*ଆଦିତ୍ୟ ବିର୍ଲା ପାଇଁ ଗର୍ବ ଓ ଗୌରବ*
ରାୟଗଡ଼ା ତା୦୧/୦୨/୨୫ (ପ୍ରଫୁଲ କୁମାର ବେହେରା)ରିଖ, ଶନିବାର, ଅଦ୍ୟ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରାୟଗଡ଼ା ପାଇଁ ଏକ ଗର୍ବ ଓ ଗୌରବର ଦିନ । ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଦ୍ୱିତୀୟ ଅଫିସ୍ସର ଡ଼ଃ ଜି. ବିନୋଦ କୁମାର ତଥା ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ରାୟଗଡ଼ାର ଜୀବବିଜ୍ଞାନ ବିଭାଗର ବରିଷ୍ଠ ଶିକ୍ଷକ ଚଳିତ ଶିକ୍ଷାବର୍ଷ ୨୦୨୪‐୨୫ ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ଶିବିରରେ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଓ ସର୍ବୋତ୍ତମ ଏନ୍ ସି ସି ଅଧିକାରୀ ଭାବରେ ଓଡ଼ିଶା ସରକାରଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସର୍ବୋତ୍ତମ ଏନ୍ ସି ସି ଅଧିକାରୀ ଭାବରେ ପୁରସ୍କାର ଗ୍ରହଣ କରିଛନ୍ତି । ସେ ଏହି ପୁରସ୍କାର ଡେପୁଟି ଡାରେକ୍ଟର ଜେନେରାଲ୍, ଏନ୍ ସି ସି, ଓଡ଼ିଶା ଡାଇରେକ୍ଟରେଟ୍, ଶ୍ରୀଯୁକ୍ତ ମହେଶ ରାହାଙ୍ଗଦଲେଙ୍କ ଠାରୁ ସମ୍ମାନର ସହ ଗ୍ରହଣ କରିଛନ୍ତି । ତାଙ୍କର ସଫଳତା ଯୋଗୁଁ ସେ କମାଣ୍ଡିଙ୍ଗ୍ ଅଫିସର୍ ୧୩ ବାଟାଲିୟନ୍, ନବରଙ୍ଗପୁର କର୍ଣ୍ଣଲ୍ ସୁନୀଲ୍ କୁମାର, ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ରିଙ୍କୁ ବାନାର୍ଜୀ ଓ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲେ ।