ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଉଦଯାପନୀ ଦିବସ ଗୀତିକବି ତାରିଣୀ ଚରଣ ସାହୁଙ୍କୁ ଲକ୍ଷ୍ମୀଧର ସାହୁ ସାରସ୍ଵତ ସମ୍ମାନ….. ରାଉରକେଲା : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ଉଦଯାପନୀ ଉତ୍ସବରେ ପାଠାଗାର ର ସଭାପତି ଚନ୍ଦ୍ରଶେଖର ଶତପଥୀ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆରଏସପି ର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ଭଞ୍ଜ ସାଂସ୍କୃତିକ ନ୍ୟାସର କାର୍ଯ୍ୟକାରୀ ସଭାପତି ତଥା ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉଭୟ ଅତିଥି ସେମାନଙ୍କ ବକ୍ତବ୍ୟରେ ଭାଷା ସାହିତ୍ୟ ସଂସ୍କୃତି ର ପ୍ରତିବଦ୍ଧତା ଭାବେ ପାଠାଗାରର ଅବଦାନ କୁ ପ୍ରଶଂସା କରିଥିଲେ। ସମ୍ପ୍ରତି ଓଡ଼ିଆ ଭାଷା ସଂଘର୍ଷମୟ ସ୍ଥିତିରେ ଥିବାବେଳେ ଏଭଳି ପୁସ୍ତକ ମେଳା ଓ ସାହିତ୍ୟ ସଭା ଓଡ଼ିଆ ଭାଷା ପ୍ରେମୀଙ୍କ ପାଇଁ ପ୍ରେରଣା ଯୋଗାଉଛି। ୧୯୫୭ ରୁ ପାଠାଗାର ଭାଷା ବଞ୍ଚାଇବା ପାଇଁ ନିରନ୍ତର ପ୍ରୟାସ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଏହା ସହ କୁମାର ପୂର୍ଣିମା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପାଠାଗାର ର ସ୍ବତନ୍ତ୍ର ପରିଚୟ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ରହିଛି ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ବିଶିଷ୍ଟ ଗୀତିକବି ତାରିଣୀ ଚରଣ ସାହୁଙ୍କୁ ମାନପତ୍ର , ଉପଢୌକନ, ମେମୋଣ୍ଟୋ ଓ ପୁଷ୍ପଗୁଛ ଦିଆଯାଇ ଚଳିତ ବର୍ଷ ଲକ୍ଷ୍ମୀଧର ନାୟକ ସାରସ୍ଵତ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସଭାପତି ଡ଼ଃ ସନାତନ ପ୍ରଧାନ ମାନପତ୍ର ପାଠ କରିଥିଲେ। ସମ୍ପାଦକ ଅଶୋକ କୁମାର ବଳ ଙ୍କ ସଂଯୋଜନାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ଶତପଥୀ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସାଧାରଣ ସମ୍ପାଦକ ଶ୍ରୀ ଖୁଣ୍ଟିଆ ବାର୍ଷିକ ବିବରଣୀ ସହ ଲକ୍ଷ୍ମୀଧର ନାୟକ ଙ୍କୁ ଓଡ଼ିଆ ଭାଷା ସଂସ୍କୃତି ର ପଥ ପ୍ରଦର୍ଶକ ବୋଲି ଅବହିତ କରିଥିଲେ। ଏହି ଅବସରରେ ପାଠାଗାର ତରଫରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ସଂଗୀତ, ଚିତ୍ରାଙ୍କନ, ନୃତ୍ୟ ଓ କୈ।ତୁକିଆ ପୋଷାକ ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି ଉକ୍ତ ପ୍ରତିଯୋଗିତାରେ ବିଚାରକ ଭାବେ ଦାୟିତ୍ବ ତୁଲାଇଥିବା ପୁଷ୍ପା ମିଶ୍ର, ସୁଜାତା ସାମଲ, ଭାସ୍କର ପୁହାଣ, ସ୍ତୁତି ପ୍ରିୟା ଜେନା, ଅକ୍ଷୟ ସାମଲ, ଗୋକୁଳାନନ୍ଦ ଦାଶ, ବବିତା ମହାରଣା,ନିତାଞ୍ଜଳୀ ପରିଡ଼ା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଶେଷ ଦିବସରେ ସେକ୍ଟର ୬ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ପୁସ୍ତକ ମେଳା ବୁଲିବା ସହ ବିଭିନ୍ନ ପ୍ରକାଶକଙ୍କ ସହ ଭାବ ବିନିମୟ କରିଥିଲେ। ଶେଷରେ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ବାଉରୀବନ୍ଧୁ ସାହୁ, ବିଜୟ କୁମାର ପାତ୍ର,ପର୍ଶୁରାମ ପଟ୍ଟନାୟକ,କୁଞ୍ଜବିହାରୀ ରାଉତ ,ଡା ବସନ୍ତ କୁମାର ଦାସ, କରୁଣାକର ପାଟ୍ଟଶାଣୀ,ଟୁକଲା ପାଢ଼ୀ, ପ୍ରଦୀପ ପଟ୍ଟନାୟକ,ଅଟମ ରଥ, ଜ୍ୟୋତିପ୍ରକାଶ ମହାପାତ୍ର,ଡ ଜୟନ୍ତୀ ପାଢ଼ୀ, ପଞ୍ଚାନନ ପାତ୍ର, ଦୀନବନ୍ଧୁ ରଥ, ସନ୍ତୋଷ ରଥ, ପ୍ରଦୀପ ପଟ୍ଟନାୟକ, ଲୀନା ତ୍ରିପାଠୀ,କୁମାର କୁମ୍ଭାର,ସୁଶିଲ କୁମ୍ଭାର, ଯୋଗେଶ୍ୱର ବାଗ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ୩୦ତମ ପୁସ୍ତକ ମେଳା ସଫଳ ଭାବେ ସମ୍ପନ୍ନ ହୋଇଥିବାରୁ ଅନୁଷ୍ଠାନ ତରଫରୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସହଯୋଗ ସାହାଯ୍ୟ ଯୋଗାଇ ଥିବା ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରାଯାଇଥିଲା।
ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଉଦଯାପନୀ ଦିବସ ଗୀତିକବି ତାରିଣୀ ଚରଣ ସାହୁଙ୍କୁ ଲକ୍ଷ୍ମୀଧର ସାହୁ ସାରସ୍ଵତ ସମ୍ମାନ
