ଆଞ୍ଚଲିକ ଯାଦବ ସମାଜ ଝାରବନ୍ଧ ଅନୁକୂଲ୍ୟରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ।
ନୂଆପଡା 13.3.ଓମ ପ୍ର୍ରକାଶ ଚୌଧୁରୀ ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଧ ଠାରେ ଆଞ୍ଚଲିକ ଯାଦବ ସମାଜ ଝାରବନ୍ଧ ତରଫରୁ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ।ହୋଇଯାଇଛି।ଗୁରୁବାର ଅଧିବାସ ପୂଜା ରେ ଶତାଧିକ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା ରେ ବାହାରି ସ୍ଥାନୀୟ ପୋଖରୀରୁ ପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଧା କୃଷ୍ଣ ଙ୍କ ଦୋଳ ଉତ୍ସବ ଉପଲକ୍ଷେ ନାମଯଜ୍ଞ ଅନୁଷ୍ଠିତ ହୋଉଛି । ଚଳିତ ବର୍ଷ କର୍ତ୍ତା ଦାୟିତ୍ୱ ରେ ଡିଙ୍ଗାର ବାଗ ଓ ପତ୍ନୀ ରେବତୀ ବାଗ ତୁଲାଉଥିବା ବେଲେ ପୂଜକ ଭାବେ ଜାନକୀ ପ୍ରସାଦ ସୁପକାର ଅଛନ୍ତି l ସଭାପତି କୃତିବାସ ତେଜୀ, ଉପସଭାପତି ଲୋଚନ ବାଗ ସଂପାଦକ ଡିଙ୍ଗର ବାଗ ସହ ସଂପାଦକ ପରମେଶ୍ୱର ବାଗ କୋଷାଧକ୍ଷ ସହଦେଵ ଜାଲ ଦାୟିତ୍ୱ ତୁଲାଉଛନ୍ତି। ଏହି ନାମଯଜ୍ଞ ଚଲିତ ବର୍ଷ ତୃତୀୟ ବର୍ଷ ହେଉଥିବା ବେଲେ ଝାରବନ୍ଧ, ତିଳେଇମାଲ, ବାଦୀବାହାଲଓ କରଣ ବାହାଳୀ ର ମଗଧା ଯାଦବ ସମାଜ ଅନୁଷ୍ଠିତ କରି ଆସୁଛନ୍ତି।।