ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ନୂଆପଡା : ତା: ୧୧/୩ ଓମ ପ୍ରକାଶ ଚୌଧୁରୀ ଖଡ଼ିଆଳସ୍ଥିତ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ ନୂଆପଡ଼ାର ଓଡ଼ିଆ ବିଭାଗ ଓ ଓଡ଼ିଆ ଗବେଷଣା ପରିଷଦ କଟକର ମିଳିତ ଆନୁକୂଲ୍ୟରେ ଆଜି ଇତିହାସ ଓ ସାହିତ୍ୟର ମାନବବିଦ୍ୟାଭିତ୍ତିକ ବିମର୍ଶ ପ୍ରସଙ୍ଗରେ ଏକଦିବସୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଡକ୍ଟର ଅକ୍ଷୟ କୁମାର ସାହୁ ଉଦଘାଟକ ଭାବରେ ଯୋଗଦେଇ ଆଲୋଚନାଚକ୍ରର ଅଭିଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟଅତିଥି ଭାବରେ ବିଶିଷ୍ଟ କବି ତଥା ନୂଆପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୂଦନ ଦାଶ ଯୋଗଦେଇ ଏହି ଅଞ୍ଚଳର ଭାଷା ,ସାହିତ୍ୟ ଓ ଲୋକବିଶ୍ୱାସ ସଂପର୍କରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅଧିବେଶନର ସଭାପତି ଡକ୍ଟର ଅସିତ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ବିଶିଷ୍ଟ ଶିକ୍ଷାବିତ ତଥା ଐତିହାସିକ ଡକ୍ଟର ଫଣୀନ୍ଦମ ଦେଓ ମୁଖ୍ୟବକ୍ତା ଭାବେ ଯୋଗଦେଇ ପଶ୍ଚିମ ଓଡ଼ିଶାର କଳା ଓ ସାହିତ୍ୟର ଇତିହାସ ଉପରେ ଆଲୋକପାତ କରିଥିଲେ । ଓଡ଼ିଆ ଗବେଷଣା ପରିଷଦ କଟକର ସଂପାଦକ ଡକ୍ଟର ଗୌରାଙ୍ଗ ଚରଣ ଦାଶ ସାହିତ୍ୟର ମାନବବିଦ୍ୟାଭିତ୍ତିକ ଅଧ୍ୟୟନ ପ୍ରସଙ୍ଗରେ ଗଭୀର ଭାବରେ ଆଲୋଚନା କରିଥିଲେ। ଅଧ୍ୟାପକ ଜୟଶଙ୍କର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅଧ୍ୟାପକ ତଥା ଆଲୋଚନାଚକ୍ରର ସଂଯୋଜକ ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ଏହି ଅଧିବେଶନକୁ ସଞ୍ଚାଳନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ପର୍ଯ୍ୟାୟକ୍ରମେ ପରବର୍ତ୍ତୀ ଦୁଇଟି ବୈଷୟିକ ଅଧିବେଶନରେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ଡକ୍ଟର ଅଞ୍ଜଳି ପାଢ଼ୀ, ଡକ୍ଟର ରଣବୀର ସିଂ, ପ୍ରଧ୍ୟାପକ ଲୋହିତାକ୍ଷ ଯୋଷୀ , ଡକ୍ଟର ଶ୍ରୀକାନ୍ତ କୁମାର ବାରିକ ନୂଆପଡ଼ା ଜିଲ୍ଲାର ଇତିହାସ, ନୃତତ୍ତ୍ୱ, ପ୍ରତ୍ନତତ୍ତ୍ଵ ଏବଂ ମୌଖିକ ମହାକାବ୍ୟ ସଂପର୍କରେ ଆଲୋଚନା କରିଥିବା ବେଳେ ଅବସରପ୍ରାପ୍ତ ଆୟକର କମିସନର ତଥା ବିଶିଷ୍ଟ ପ୍ରାବନ୍ଧିକ ଶ୍ରୀକାନ୍ତ ଚାଟାର୍ଜୀ, ଡକ୍ଟର ବାସୁଦେବ ସୁନାନୀ, ଡକ୍ଟର ରାମଚନ୍ଦ୍ର ମିଶ୍ର, ଅଧ୍ୟାପକ ପରମେଶ୍ବର ମୁଣ୍ଡ, ଅଧ୍ୟାପକ ସାମୁଏଲ ଦାନୀ, ଡକ୍ଟର ସୁଶାନ୍ତ ବିଶି, ଡକ୍ଟର ଲିଙ୍ଗରାଜ ସାହୁ ପ୍ରମୁଖ ନୂଆପଡ଼ା ଜିଲ୍ଲାର ସାଂସ୍କୃତିକ ସୌନ୍ଦର୍ଯ୍ୟ, ଲୋକକ୍ରୀଡ଼ା, ଲୋକଗୀତ, ପାରମ୍ପରିକ ନାଟ୍ୟକଳା , ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ବିଶ୍ଳେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଛାତ୍ରଛାତ୍ରୀ ଅଣଶିକ୍ଷକ କର୍ମଚାରୀଙ୍କ ସମେତ ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଶିବପ୍ରସାଦ ବେହେରା, ଡକ୍ଟର ତରୁଣ ପ୍ରଧାନ, ଗାଳ୍ପିକା ସୁନନ୍ଦା ପ୍ରଧାନ, ଅଧ୍ୟାପିକା ମିନା ଗୁଜୁରାତି, ରମାକାନ୍ତ ସାହାଣୀ, କନକବର୍ଦ୍ଧନ ସାହୁ, ହରିହର ପଣ୍ଡାଙ୍କ ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅଧ୍ୟାପକ ଅଧ୍ୟାପିକା,ଗବେଷକ ଗବେଷିକା, ଛାତ୍ରଛାତ୍ରୀ ତଥା ଆମ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଧ୍ୟାପକ ଅଧ୍ୟାପିକା ଅଣଶିକ୍ଷକ କର୍ମଚାରୀ ଏଥିରେ ଯୋଗଦେଇଥିଲେ। ପରିଶେଷରେ ଓଡ଼ିଆ ବିଭାଗମୁଖ୍ୟ ଜୟଶଙ୍କର ଭୋଇ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *