍ତୁକୁ ଆଧାର କରି ଅନୁଷ୍ଠିତ ହୋଇଯାଇଛି ଏ ବର୍ଷର ବାର୍ଷିକୋତ୍ସବ । “ଅଭିବ୍ୟକ୍ତି ‐ ଇମୋସନ୍ସ ଟୁ ଏକ୍ସପ୍ରେସନ୍ସ” ସହିତ ଜଡିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ପରିବେଷଣ କରାଯାଇଥିବା କାର୍ଯ୍ୟକ୍ରମଗୁଡିକ ଏପରି ପରିକଳ୍ପନା କରାଯାଇଥିଲା ଯେ ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ମୁଖ୍ୟ ଅତିଥି , ସମ୍ମାନୀୟ ଅତିଥିମାନଙ୍କୁ ଓ ଉପସ୍ଥିତ ସମସ୍ତ ଅଭିଭାବକମାନଙ୍କୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ଜୀବାନନ୍ଦ ଦାଶଙ୍କ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାନ ସହିତ ଉତ୍ସବର ପରିସମାପ୍ତି ହୋଇଥିଲା ।