ଆଡାସିପଡ଼ା ଉଚ୍ଚ ବିଦ୍ୟାଳୟ ରେ ଫାଇଲେରିଆ ମୁକ୍ତ ସଚେତନତା..
କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଆଡାସିପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଖଜୁରୀପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଭେକ୍ଟର୍ ବାହିତ ରୋଗ ନିୟନ୍ତ୍ରଣ ଗୋଷ୍ଠି ସ୍ଵାସ୍ତ୍ୟ ଅଧିକାରୀ ଯୋଜିରଞ୍ଜନ ସାହୁ ଙ୍କ ତତ୍ୱାବଧନାରେ ଫାଇଲେରିଆ ନିରକାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହେଇଯାଇଛି l ଉକ୍ତ ସଚେତନତା କାର୍ଯ୍ୟକ୍ରମ ରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆସନ୍ତା ଫେବୃଆରି 10/02/2025 ରିଖ ଠାରୁ ତା : 19/02/2025 ରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଯାଉଅଛି l ସେହିପରି ଆଡାସିପଡ଼ା ପଞ୍ଚାୟତ ହାଇସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆରମ୍ବ କରାଯାଇଅଛି l ଏହି କାର୍ଯ୍ୟକ୍ରମ କୁ ମଶା ବହିତ ରୋଗର ସୁପର୍ ଭାଉଜର୍ ସ୍ନେହାଶିଶ ସାହୁ ଙ୍କ ତଦାରଖ ରେ ଆଡାସିପଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରତିଯୋଗିତା ମାଧ୍ୟମରେ ଫାଇଲେରିଆ ବ୍ୟାପୀବାର ମାଧ୍ୟମ ଉପରେ ବୁଝାଇ ପୁରସ୍କୃତ କରାଗଲା l ଏଥିରେ ସ୍ୱାତି ଅନୁଷ୍ଟାନ ର ସୋସିଆଲ ମୋବିଲାଇଜର୍ ମିସ୍ ନିରୁପମା ଦିଗାଲ, ଏ ଏନ୍ ଏମ୍ ମାନଶୀ ପ୍ରଧାନ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଡାସିପଡ଼ା ର ସ୍ୱାସ୍ଥ୍ୟ ଅଧିକାରୀ ସାଗର ସତ୍ୟ ପ୍ରତୀକ, ଏବଂ ସ୍କୁଲ ର ପ୍ରଧାନ ଶିକ୍ଷକ ସରୋଜ ସାହୁ, ସୁମନ୍ତ ଦାସ, ପ୍ରସନ୍ନ ରାଉତ ଉପସ୍ତିତ ରହି କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ l